କସର୍ଦା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କସର୍ଦା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଟକ
ବ୍ଲକନିଆଳି
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୪ ୧୦୫[୧]
ଯାନବାହାନ ପଞ୍ଚୀକରଣOD/05

କସର୍ଦା, କଟକ ଜିଲା ନିଆଳି ବ୍ଲକର ଅନ୍ତର୍ଗତ ଏକ ବଡ଼ ଗ୍ରାମ । ଏହା ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ । ଛିଣ୍ଡା ନଦୀକୂଳରେ ପ୍ରାକୃତିକ ପରିବେଶ ଭରା ଏହି ଗ୍ରାମଟି ବିଶେଷ କାରଣରୁ ଗୁରୁତ୍ୱ ରଖେ । ଏହି ଗ୍ରାମରେ ପ୍ରସିଦ୍ଧ ଦିପୋଟି ମେଳଣ ଅନୁଷ୍ଠିତ ହୁଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଏହି ମେଳଣ ଦେଖିବାକୁ ଆସନ୍ତି । ଗ୍ରାମ ଉନ୍ନତିରେ ଶ୍ରେୟ ଦିଆଯାଏ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ । ଏଠାରେ ହାଟ, ଡାକ୍ତରଖାନା, ଡାକଘର, ପଶୁ ଡାକ୍ତରଖାନା ପ୍ରତିଷ୍ଠା ପଛରେ ତାଙ୍କର ଅବଦାନ ଅତୁଳନୀୟ । ଗ୍ରାମରେ ଦୁଇଟି ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି । ଧ୍ୟାନ ଦାସ ଗାଦୀ ପୀଠ ମଧ୍ୟ ଅଛି । ଦୋଳଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟ ନାମରେ ଏକ କଲେଜ ଅଛି । କସର୍ଦାର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ବହୁ ପୁରାତନ ଅନୁଷ୍ଠାନ । ଗ୍ରାମର ଜଣେ ଶିକ୍ଷାବିତ ଗଙ୍ଗାଧର ମହାପାତ୍ର ଅଂକୁର ନାମରେ ଏକ ପତ୍ରିକା ସଂପାଦନା କରୁଛନ୍ତି । ଏଥିରେ ଗ୍ରାମାଞ୍ଚଳ ଲେଖକଙ୍କ ଲେଖା ପ୍ରକାଶ ପାଉଛି । ଗ୍ରାମର ବହୁ ବ୍ୟକ୍ତି ବିଶେଷ ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

ଆଧାର[ସମ୍ପାଦନା]