ଦୁବ
| ଦୁବ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Monocots |
| (unranked): | Commelinids |
| ଗଣ: | Poales |
| କୁଳ: | Poaceae |
| ପ୍ରଜାତି: | Cynodon |
| ଜାତି: | C. dactylon |
| ବାଇନୋମିଆଲ ନାଆଁ | |
| Cynodon dactylon Carolus Linnaeus, Christian Hendrik Persoon |
|
ଦୁବ ଏକ ତୃଣ ଜାତୀୟ ଉଦ୍ଭିଦ। ଏହାର ଗୋଟିଏ ଜାତି ସବୁଜ ଓ ଅନ୍ୟଟି ଶ୍ୱେତ । ପୂଜା ଆଦିରେ ସବୁଜ ଦୁବ ଲାଗେ ଓ ମନ୍ତ୍ର, ଯନ୍ତ୍ରାଦିରେ ଶ୍ୱେତ ଦୁବ କାମରେ ଆସେ ।
ବିଷୟସୂଚୀ |
ବିବିଧ ଭାରତୀୟ ପ୍ରାଦେଶିକ ନାମ [ସମ୍ପାଦନା]
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ଦୁବ |
| ସଂସ୍କୃତ | ଦୁର୍ବା, ଭାଗବୀ, ବହୁବୀର୍ଯ୍ୟା ଓ ମାଙ୍ଗଲ୍ୟା |
| ହିନ୍ଦୀ | ଦୁବ |
| ତେଲୁଗୁ | ଗରିକେଗଡକୀ |
| ବଙ୍ଗଳା | ଦୁର୍ବା |
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
ଅଳ୍ପ କଷାୟ, ମଧୁର ରସ, ଶୀତଳ, ରକ୍ତରୋଧକ ତଥା ଶୋଧକ। ମାତ୍ରା ଅର୍ଦ୍ଧତୋଳାରୁ ଏକତୋଳା।
ବ୍ୟବହାର [ସମ୍ପାଦନା]
ଏହାର ସର୍ବାଙ୍ଗ ଔଷଧରୂପେ ବ୍ୟବହୃତ ହୁଏ । ଏହା ରକ୍ତପିତ୍ତ, ପିତ୍ତ, ଦାହ, ରକ୍ତବିକୃତି, ପୀନସ, ଭୂତାବେଶ, ଅର୍ଶ, କ୍ଷତ, ବ୍ରଣ ଓ ଶୀତପିତ୍ତ ପ୍ରଭୃତି ରୋଗ ନିବାରକ ଅଟେ। ଶିଶୁମାନଙ୍କର ବାନ୍ତିରେ ଏହାର ରସକୁ ମିଶ୍ରି ସହିତ, ବ୍ରଣ, ଭଗନ୍ଦର, କ୍ଷତ, ବାଗୀ ଆଦିରେ ଏହାର ରସକୁ ଯଥାବିଧି ତୈଳପାକ କରି ବ୍ୟବହାର କରାଯାଏ । ନାକରୁ ରକ୍ତ ପଡୁଥିଲେ ଏହାର ରସ ନାକରେ ପକାଇଲେ ଭଲହୁଏ । ପିତ୍ତାଦି ରୋଗରେ ଏହାର ମୂଳର ଚୂର୍ଣ୍ଣକୁ ମହୁ ସହିତ ପ୍ରୟୋଗ କରାଯାଏ। ଶିରପୀଡାରେ ଏହାର ଚେରକୁ ଅରୁଆ ଚାଉଳ ସହିତ ବାଟି ମୁଣ୍ଡରେ ପ୍ରଲେପ ଦିଆଯାଏ । ଗାଈ ଲହୁଣୀ ସହିତ ଏହାର ରସକୁ ମିଶାଇ ସେବନ କଲେ ଅର୍ଶ ନିବାରିତ ହୁଏ । ଗୁଗ୍ଗୁଳ ଚୁର୍ଣ୍ଣର ପ୍ରକ୍ଷେପ ଦେଇ ସେବନ କଲେ ବ୍ରଣ, କ୍ଷତ, ଉପଦଂଶରେ ଆରାମ ମିଳେ। ଏହାର ରସକୁ ଅଁଳାରସ ଓ ମିଶ୍ରିଗୁଣ୍ଡ ମିଶାଇ ସେବନ କଲେ ପ୍ରମେହ ନିବାରିତ ହୁଏ । ଏହାର ରସରେ ମହୁ ମିଶାଇ ସେବନ କଲେ ସମସ୍ତପ୍ରକାର ରକ୍ତ ବିକୃତି ଦୂର ହୁଏ। କାଟି ହୋଇଯିବା ସ୍ଥାନରେ ଏହାକୁ ଲଗାଇଲେ ରକ୍ତ ଗଡ଼ିବା ବନ୍ଦ ହୁଏ ।
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ