ପୁଦିନା

ଉଇକିପିଡ଼ିଆ‌ରୁ

ପୁଦିନା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Lamiales
କୁଳ: Lamiaceae
ପ୍ରଜାତି: Mentha
ଜାତି: M. arvensis
ବାଇନୋମିଆଲ ନାମ
Mentha arvensis

ପୁଦିନା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଅତି ବେଶୀରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ସର୍ବାଙ୍ଗ ସୁଗନ୍ଧମୟ । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପୋଦନା, ପୋଦିନା, ପୁଦିନା
ସଂସ୍କୃତ ଅଜୀର୍ଣ୍ଣହର, ସୁଗନ୍ଧିପତ୍ର, ସୌଗନ୍ଧିକ, ସୁରପ୍ରିୟା
ହିନ୍ଦୀ ପୋଦନା,ପୁଦିନା
ତେଲୁଗୁ ପୁରି
ବଙ୍ଗଳା ପୁଦିନା

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ପୁଦିନା ପତ୍ର

ଶୀତଳ, ରୁଚିକର, କ୍ଷୁଧାବର୍ଦ୍ଧକ, ପାଚକ, ଅଗ୍ନୀଉଦ୍ଦିପକ, ବଳକର। ମାତ୍ରା ଚାରିଅଣାରୁ ଆଠଅଣା ।

ବ୍ୟବହାର[ସମ୍ପାଦନା]

ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ । ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ ସୈନ୍ଧବ ଲବଣ, ପୁରୁଣା ତେନ୍ତୁଳିଜୀରା ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ ଶୁଣ୍ଠି ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ ଗୋଲ ମରିଚ ସହିତ ପ୍ରୟୋଗ କରାଯାଏ ।

ପୋଦିନା ପତ୍ର ଚଟଣି ଏକ ଲୋକପ୍ରିୟ ବ୍ୟଞ୍ଜନ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]