ସୋରିଷ
Nutritional value per 100 g (3.5 oz) | |
---|---|
Energy | 1,964 kJ (469 kcal) |
Carbohydrates | 34.94 g |
- Sugars | 6.89 g |
- Dietary fiber | 14.7 g |
Fat | 28.76 g |
- saturated | 1.46 g |
- monounsaturated | 19.83 g |
- polyunsaturated | 5.39 g |
Protein | 24.94 g |
Water | 6.86 g |
Vitamin A equiv. | 3 μg (0%) |
Thiamine (vit. B1) | 0.543 mg (47%) |
Riboflavin (vit. B2) | 0.381 mg (32%) |
Niacin (vit. B3) | 7.890 mg (53%) |
Vitamin B6 | 0.43 mg (33%) |
Folate (vit. B9) | 76 μg (19%) |
Vitamin B12 | 0 μg (0%) |
Vitamin C | 3 mg (4%) |
Vitamin E | 2.89 mg (19%) |
Vitamin K | 5.4 μg (5%) |
Calcium | 521 mg (52%) |
Iron | 9.98 mg (77%) |
Magnesium | 298 mg (84%) |
Phosphorus | 841 mg (120%) |
Potassium | 682 mg (15%) |
Sodium | 5 mg (0%) |
Zinc | 5.7 mg (60%) |
Percentages are relative to US recommendations for adults. Source: USDA Nutrient Database |
ସୋରିଷ ଏକ ତୈଳବୀଜ ଅଟେ ।[୧] ସୋରିଷ Brassica ଏବଂ Sinapis ପ୍ରଜାତିର ଏକ ମସଲାଜାତୀୟ ଗଛ । ଏହାର ମଞ୍ଜିକୁ ମସଲା ଭାବରେ ବ୍ୟବହାର କରାଯାଏ ।ସୋରିଷ ମଞ୍ଜିକୁ ଗୁଣ୍ଡ କରି ପାଣି, ଭିନେଗାର ଏବଂ ଅନ୍ୟାନ୍ୟ ତୈଳଜାତୀୟ ପଦାର୍ଥ ମିଶାଯାଇ ହଳଦିଆ ରଙ୍ଗର ସୋରିଷ ମସଲା ପ୍ରସ୍ତୁତ କରାଯାଏ । ସୋରିଷ ମଞ୍ଜିରୁ ସୋରିଷ ତେଲ ବାହାରିଥାଏ, ଯାହାକି ପ୍ରାୟତଃ ଓଡ଼ିଶାରେ ରୋଷେଇ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହାର କରାଯାଏ । ଏବଂ ସୋରିଷଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।
ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ୱେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ । ରାଇ ସୋରିଷ ଅନ୍ୟ ଜାତୀଯ ବା କୃଷ୍ଣ ସର୍ଷପର ସମଗୁଣ ବିଶିଷ୍ଟ, କିନ୍ତୁ ତହିଁ ଅପେକ୍ଷା ସକଳ ଗୁଣରେ ଉତ୍କୃଷ୍ଟ ବିଶେଷତଃ ଶ୍ୱେତ ସର୍ଷପ ରୁଚିକର, ଗତ୍ୱଗ୍ ଦୋଷ ନାଶକ ଏବଂ ବ୍ରଣ, ବାତରକ୍ତ ବିଷଦୋଷ, ଭୁତାବେଶ ନାଶିକ ।
ଆକାର
[ସମ୍ପାଦନା]ସୋରିଷ ମଞ୍ଜିଗୁଡ଼ିକ ଛୋଟ ଏବଂ ଗୋଲାକୃତି । ମଞ୍ଜିଗୁଡ଼ିକର ବ୍ୟାସ ୧ରୁ ୨ ମିଲିମିଟର ହୋଇଥାଏ ଏବଂ ମଞ୍ଜିଗୁଡ଼ିକର ରଙ୍ଗ ଇସତ୍ ହଳଦିଆରୁ କଳା ଯାଏ ହୋଇଥାଏ । ସୋରିଷର ପ୍ରଜାତି ଅନୁସାରେ ଏହାର ରଙ୍ଗର ପରିବର୍ତ୍ତନ ଦେଖାଯାଏ ।
ଚାଷ ପ୍ରଣାଳୀ
[ସମ୍ପାଦନା]ସୋରିଷ ଉତ୍ପାଦନ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ରାଜ୍ୟ ଓଡ଼ିଶାରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ । ଏହି ଚାଷ ସ୍ୱଛ ବାଲିଆ ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ । ଏହି ଫସଲ ପ୍ରାୟ ୧୦ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ଓ ସ୍ୱଚ୍ଛ ଆଦ୍ରତା ମଧ୍ୟରେ ଭଲ ଭାବେ ବଢିପାରେ ।[୨] ସନ୍ତସନ୍ତିଆ ଓ ଅମଳୀୟ ମାଟିରେ ସୋରିଷ ଚାଷ ଭଲ ହୁଅନାହିଁ । ୬.୦ରୁ ୭.୫ pH ଥିବା ମୂର୍ତ୍ତିକାରେ ହିଁ ସୋରିଷ ଚାଷ ଭଲ ହୁଏ ।[୨] ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସୋରିଷ ବୁଣା ହୋଇଥାଏ । ବୁଣା ଡେରିହେଲେ ଅମଳ ଯଥେଷ୍ଟ କମିଯାଏ ।
ବିହନ ବୁଣା
[ସମ୍ପାଦନା]୧କିଲୋଗ୍ରାମ ବିହନ ପ୍ରତି ୩ଗ୍ରାମ ଥିରାମ ବା ଗ୍ରାମ କାର୍ବେଣ୍ଡଜିୟମ ବା ୧ଗ୍ରାମ ଭିଟାଭାକ୍ସ ଗୋଳାଇ ବିଶୋଧନ କରିବା ଉଚିତ । ସର୍ବଦା ଧାଡିରେ ବୁଣିବା ଉଚିତ । ସୋରିଷ ଧାଡିକୁ ଉତର-ଦକ୍ଷିଣ ଭାବେ ବୁଣିଲେ ସୂର୍ଯାଲୋକର ଉପଯୋଗ ଠିକ ହୋଇଥାଏ ଓ ଅମଳ ବୃଦ୍ଧି ପାଏ । ଅଣଜଳସେଚିତ ତୋରିଆ ଫସଲରେ ଆକାର ପ୍ରତି ୧୬:୮:୮ ଓ ଜଳସେଚିତ ଏବଂ ଅଣଜଳସେଚିତ ରାଇ ଫସଲରେ ୨୦:୧୦:୨୦ ଏବଂ ଜଳସେଚିତ ରାଇ ଫସଲରେ ୩୨: ୧୬ : ୧୬ ହିସାବରେ ସାର ପ୍ରୟୋଗ କରାଯାଏ । ଅଣଜଳସେଚିତ ଫସଲରେ ସମସ୍ତ ସାର ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ ହୁଏ । ମାତ୍ର, ଜଳସେଚିତ କ୍ଷେତ୍ରରେ ୫୦ ଭାଗ ଯବକ୍ଷାରଜନ, ଫସଫରସ ଓ ପଟାସ ସାରକୁ ମୂଳସାର ଭାବେ ଏବଂ ଅବଶିଷ୍ଟ ୫୦ଭାଗ ଯବକ୍ଷାରଜନ ବୁଣିବାର ୩ସପ୍ତାହ ପରେ ଘାସ ବାଛି ପ୍ରୟୋଗ କରାଯାଏ ।
ଜଳସେଚନ
[ସମ୍ପାଦନା]ଗଛ ଉଠିବାର ୨୫ ଦିନ ପରେ ୧ମ ଓ ଫଳ ଧରିବା ଅବସ୍ଥାରେ ୨ୟ ଥର ପାଣି ମଡ଼ାଇଲେ ଗଛରେ ଡାଳ ଅଧିକ ହୋଇ ଫୁଲ, ଫଳ ଭଲ ହୁଏ ।
ଅମଳ
[ସମ୍ପାଦନା]ସୋରିଷ ଛୁଇଁ ଗୁଡ଼ିକ ୧୧୦ରୁ ୧୪୦ ଦିନ ମଧ୍ୟରେ ପାକଳ ହୋଇଥାଏ ।[୨] ଗଛରେ ଛୁଇଁଗୁଡ଼ିକ ହଳଦିଆ ପଡି ପତ୍ର ଝଡିବା ଅବସ୍ଥାରେ ଗଛ କାଟିଦିଆଯାଏ । ଏହି ସମୟରେ ମଞିରେ ଶତକଡା ୪୦ ଭାଗ ଜଳଅଂଶ ଥାଏ ଓ ଅଧିକ ତେଲ ଅଂଶ ଥାଏ । ବିହନ ମଧ୍ୟରେ ଜଳଅଂଶ ୮ ପ୍ରତିଶତରୁ ଅଧିକ ରହିବା ଉଚିତ ନୁହେଁ । ଏଥିପାଇଁ ସୋରିଷକି କାଟି ସାରିବା ପରେ ବିଡା ବାନ୍ଧି ୫ରୁ ୬ ଦିନ ଭଲଭାବରେ ଖରାରେ କିଛିଦିନ ଶୁଖାଇ ଅମଳ କରାଯାଏ[୨] ଓ ପରେ ପୁଣି ଖରାରେ ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ ।
ବ୍ୟବହାର
[ସମ୍ପାଦନା]ସୋରିଷ ମଞ୍ଜିକୁ ମସଲା ରୂପରେ ବ୍ୟବହାର କରାଯାଏ ଏବଂ ଏହାକୁ ଘଣାରେ ପେଡ଼େଇ ତେଲ ବାହାର କରି ମଧ୍ୟ ବ୍ୟବହାର କରାଯାଏ ।
- ସୋରିଷକୁ ଜିରା, ଅଦା ଆଦି ମସଲା ସହ ମିଶାଇ ପାରମ୍ପାରିକ ଓଡ଼ିଆ ଖାଦ୍ୟ ବେସର ପ୍ରସ୍ତୁତ କରାଯାଏ । ସୋରିଷକୁ ବାଟି ଏକ ମଣ୍ଡ ତିଆରି କରାଯାଏ ଏବଂ ବିଭିନ୍ନ ପ୍ରକାରର ତରକାରି ରାନ୍ଧିବାରେ ବ୍ୟବହାର କରାଯାଏ ।[୩]
- ସୋରିଷ ମଞ୍ଜିକୁ ମୁଖ୍ୟତଃ ତେଲ ବାହାର କରିବାରେ ବ୍ୟବହାର କରାଯାଏ । ସୋରିଷକୁ ପେଡ଼ାଇ ଯେଉଁ ତେଲ ବାହାର କାରଯାଏ ତାକୁ ସୋରିଷ ତେଲ କୁହାଯାଏ ।
- ସୋରିଷ ତେଲ ଭାରତର ସବୁଆଡ଼େ ରୋଷେଇରେ ବ୍ୟବହାର ହୋଇଥାଏ ।
- କେତେକ ସ୍ଥାନରେ ଆଚାର ପ୍ରସ୍ତୁତ କରିବାରେ ମଧ୍ୟ ସୋରିଷ ତେଲ ବ୍ୟବହାର କରାଯାଏ ।
- ସୋରିଷ ତେଲକୁ ମଧ୍ୟ ଲୋକମାନେ ଦେହରେ ଲଗାଇଥାନ୍ତି ।
- ସୋରିଷ ତେଲକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ ।
- ସୋରିଷ ତେଲକୁ ରସୁଣ ସହ ଫୁଟାଇ ଗୋଡ଼ ତଥା ପାଦରେ ଘସିଲେ, ଥଣ୍ଡା କମେ ଏବଂ ଗୋଡ଼ହାତ ବିନ୍ଧାବିନ୍ଧି କମିଥାଏ ।[୪]
- ସୋରିଷ ଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।
- ସୋରିଷକୁ ଜୈବିକ ତେଲ ରୂପେ ବ୍ୟବହାର କରିବାର ଅନୁସନ୍ଧାନ ଚାଲିଛି ।[୫]
ଆଧାର
[ସମ୍ପାଦନା]- ↑ ଗୋପାଳ ଚନ୍ଦ୍ର, ପ୍ରହରାଜ. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 7 April 2013.
ତୈଳବୀଜବିଶେଷ
[permanent dead link] - ↑ ୨.୦ ୨.୧ ୨.୨ ୨.୩ "Mustard Farming Information Detailed Guide". Agri Farming. Retrieved 26 July 2016.
- ↑ "ବେସର". Science Graph. Retrieved 26 July 2016.[permanent dead link]
- ↑ "Health Benefits of Mustard Essential Oil". Retrieved 26 July 2016.
- ↑ "Industrial mustard crops for biodiesel and biopesticides" (PDF). Archived from the original on 17 November 2004. Retrieved 26 July 2016.
{{cite journal}}
: Cite journal requires|journal=
(help)CS1 maint: bot: original URL status unknown (link)