ସେବୋରିକ ଡର୍ମାଟାଇଟିସ
ସେବୋରିକ ଡର୍ମାଟାଇଟିସ (Seborrheic dermatitis) | |
---|---|
Seborrhoea, sebopsoriasis, seborrhoeic eczema, pityriasis capitis[୧] | |
ବିଭାଗ | ଚର୍ମରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ଗଲୁ, କାତି, ତେଲିଆ, ଲାଲ ଓ ପ୍ରଦାହ ଥିବା ଚର୍ମ [୨] |
ଅବଧି | ଦୀର୍ଘକାଳୀନ[୨] |
କାରଣ | ଜେନେଟିକ ଓ ପରିବେଶ କାରକ [୨] |
ବିପଦ କାରକ | ମାନସିକ ଚାପ (Stress), ଶୀତ ଋତୁ, କମ ଇମ୍ମ୍ୟୁନିଟି (poor immune function), ପାର୍କିନସନ ରୋଗ, ପାର୍କିନସନ ସିଣ୍ଡ୍ରୋମ (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ[୨] |
ସଠିକ ରୋଗ ନିର୍ଣ୍ଣୟ | ସୋରିଆସିସ, ଆଟୋପିକ ଡର୍ମାଟାଇଟିସ, ଟିନିଆ କ୍ୟାପିଟିସ (tinea capitis), ରୋଜେସା, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍[୨] |
ଔଷଧ | ଆଣ୍ଟିଫଙ୍ଗାଲ କ୍ରିମ (Antifungal cream), ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents), କୋଲ ଟାର, ଫୋଟୋଥେରାପି (phototherapy)[୨] |
ପୁନଃପୌନିକ | ~୨% (ଯୁବକ), ~୪୦% (ଶିଶୁ)[୨] |
ସେବୋରିକ ଡର୍ମାଟାଇଟିସ (ଇଂରାଜୀ ଭାଷାରେ Seborrhoeic dermatitis, also known as seborrhoea) ଏକ ଦୀର୍ଘକାଳୀନ ଚର୍ମ ରୋଗ (skin disorder).[୨] ଏହି ରୋଗରେ ଚର୍ମ ଗଲୁ, କାତି ଛାଡ଼େ, ତେଲିଆ, ଲାଲ ଓ ପ୍ରଦାହଯୁକ୍ତ ଚର୍ମ ଆଦି ଲକ୍ଷଣ ଦେଖାଯାଏ ।[୨] ସେବମ (oil) ପ୍ରସ୍ତୁତକାରୀ ଗ୍ରନ୍ଥି (glands) ଥିବା ଚର୍ମ ଅଧିକ ପ୍ରଭାବିତ ହୁଏ ବିଶେଷତଃ ସ୍କାଲ୍ପ (scalp), ମୁହଁ ଓ ଛାତି । [୨] ରୋଗ ହେବା ଫଳରେ ସମାଜ ସମସ୍ୟା ଓ ଆତ୍ମାଭିମାନରେ ବାଧା ଆସେ ।[୨] ଶିଶୁମାନଙ୍କରେ ସ୍କାଲ୍ପରେ ରୋଗ ହେଲେ କ୍ରେଡଲ କ୍ୟାପ (cradle cap) କୁହାଯାଏ ।[୨] ସାମାନ୍ୟ ଧରଣର ଏହି ରୋଗକୁ ଡାଣ୍ଡ୍ରଫ (Dandruff) କୁହାଯାଏ । [୨]
ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ଭୂମିକା ଥିବା ଜଣାଯାଏ ।[୨] ଇମ୍ମ୍ୟୁନିଟି କମ (poor immune function) ଥିଲେ, ପାର୍କିନସନ ରୋଗ, (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ ଇତ୍ୟାଦି କାରକମାନ ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।[୨] ମାନସିକ ଚାପ (Stress) ଥିଲେ ଓ ଶୀତ ଋତୁରେ ଏହା ସାଂଘାତିକ ହୋଇପାରେ ।[୨] ସ୍ୱାସ୍ଥ୍ୟରକ୍ଷା (hygiene) ଯୋଗୁ ଏହା ହୁଏନାହିଁ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨]
ସାଧାରଣତଃ ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) ଓ ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents) ସାହାଯ୍ୟରେ ଚିକିତ୍ସା କରାଯାଏ ।[୨] ବିଶେଷତଃ କିଟୋକୋନାଜୋଲ (ketoconazole) ବା ସିକ୍ଲୋପାଇରକ୍ସ (ciclopirox) ଭଲ କାମ କରେ ।[୪] ଅନ୍ୟାନ୍ୟ ଆଣ୍ଟିଫଙ୍ଗାଲ କ୍ରିମମାନଙ୍କର ପ୍ରଭାବ ଭଲରୂପେ ଅନୁଶୀଳନ ହୋଇନାହିଁ ।[୪] କୋଲ ଟାର ଓ ଫୋଟୋଥେରାପି phototherapy) ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ । [୨]
ପ୍ରାୟ ୫୦ ବର୍ଷ ବୟସ ପାଖାପାଖି, ଯୁବାବସ୍ଥା ପ୍ରାରମ୍ଭରେ ଓ ୩ ମାସରୁ କମ ବୟସରେ ଏହି ରୋଗ ହୁଏ ।[୨] ଯୁବାବସ୍ଥାରେ ପ୍ରାୟ ୨% ଲୋକଙ୍କୁ ରୋଗ ହୁଏ । [୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୪୦% କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[୨]
ଆଧାର
[ସମ୍ପାଦନା]- ↑ Dessinioti, C.; Katsambas, A. (2013). "Seborrheic dermatitis: etiology, risk factors, and treatments: facts and controversies". Clin Dermatol. 31 (4): 343–51. doi:10.1016/j.clindermatol.2013.01.001. PMID 23806151.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ ୨.୨୩ Borda, Luis (2015). "Seborrheic Dermatitis and Dandruff: A Comprehensive Review". Journal of Clinical and Investigative Dermatology. 3 (2). doi:10.13188/2373-1044.1000019.
- ↑ "Seborrheic dermatitis". American Academy of Dermatology. Archived from the original on 21 October 2017. Retrieved 20 October 2017.
- ↑ ୪.୦ ୪.୧ Okokon, EO; Verbeek, JH; Ruotsalainen, JH; Ojo, OA; Bakhoya, VN (28 April 2015). "Topical antifungals for seborrhoeic dermatitis". The Cochrane Database of Systematic Reviews. 4: CD008138. doi:10.1002/14651858.CD008138.pub3. PMC 4448221. PMID 25933684.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |