Jump to content

ସେବୋରିକ ଡର୍ମାଟାଇଟିସ

ଉଇକିପିଡ଼ିଆ‌ରୁ
(Seborrheic dermatitisରୁ ଲେଉଟି ଆସିଛି)
ସେବୋରିକ ଡର୍ମାଟାଇଟିସ (Seborrheic dermatitis)
Seborrhoea, sebopsoriasis, seborrhoeic eczema, pityriasis capitis[]
ନାକ ଓ ପାଟି ମଧ୍ୟସ୍ଥ ସ୍ଥାନରେ ସେବୋରିକ ଡର୍ମାଟାଇଟିସ
ବିଭାଗଚର୍ମରୋଗ ବିଜ୍ଞାନ (Dermatology)
ଲକ୍ଷଣଗଲୁ, କାତି, ତେଲିଆ, ଲାଲ ଓ ପ୍ରଦାହ ଥିବା ଚର୍ମ []
ଅବଧିଦୀର୍ଘକାଳୀନ[]
କାରଣଜେନେଟିକ ଓ ପରିବେଶ କାରକ []
ବିପଦ କାରକମାନସିକ ଚାପ (Stress), ଶୀତ ଋତୁ, କମ ଇମ୍ମ୍ୟୁନିଟି (poor immune function), ପାର୍କିନସନ ରୋଗ, ପାର୍କିନସନ ସିଣ୍ଡ୍ରୋମ (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[]
ସଠିକ ରୋଗ ନିର୍ଣ୍ଣୟସୋରିଆସିସ, ଆଟୋପିକ ଡର୍ମାଟାଇଟିସ, ଟିନିଆ କ୍ୟାପିଟିସ (tinea capitis), ରୋଜେସା, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍[]
ଔଷଧଆଣ୍ଟିଫଙ୍ଗାଲ କ୍ରିମ (Antifungal cream), ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents), କୋଲ ଟାର, ଫୋଟୋଥେରାପି (phototherapy)[]
ପୁନଃପୌନିକ~୨% (ଯୁବକ), ~୪୦% (ଶିଶୁ)[]

ସେବୋରିକ ଡର୍ମାଟାଇଟିସ (ଇଂରାଜୀ ଭାଷାରେ Seborrhoeic dermatitis, also known as seborrhoea) ଏକ ଦୀର୍ଘକାଳୀନ ଚର୍ମ ରୋଗ (skin disorder).[] ଏହି ରୋଗରେ ଚର୍ମ ଗଲୁ, କାତି ଛାଡ଼େ, ତେଲିଆ, ଲାଲ ଓ ପ୍ରଦାହ‌ଯୁକ୍ତ ଚର୍ମ ଆଦି ଲକ୍ଷଣ ଦେଖାଯାଏ ।[] ସେବମ (oil) ପ୍ରସ୍ତୁତକାରୀ ଗ୍ରନ୍ଥି (glands) ଥିବା ଚର୍ମ ଅଧିକ ପ୍ରଭାବିତ ହୁଏ ବିଶେଷତଃ ସ୍କାଲ୍ପ (scalp), ମୁହଁ ଓ ଛାତି । [] ରୋଗ ହେବା ଫଳରେ ସମାଜ ସମସ୍ୟା ଓ ଆତ୍ମାଭିମାନରେ ବାଧା ଆସେ ।[] ଶିଶୁମାନଙ୍କରେ ସ୍କାଲ୍ପରେ ରୋଗ ହେଲେ କ୍ରେଡଲ କ୍ୟାପ (cradle cap) କୁହାଯାଏ ।[] ସାମାନ୍ୟ ଧରଣର ଏହି ରୋଗକୁ ଡାଣ୍ଡ୍ରଫ (Dandruff) କୁହାଯାଏ । []

ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ଭୂମିକା ଥିବା ଜଣାଯାଏ ।[] ଇମ୍ମ୍ୟୁନିଟି କମ (poor immune function) ଥିଲେ, ପାର୍କିନସନ ରୋଗ, (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ ଇତ୍ୟାଦି କାରକମାନ ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।[] ମାନସିକ ଚାପ (Stress) ଥିଲେ ଓ ଶୀତ ଋତୁରେ ଏହା ସାଂଘାତିକ ହୋଇପାରେ ।[] ସ୍ୱାସ୍ଥ୍ୟରକ୍ଷା (hygiene) ଯୋଗୁ ଏହା ହୁଏନାହିଁ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[]

ସାଧାରଣତଃ ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) ଓ ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents) ସାହାଯ୍ୟରେ ଚିକିତ୍ସା କରାଯାଏ ।[] ବିଶେଷତଃ କିଟୋକୋନାଜୋଲ (ketoconazole) ବା ସିକ୍ଲୋପାଇରକ୍ସ (ciclopirox) ଭଲ କାମ କରେ ।[] ଅନ୍ୟାନ୍ୟ ଆଣ୍ଟିଫଙ୍ଗାଲ କ୍ରିମମାନଙ୍କର ପ୍ରଭାବ ଭଲରୂପେ ଅନୁଶୀଳନ ହୋଇନାହିଁ ।[] କୋଲ ଟାରଫୋଟୋଥେରାପି phototherapy) ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ । []

ପ୍ରାୟ ୫୦ ବର୍ଷ ବୟସ ପାଖାପାଖି, ଯୁବାବସ୍ଥା ପ୍ରାରମ୍ଭରେ ଓ ୩ ମାସରୁ କମ ବୟସରେ ଏହି ରୋଗ ହୁଏ ।[] ଯୁବାବସ୍ଥାରେ ପ୍ରାୟ ୨% ଲୋକଙ୍କୁ ରୋଗ ହୁଏ । [] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୪୦% କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[]

  1. Dessinioti, C.; Katsambas, A. (2013). "Seborrheic dermatitis: etiology, risk factors, and treatments: facts and controversies". Clin Dermatol. 31 (4): 343–51. doi:10.1016/j.clindermatol.2013.01.001. PMID 23806151.
  2. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 Borda, Luis (2015). "Seborrheic Dermatitis and Dandruff: A Comprehensive Review". Journal of Clinical and Investigative Dermatology. 3 (2). doi:10.13188/2373-1044.1000019.
  3. "Seborrheic dermatitis". American Academy of Dermatology. Archived from the original on 21 October 2017. Retrieved 20 October 2017.
  4. 1 2 Okokon, EO; Verbeek, JH; Ruotsalainen, JH; Ojo, OA; Bakhoya, VN (28 April 2015). "Topical antifungals for seborrhoeic dermatitis". The Cochrane Database of Systematic Reviews. 4: CD008138. doi:10.1002/14651858.CD008138.pub3. PMC 4448221. PMID 25933684.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ