ସାନ୍ତାଳୀ ଉଇକିପିଡ଼ିଆ
ୟୁ.ଆର.ଏଲ | sat |
---|---|
ସାଇଟର ପ୍ରକାର | ଇଣ୍ଟରେନେଟରେ ଥିବା ଜ୍ଞାନକୋଷ |
ମିଳୁଥିବା ଭାଷା | ସାନ୍ତାଳୀ |
କଣ୍ଟେଣ୍ଟ ଲାଇସେନ୍ସ | କ୍ରିଏଟିଭ କମନ୍ସ ସ୍ୱତ୍ତ୍ୱ/ ସେଆର-ଏଲାଇକ ୩.୦ (ଅଧିକାଂଶ ପାଠ ଦ୍ୱିତ-ଲାଇସେନ୍ସରେ ଜି.ଏଫ.ଡି.ଏଲ.ରେ) ମିଡ଼ିଆ ଲାଇସେନ୍ସିଂ ଅଲଗା |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ସାନ୍ତାଳୀ ଉଇକିପିଡ଼ିଆ, ଫାଉଣ୍ଡେସନଦ୍ୱାରା ପରିଚାଳିତ ଉଇକିପିଡ଼ିଆର ସାନ୍ତାଳୀ ଭାଷା ସଂସ୍କରଣ । ଏହା ୨୦୧୮ ମସିହା ଅଗଷ୍ଟ ୨ ତାରିଖରେ ଆରମ୍ଭ କରାଯାଇଥିଲା ।[୧] ସାନ୍ତାଳୀ ଭାଷାର ନିଜସ୍ୱ ବର୍ଣ୍ଣମାଳା, ଅଲ ଚିକି, ଏହି ଉଇକିପିଡ଼ିଆର ବର୍ଣ୍ଣମାଳା ଭାବରେ ବ୍ୟବହୃତ ହୋଇଛି ।[୧][୨] ସାନ୍ତାଳୀ ଭାଷା ଅଷ୍ଟ୍ରୋଏସିଆଟିକ ମୁଣ୍ଡା ଭାଷାସମୂହର ଅନ୍ତର୍ଗତ ଏକ ଭାଷା । ଏହି ଭାଷାରେ ଦକ୍ଷିଣ ଏସିଆର ବଙ୍ଗଳାଦେଶ, ଭାରତ, ଭୁଟାନ ଏବଂ ନେପାଳ ଆଦି ଦେଶରେ ପ୍ରାୟ ୭.୪ ନିୟୁତ ଲୋକ କଥାବାର୍ତ୍ତା କରନ୍ତି ।
ଇତିହାସ
ସାନ୍ତାଲି ଭାଷାର ଉଇକିପିଡ଼ିଆ ସୃଷ୍ଟି କରିବାର ପ୍ରକ୍ରିୟା ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୧୭ ମସିହା ଫେବୃଆରୀରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା ।[୩] ୨୦୧୨ ମସିହାରେ, ବଙ୍ଗଳାଦେଶର ଦିନାଜପୁର ଜିଲ୍ଲାର ସାନ୍ତାଳୀ ଭାଷା ସମ୍ପ୍ରଦାୟ ସହିତ 'ଉଇକିମିଡ଼ିଆ ବଙ୍ଗଳାଦେଶ' ଏକ ଉଇକିପିଡ଼ିଆ ମିଟଅପ ଏବଂ କର୍ମଶାଳା ଆୟୋଜନ କରି ସାନ୍ତାଳୀ ଭାଷା ଉଇକିପିଡ଼ିଆ ଆରମ୍ଭ କରିବାର ଲକ୍ଷ୍ୟ ରଖିଥିଲା ।.[୪] କିନ୍ତୁ, ସେହି ପ୍ରକ୍ରିୟା କିଛି ସମୟ ପରେ ମନ୍ଥର ହୋଇଗଲା ।[୫]
ତା’ପରେ ୨୦୧୭ ମସିହା ସେପ୍ଟେମ୍ବର ମାସରେ 'ଉଇକିମିଡ଼ିଆ ବଙ୍ଗଳାଦେଶ' ଢାକାଠାରେ ଏକ ଉଇକିପିଡ଼ିଆ ମିଟଅପରେ ସାନ୍ତାଲି ଭାଷା ସମ୍ପ୍ରଦାୟ ସହିତ ଆଉ ଏକ ବୈଠକ ଆୟୋଜନ କରିଥିଲା ଯେଉଁଠାରେ ଉଇକିପିଡ଼ିଆର ଶୁଭାରମ୍ଭକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।[୩][୬] ୨୦୧୭ ଡିସେମ୍ବର ମାସ ୩୦ତାରିଖରେ ସାନ୍ତାଳୀ ଭାଷାଭାଷୀଙ୍କ ସହ ପୁଣି ଏକ କର୍ମଶାଳା ଆୟୋଜନ କରାଯାଇଥିଲା ।[୪] ଭାରତର ସାନ୍ତାଳୀ ଭାଷାଭାଷୀମାନେ ମଧ୍ୟ ସେଥିରେ ଇଣ୍ଟରନେଟ ମାଧ୍ୟମରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ, ଓଡ଼ିଆ ଉଇକିପିଡ଼ିଆ ୟୁଜର୍ ଗ୍ରୁପ୍ ସହଯୋଗରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡ଼ିଶାର ସାନ୍ତାଳୀ ଭାଷା ସମ୍ପ୍ରଦାୟ ପାଇଁ ଆଉ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ୨୦୧୮ ଜୁନ ୨୮ ତାରିଖରେ ଉଇକିମିଡ଼ିଆ ଭାଷା କମିଟି ସାନ୍ତାଳୀ ଭାଷା ଉଇକିପିଡ଼ିଆକୁ ଅନୁମୋଦନ କରିଥିଲା ଓ ସେହି ବର୍ଷ ଅଗଷ୍ଟ ୨ ତାରିଖରେ ସାନ୍ତାଳୀ ଉଇକିପିଡ଼ିଆ ସାଇଟ ଉନ୍ମୋଚିତ ହୋଇଥିଲା ।[୪][୬]
କୋଭିଡ଼ ୧୯ ସମୟରେ ସାନ୍ତାଳୀ ଉଇକିପିଡ଼ିଆରେ ଦୁଇମାସ ଧରି ୧ ଜୁନ୍ ୨୦୨୦ରୁ ୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଏକ ଏଡ଼ିଟ-ଏ-ଥନ ଆୟୋଜିତ କରାଯାଇଥିଲା ଓ ଏହି ଦୁଇ ମାସରେ ମୋଟ ୮୬୫ଟି ପ୍ରବନ୍ଧ ତିଆରି କରାଯାଇଥିଲା ।[୭][୮]
ଛବିସମୂହ
-
ବଙ୍ଗଳାଦେଶରେ ପ୍ରଥମ ସାନ୍ତାଳୀ ଉଇକିପିଡ଼ିଆ କର୍ମଶାଳା (୨୦୧୨)
-
ବଙ୍ଗଳାଦେଶର ସାନ୍ତାଳୀ ଉଇକିପିଡ଼ିଆ ସମ୍ପ୍ରଦାୟ ପାଇଁ କର୍ମଶାଳା (୨୦୧୭)
-
ଭାରତରେ ପ୍ରଥମ ସାନ୍ତାଳୀ ଉଇକିପିଡ଼ିଆ କର୍ମଶାଳା (୨୦୧୮)
-
ବଙ୍ଗଳାଦେଶରେ ସାନ୍ତାଳୀ ଉଇକିପିଡ଼ିଆ କର୍ମଶାଳା (୨୦୨୦)
ଆଧାର
- ↑ ୧.୦ ୧.୧ উইকিপিডিয়ায় সাঁওতালি ভাষা - banglatribune.com.
- ↑ Team, Samakal Online. উইকিপিডিয়ায় সাঁওতালি ভাষা. Archived from the original on 2018-11-19. Retrieved 2021-01-09.
- ↑ ୩.୦ ୩.୧ Tanvi, Patel (10 August 2018). "This Tribal Language Just Became India's First to Have Wikipedia Edition in Own Script!". The Better India.
- ↑ ୪.୦ ୪.୧ ୪.୨ "Santhali becomes India's first tribal language to get own Wikipedia edition". 9 August 2018.
- ↑ ক্ষুদ্রজাতির ভাষায় বিশ্বকোষ - কালের কণ্ঠ. Kaler Kantho (in Bengali).
- ↑ ୬.୦ ୬.୧ Bhandari, Tannistha. নজির গড়ে উইকিপিডিয়ায় স্বীকৃতি পেল সাঁওতালি ভাষা. kolkata24x7.com. Archived from the original on 2018-08-10. Retrieved 2021-01-09.
- ↑ "ଉଇକିପିଡ଼ିଆରେ ସାନ୍ତାଳୀ ସାମିଲ୍". konarktv.com. Archived from the original on 9 January 2021. Retrieved 9 January 2021.
- ↑ "ସାନ୍ତାଳୀ ଉଇକିପିଡ଼ିଆକୁ ଅନୁମୋଦନ". www.samajalive.in. ସମାଜ. Archived from the original on 9 January 2021. Retrieved 9 January 2021.