Jump to content

ସାନ୍ତାଳୀ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
ସାନ୍ତାଳୀ ଉଇକିପିଡ଼ିଆ
ସାନ୍ତାଳୀ ଉଇକିପିଡ଼ିଆର ପ୍ରଧାନ ପୃଷ୍ଠା
ୟୁ.ଆର.ଏଲsat.wikipedia.org
ସାଇଟର ପ୍ରକାରଇଣ୍ଟରେନେଟରେ ଥିବା ଜ୍ଞାନକୋଷ
ମିଳୁଥିବା ଭାଷାସାନ୍ତାଳୀ
କଣ୍ଟେଣ୍ଟ ଲାଇସେନ୍ସକ୍ରିଏଟିଭ କମନ୍ସ ସ୍ୱତ୍ତ୍ୱ/
ସେଆର-ଏଲାଇକ
୩.୦
(ଅଧିକାଂଶ ପାଠ ଦ୍ୱିତ-ଲାଇସେନ୍ସରେ ଜି.ଏଫ.ଡି.ଏଲ.ରେ)
ମିଡ଼ିଆ ଲାଇସେନ୍ସିଂ ଅଲଗା
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ

ସାନ୍ତାଳୀ ଉଇକିପିଡ଼ିଆ, ଫାଉଣ୍ଡେସନଦ୍ୱାରା ପରିଚାଳିତ ଉଇକିପିଡ଼ିଆର ସାନ୍ତାଳୀ ଭାଷା ସଂସ୍କରଣ । ଏହା ୨୦୧୮ ମସିହା ଅଗଷ୍ଟ ୨ ତାରିଖରେ ଆରମ୍ଭ କରାଯାଇଥିଲା ।[] ସାନ୍ତାଳୀ ଭାଷାର ନିଜସ୍ୱ ବର୍ଣ୍ଣମାଳା, ଅଲ ଚିକି, ଏହି ଉଇକିପିଡ଼ିଆର ବର୍ଣ୍ଣମାଳା ଭାବରେ ବ୍ୟବହୃତ ହୋଇଛି ।[][] ସାନ୍ତାଳୀ ଭାଷା ଅଷ୍ଟ୍ରୋଏସିଆଟିକ ମୁଣ୍ଡା ଭାଷାସମୂହର ଅନ୍ତର୍ଗତ ଏକ ଭାଷା । ଏହି ଭାଷାରେ ଦକ୍ଷିଣ ଏସିଆର ବଙ୍ଗଳାଦେଶ, ଭାରତ, ଭୁଟାନ ଏବଂ ନେପାଳ ଆଦି ଦେଶରେ ପ୍ରାୟ ୭.୪ ନିୟୁତ ଲୋକ କଥାବାର୍ତ୍ତା କରନ୍ତି ।

ଇତିହାସ

ସାନ୍ତାଲି ଭାଷାର ଉଇକିପିଡ଼ିଆ ସୃଷ୍ଟି କରିବାର ପ୍ରକ୍ରିୟା ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୧୭ ମସିହା ଫେବୃଆରୀରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା ।[] ୨୦୧୨ ମସିହାରେ, ବଙ୍ଗଳାଦେଶର ଦିନାଜପୁର ଜିଲ୍ଲାର ସାନ୍ତାଳୀ ଭାଷା ସମ୍ପ୍ରଦାୟ ସହିତ 'ଉଇକିମିଡ଼ିଆ ବଙ୍ଗଳାଦେଶ' ଏକ ଉଇକିପିଡ଼ିଆ ମିଟଅପ ଏବଂ କର୍ମଶାଳା ଆୟୋଜନ କରି ସାନ୍ତାଳୀ ଭାଷା ଉଇକିପିଡ଼ିଆ ଆରମ୍ଭ କରିବାର ଲକ୍ଷ୍ୟ ରଖିଥିଲା ।.[] କିନ୍ତୁ, ସେହି ପ୍ରକ୍ରିୟା କିଛି ସମୟ ପରେ ମନ୍ଥର ହୋଇଗଲା ।[]

ତା’ପରେ ୨୦୧୭ ମସିହା ସେପ୍ଟେମ୍ବର ମାସରେ 'ଉଇକିମିଡ଼ିଆ ବଙ୍ଗଳାଦେଶ' ଢାକାଠାରେ ଏକ ଉଇକିପିଡ଼ିଆ ମିଟଅପରେ ସାନ୍ତାଲି ଭାଷା ସମ୍ପ୍ରଦାୟ ସହିତ ଆଉ ଏକ ବୈଠକ ଆୟୋଜନ କରିଥିଲା ଯେଉଁଠାରେ ଉଇକିପିଡ଼ିଆର ଶୁଭାରମ୍ଭକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।[][] ୨୦୧୭ ଡିସେମ୍ବର ମାସ ୩୦ତାରିଖରେ ସାନ୍ତାଳୀ ଭାଷାଭାଷୀଙ୍କ ସହ ପୁଣି ଏକ କର୍ମଶାଳା ଆୟୋଜନ କରାଯାଇଥିଲା ।[] ଭାରତର ସାନ୍ତାଳୀ ଭାଷାଭାଷୀମାନେ ମଧ୍ୟ ସେଥିରେ ଇଣ୍ଟରନେଟ ମାଧ୍ୟମରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ, ଓଡ଼ିଆ ଉଇକିପିଡ଼ିଆ ୟୁଜର୍ ଗ୍ରୁପ୍ ସହଯୋଗରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡ଼ିଶାର ସାନ୍ତାଳୀ ଭାଷା ସମ୍ପ୍ରଦାୟ ପାଇଁ ଆଉ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ୨୦୧୮ ଜୁନ ୨୮ ତାରିଖରେ ଉଇକିମିଡ଼ିଆ ଭାଷା କମିଟି ସାନ୍ତାଳୀ ଭାଷା ଉଇକିପିଡ଼ିଆକୁ ଅନୁମୋଦନ କରିଥିଲା ଓ ସେହି ବର୍ଷ ଅଗଷ୍ଟ ୨ ତାରିଖରେ ସାନ୍ତାଳୀ ଉଇକିପିଡ଼ିଆ ସାଇଟ ଉନ୍ମୋଚିତ ହୋଇଥିଲା ।[][]

କୋଭିଡ଼ ୧୯ ସମୟରେ ସାନ୍ତାଳୀ ଉଇକିପିଡ଼ିଆରେ ଦୁଇମାସ ଧରି ୧ ଜୁନ୍ ୨୦୨୦ରୁ ୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଏକ ଏଡ଼ିଟ-ଏ-ଥନ ଆୟୋଜିତ କରାଯାଇଥିଲା ଓ ଏହି ଦୁଇ ମାସରେ ମୋଟ ୮୬୫ଟି ପ୍ରବନ୍ଧ ତିଆରି କରାଯାଇଥିଲା ।[][]

ଛବିସମୂହ

ଆଧାର

  1. 1 2 উইকিপিডিয়ায় সাঁওতালি ভাষা - banglatribune.com.
  2. Team, Samakal Online. উইকিপিডিয়ায় সাঁওতালি ভাষা. Archived from the original on 2018-11-19. Retrieved 2021-01-09.
  3. 1 2 Tanvi, Patel (10 August 2018). "This Tribal Language Just Became India's First to Have Wikipedia Edition in Own Script!". The Better India.
  4. 1 2 3 "Santhali becomes India's first tribal language to get own Wikipedia edition". 9 August 2018.
  5. ক্ষুদ্রজাতির ভাষায় বিশ্বকোষ - কালের কণ্ঠ. Kaler Kantho (in Bengali).
  6. 1 2 Bhandari, Tannistha. নজির গড়ে উইকিপিডিয়ায় স্বীকৃতি পেল সাঁওতালি ভাষা. kolkata24x7.com. Archived from the original on 2018-08-10. Retrieved 2021-01-09.
  7. "ଉଇକିପିଡ଼ିଆରେ ସାନ୍ତାଳୀ ସାମିଲ୍". konarktv.com. Archived from the original on 9 January 2021. Retrieved 9 January 2021.
  8. "ସାନ୍ତାଳୀ ଉଇକିପିଡ଼ିଆକୁ ଅନୁମୋଦନ". www.samajalive.in. ସମାଜ. Archived from the original on 9 January 2021. Retrieved 9 January 2021.

ବାହ୍ୟ ଲିଙ୍କ