ସାନ୍ତାଳୀ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
ସାନ୍ତାଳୀ ଉଇକିପିଡ଼ିଆ
ସାନ୍ତାଳୀ ଉଇକିପିଡ଼ିଆର ପ୍ରଧାନ ପୃଷ୍ଠା
ୟୁ.ଆର.ଏଲsat.wikipedia.org
ସାଇଟର ପ୍ରକାରଇଣ୍ଟରେନେଟରେ ଥିବା ଜ୍ଞାନକୋଷ
ମିଳୁଥିବା ଭାଷାସାନ୍ତାଳୀ
କଣ୍ଟେଣ୍ଟ ଲାଇସେନ୍ସକ୍ରିଏଟିଭ କମନ୍ସ ସ୍ୱତ୍ତ୍ୱ/
ସେଆର-ଏଲାଇକ
୩.୦
(ଅଧିକାଂଶ ପାଠ ଦ୍ୱିତ-ଲାଇସେନ୍ସରେ ଜି.ଏଫ.ଡି.ଏଲ.ରେ)
ମିଡ଼ିଆ ଲାଇସେନ୍ସିଂ ଅଲଗା
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ

ସାନ୍ତାଳୀ ଉଇକିପିଡ଼ିଆ, ଫାଉଣ୍ଡେସନଦ୍ୱାରା ପରିଚାଳିତ ଉଇକିପିଡ଼ିଆର ସାନ୍ତାଳୀ ଭାଷା ସଂସ୍କରଣ । ଏହା ୨୦୧୮ ମସିହା ଅଗଷ୍ଟ ୨ ତାରିଖରେ ଆରମ୍ଭ କରାଯାଇଥିଲା ।[୧] ସାନ୍ତାଳୀ ଭାଷାର ନିଜସ୍ୱ ବର୍ଣ୍ଣମାଳା, ଅଲ ଚିକି, ଏହି ଉଇକିପିଡ଼ିଆର ବର୍ଣ୍ଣମାଳା ଭାବରେ ବ୍ୟବହୃତ ହୋଇଛି ।[୧][୨] ସାନ୍ତାଳୀ ଭାଷା ଅଷ୍ଟ୍ରୋଏସିଆଟିକ ମୁଣ୍ଡା ଭାଷାସମୂହର ଅନ୍ତର୍ଗତ ଏକ ଭାଷା । ଏହି ଭାଷାରେ ଦକ୍ଷିଣ ଏସିଆର ବଙ୍ଗଳାଦେଶ, ଭାରତ, ଭୁଟାନ ଏବଂ ନେପାଳ ଆଦି ଦେଶରେ ପ୍ରାୟ ୭.୪ ନିୟୁତ ଲୋକ କଥାବାର୍ତ୍ତା କରନ୍ତି ।

ଇତିହାସ

ସାନ୍ତାଲି ଭାଷାର ଉଇକିପିଡ଼ିଆ ସୃଷ୍ଟି କରିବାର ପ୍ରକ୍ରିୟା ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୧୭ ମସିହା ଫେବୃଆରୀରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା ।[୩] ୨୦୧୨ ମସିହାରେ, ବଙ୍ଗଳାଦେଶର ଦିନାଜପୁର ଜିଲ୍ଲାର ସାନ୍ତାଳୀ ଭାଷା ସମ୍ପ୍ରଦାୟ ସହିତ 'ଉଇକିମିଡ଼ିଆ ବଙ୍ଗଳାଦେଶ' ଏକ ଉଇକିପିଡ଼ିଆ ମିଟଅପ ଏବଂ କର୍ମଶାଳା ଆୟୋଜନ କରି ସାନ୍ତାଳୀ ଭାଷା ଉଇକିପିଡ଼ିଆ ଆରମ୍ଭ କରିବାର ଲକ୍ଷ୍ୟ ରଖିଥିଲା ।.[୪] କିନ୍ତୁ, ସେହି ପ୍ରକ୍ରିୟା କିଛି ସମୟ ପରେ ମନ୍ଥର ହୋଇଗଲା ।[୫]

ତା’ପରେ ୨୦୧୭ ମସିହା ସେପ୍ଟେମ୍ବର ମାସରେ 'ଉଇକିମିଡ଼ିଆ ବଙ୍ଗଳାଦେଶ' ଢାକାଠାରେ ଏକ ଉଇକିପିଡ଼ିଆ ମିଟଅପରେ ସାନ୍ତାଲି ଭାଷା ସମ୍ପ୍ରଦାୟ ସହିତ ଆଉ ଏକ ବୈଠକ ଆୟୋଜନ କରିଥିଲା ଯେଉଁଠାରେ ଉଇକିପିଡ଼ିଆର ଶୁଭାରମ୍ଭକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।[୩][୬] ୨୦୧୭ ଡିସେମ୍ବର ମାସ ୩୦ତାରିଖରେ ସାନ୍ତାଳୀ ଭାଷାଭାଷୀଙ୍କ ସହ ପୁଣି ଏକ କର୍ମଶାଳା ଆୟୋଜନ କରାଯାଇଥିଲା ।[୪] ଭାରତର ସାନ୍ତାଳୀ ଭାଷାଭାଷୀମାନେ ମଧ୍ୟ ସେଥିରେ ଇଣ୍ଟରନେଟ ମାଧ୍ୟମରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ, ଓଡ଼ିଆ ଉଇକିପିଡ଼ିଆ ୟୁଜର୍ ଗ୍ରୁପ୍ ସହଯୋଗରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଓଡ଼ିଶାର ସାନ୍ତାଳୀ ଭାଷା ସମ୍ପ୍ରଦାୟ ପାଇଁ ଆଉ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ୨୦୧୮ ଜୁନ ୨୮ ତାରିଖରେ ଉଇକିମିଡ଼ିଆ ଭାଷା କମିଟି ସାନ୍ତାଳୀ ଭାଷା ଉଇକିପିଡ଼ିଆକୁ ଅନୁମୋଦନ କରିଥିଲା ଓ ସେହି ବର୍ଷ ଅଗଷ୍ଟ ୨ ତାରିଖରେ ସାନ୍ତାଳୀ ଉଇକିପିଡ଼ିଆ ସାଇଟ ଉନ୍ମୋଚିତ ହୋଇଥିଲା ।[୪][୬]

କୋଭିଡ଼ ୧୯ ସମୟରେ ସାନ୍ତାଳୀ ଉଇକିପିଡ଼ିଆରେ ଦୁଇମାସ ଧରି ୧ ଜୁନ୍ ୨୦୨୦ରୁ ୨ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଏକ ଏଡ଼ିଟ-ଏ-ଥନ ଆୟୋଜିତ କରାଯାଇଥିଲା ଓ ଏହି ଦୁଇ ମାସରେ ମୋଟ ୮୬୫ଟି ପ୍ରବନ୍ଧ ତିଆରି କରାଯାଇଥିଲା ।[୭][୮]

ଛବିସମୂହ

ଆଧାର

  1. ୧.୦ ୧.୧ উইকিপিডিয়ায় সাঁওতালি ভাষা - banglatribune.com.
  2. Team, Samakal Online. উইকিপিডিয়ায় সাঁওতালি ভাষা. Archived from the original on 2018-11-19. Retrieved 2021-01-09.
  3. ୩.୦ ୩.୧ Tanvi, Patel (10 August 2018). "This Tribal Language Just Became India's First to Have Wikipedia Edition in Own Script!". The Better India.
  4. ୪.୦ ୪.୧ ୪.୨ "Santhali becomes India's first tribal language to get own Wikipedia edition". 9 August 2018.
  5. ক্ষুদ্রজাতির ভাষায় বিশ্বকোষ - কালের কণ্ঠ. Kaler Kantho (in Bengali).
  6. ୬.୦ ୬.୧ Bhandari, Tannistha. নজির গড়ে উইকিপিডিয়ায় স্বীকৃতি পেল সাঁওতালি ভাষা. kolkata24x7.com. Archived from the original on 2018-08-10. Retrieved 2021-01-09.
  7. "ଉଇକିପିଡ଼ିଆରେ ସାନ୍ତାଳୀ ସାମିଲ୍". konarktv.com. Archived from the original on 9 January 2021. Retrieved 9 January 2021.
  8. "ସାନ୍ତାଳୀ ଉଇକିପିଡ଼ିଆକୁ ଅନୁମୋଦନ". www.samajalive.in. ସମାଜ. Archived from the original on 9 January 2021. Retrieved 9 January 2021.

ବାହ୍ୟ ଲିଙ୍କ