ଯୋଗେନ୍ଦ୍ର ସିଂହ ଯାଦବ
ସୁବେଦାର ମେଜର ଏବଂ କ୍ୟାପଟେନ ଯୋଗେନ୍ଦ୍ର ସିଂହ ଯାଦବ | |
---|---|
ଜନ୍ମ | [୧] ବୁଲନ୍ଦ ସହର, ଉତ୍ତର ପ୍ରଦେଶ. ଭାରତ | ୧୦ ମଇ ୧୯୮୦
ନିଯୁକ୍ତିଦାତା | India |
ସେବା/ | Indian Army |
କାର୍ଯ୍ୟକାଳ | ୧୯୯୬-୨୦୨୧ |
ପଦବୀ | ସୁବେଦାର ମେଜର କ୍ୟାପଟେନ |
ସେନା ବିଭାଗ | 18th Grenadiers |
ସଂଘର୍ଷ/ଯୁଦ୍ଧ | କାରଗିଲ ଯୁଦ୍ଧ |
ପୁରସ୍କାର | ପରମ ବୀର ଚକ୍ର ଯଶ ଭାରତୀ |
ଶିକ୍ଷାନୁଷ୍ଠାନ | ସରକାରୀ ଉଚ୍ଚ ବିଦ୍ୟାଳୟ, ଔରଙ୍ଗାବାଦ ଅହିର, ବୁଲନ୍ଦସହର |
ସୁବେଦାର ମେଜର,[୨] ଏବଂ କ୍ୟାପଟେନ ଯୋଗେନ୍ଦ୍ର ସିଂହ ଯାଦବ ଜଣେ ପରମ ବୀର ଚକ୍ର ସମ୍ମାନପ୍ରାପ୍ତ ସେବାନିବୃତ ଭାରତୀୟ ସ୍ଥଳସେନା ଅଧିକାରୀ । କାରଗିଲ ଯୁଦ୍ଧରେ ତାଙ୍କ ସାହସିକତାପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସେ ସର୍ବକନିଷ୍ଟ ସେନା ଅଧିକାରୀ । ମାତ୍ର ୧୯ ବର୍ଷ ବୟସରେ ସେ ଏହି ସମ୍ମାନ ଲାଭ କରିଥିଲେ ।[୩][୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁବେଦାର ଯାଦବ ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅନ୍ତର୍ଗତ ଔରଙ୍ଗାବାଦ ଅହିରଠାରେ ୧୯୮୦ ମସିହା ମେ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩][୫] ତାଙ୍କ ପିତା କରନ ସିଂହ ଯାଦବ ମଧ୍ୟ ଭାରତୀୟ ସେନାବାହିନୀରେ କାର୍ଯ୍ୟ କରିଥିଲେ । ସେ କୁମାୟୁନ ରେଜିମେଣ୍ଟରେ ଥାଇ ୧୯୬୫ ଓ ୧୯୭୧ ମସିହାର ଭାରତ-ପାକିସ୍ଥାନ ଯୁଦ୍ଧ ଲଢ଼ିଥିଲେ ।[୩] ଯୋଗେଦ୍ର ୧୬ ବର୍ଷ ଓ ୫ ମାସ ବୟସରେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ ।[୬]
ଭାରତୀୟ ସେନାବାହିନୀରେ ଅବଦାନ
[ସମ୍ପାଦନା]କାରଗିଲ ଯୁଦ୍ଧ
[ସମ୍ପାଦନା]୧୯୯୯ ମସିହା ଜୁଲାଇ ମାସ ୪ ତାରିଖ ଭୋର ସମୟରେ ଯୋଗେନ୍ଦ୍ର ଓ ୧୮ ଜଣ ଗ୍ରେନେଡି଼ୟରଙ୍କୁ ନେଇ ଗଠିତ ଘାତକ ଫୋର୍ସକୁ ଟାଇଗର ହିଲରେ ତିନିଟି ମୁଖ୍ୟ ବଙ୍କରକୁ ନିଜ ଅଧିକାରକୁ ନେବାପାଇଁ ଆଦେଶ ଦିଆଯାଇଥିଲା । ବଙ୍କର ଗୁଡ଼ିକ ବରଫାଚ୍ଛନ୍ନ ତିଖ ପର୍ବତର ଉପରେ ଥିଲା । ଯାଦବ ପର୍ବତ ତିଖକୁ ଚଢ଼ି ସେଠାରୁ ତଳକୁ ଦଉଡ଼ି ପକେଇବା ପାଇଁ ଅଣ୍ଟା ଭିଡ଼ିଥିଲେ । ଅଧା ବାଟ ଚଢ଼ିଥିବା ସମୟରେ ଶତ୍ରୁପକ୍ଷରୁ ମେସିନ ଗନ ଓ ରକେଟଦ୍ୱାରା ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା । ଏହି ଗୁଳିବର୍ଷଣଦ୍ୱାରା ଘାତକ ଭାରତ ପକ୍ଷର ପ୍ଲାଟୁନ କମାଣ୍ଡର ଓ ଅନ୍ୟ ଦୁଇଜଣ ନିହତ ହୋଇଥିଲେ । ଯାଦବଙ୍କ କାନ୍ଧ ଓ ଜଂଘରେ ମଧ୍ୟ ଗୁଳି ମାଡ଼ ହୋଇଥିଲା । ଏହା ସତ୍ତ୍ୱେ ଯାଦବ ବାକିଥିବା ୬୦ଫୁଟ ଉଚ୍ଚତା ଚଢ଼ିଥିଲେ । ଗୁରୁତ୍ୱର ଆହାତ ହେବା ସତ୍ତ୍ୱେ ସେ ଘୁଷୁରି ଘୁଷୁରି ଯାଇ ପ୍ରଥମ ବଙ୍କର ଉପରେ ଗ୍ରେନେଡ଼ ମାଡ଼ କରି ପାକିସ୍ଥାନର ୪ ଜଣ ସିପାହିଙ୍କୁ ମାରିଥିଲେ । ଏହାଦ୍ୱାରା ପାକିସ୍ଥାନ ପକ୍ଷରୁ ଚାଲିଥିବା ଗୁଳିବର୍ଷଣ ମଧ୍ୟ ବନ୍ଦ ହୋଇଥିଲା । ଗୁଳିବର୍ଷଣ ବନ୍ଦହେବାରୁ ଭାରତର ଅନ୍ୟମାନଙ୍କୁ ପାହାଡ଼ ଚଢ଼ି ଉପରକୁ ଯିବାକୁ ସୁଯୋଗ ମିଳିଗଲା ।[୭] ଏହାପରେ ଭାରତୀୟ ସୌନ୍ୟମାନଙ୍କର ପାକିସ୍ଥାନ ସୈନ୍ୟମାନଙ୍କ ସହ ହାତାହାତି ଯୁଦ୍ଧ ହୋଇଥିଲା ଓ ସେମାନେ ବାକି ୪ ଜଣ ପାକିସ୍ଥାନୀ ସୈନଙ୍କୁ ମାରିପକେଇଥିଲେ । ଏହାପରେ ଭାରତୀୟ ସେନା ଟାଇଗର ହିଲରେ ବିଜୟ ହାସଲ କରିଥିଲେ । ଯୋଗେନ୍ଦ୍ରଙ୍କ ଦେହରେ ୧୨ଟି ଗୁଳି ବାଜିବା ସତ୍ତ୍ୱେ ସେ ସାହସର ସହିତ ଲଢ଼ି ଟାଇଗର ହିଲ ଜିତିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । [୮]
ମରଣୋପରାନ୍ତ ଭାବରେ ଯୋଗେନ୍ଦ୍ର ଯାଦବଙ୍କ ନାମ ପରମବୀର ଚକ୍ର ସମ୍ମାନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ, ଯୋଗେନ୍ଦ୍ର ବଞ୍ଚିଛନ୍ତି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସମନାମରେ ଅନ୍ୟଜଣେ ଯୁଦ୍ଧରେ ସହିଦ ହୋଇଥିଲେ ।[୯]
ଯୁଦ୍ଧ ପରର ଜୀବନ
[ସମ୍ପାଦନା]୨୦୨୧ ମସିହା ସ୍ୱାଧିନତା ଦିବସରେ ଯୋଗେନ୍ଦ୍ର ଯାଦବଙ୍କୁ ସମ୍ମାନଜନକ କ୍ୟାପଟେନ ପଦବୀ ପ୍ରଦାନ କରାଯିବା ପାଇଁ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଘୋଷଣା କରାଯାଇଥିଲା । ଲେଫ୍ଟନାଣ୍ଟ ରାଜୀବ ସିରୋହୀଙ୍କଠାରୁ ସେ ଏହି ପଦବୀ ଲାଭ କରିଥିଲେ । ସମ୍ମାନଜନକ କ୍ୟାପଟେନ ପଦବୀରୁ ଯୋଗେନ୍ଦ୍ର ୨୦୨୧ ମସିହା ଡିସେମ୍ବର ୩୧ତାରିଖରେ ଅବସର ଗ୍ରହଣ କରିଥିଲେ ।[୧୦]
ଯୋଗେନ୍ଦ୍ର ଭାରତୀୟ ସେନାରୁ ଅବସର ଗ୍ରହଣ କରିବା ପରେ ଉଡ଼ଚଲୋ ନାମକ ଏକ ସଂସ୍ଥାରେ ପରାମର୍ଶଦାତା ଭାବରେ ଯୋଗ ଦେଇଥିଲେ । [୧୧]
ସମ୍ମାନ
[ସମ୍ପାଦନା]- ଯଶ ଭାରତୀ (ଉତ୍ତର ପ୍ରଦେଶ ସରକାର ପ୍ରଦତ୍ତ) - ୨୦୧୫[୧୨]
- ଯୋଗେନ୍ଦ୍ରଙ୍କ କାରଗିଲ ଯୁଦ୍ଧର କାହାଣୀ ଉପରେ ହିନ୍ଦୀ ଚଳଚ୍ଚିତ୍ର ଲକ୍ଷ(୨୦୦୪)[୧୩] ଓ ଏଲଓସି କାରଗିଲ ପର୍ଯ୍ୟବେସିତ ଥିଲା ।
- ୨୦୨୦ ମସିହାରେ ସେ କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ଜିତିଥିବା ସମସ୍ତ ରାଶି ଆର୍ମୀ ୱେଲଫେୟାର ଫଣ୍ଡକୁ ଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Grenadier Yogendra Singh Yadav, PVC". twdi.in. Archived from the original on 27 March 2019. Retrieved 29 August 2014.
- ↑ "Yogendra Singh Yadav is shown to be a Subedar Major". YouTube. 2017. Archived from the original on 2023-09-15. Retrieved 2023-09-15.
- ↑ ୩.୦ ୩.୧ ୩.୨ Major General Ian Cardozo (2003). Param Vir: Our Heroes in Battle. Roli Books Private Limited. pp. The Last Ghatak. ISBN 9789351940296.
- ↑ "YOGENDER SINGH YADAV | Gallantry Awards". gallantryawards.gov.in. Archived from the original on 16 December 2017. Retrieved 15 December 2017.
- ↑ S. D. S. Yadava (1 January 2006). Followers of Krishna: Yadavas of India (Google eBook). Lancer Publishers. p. 47. ISBN 9788170622161.
- ↑ Cardozo, Major General Ian (2003). Param Vir: Our Heroes in Battle. Roli Books Private Limited. p. The Last Ghatak. ISBN 9789351940296.
- ↑ "Profile on Yadav on the Indian Army website". Archived from the original on 13 August 2006. Retrieved 18 August 2006.
- ↑ Rachana Bhatt (2006). The Brave: Param Vir Chakra Stories. Penguin Books. pp. YSY. ISBN 9789351188056.
{{cite book}}
:|work=
ignored (help) - ↑ "Army orders inquiry into PVC blunder". Rediff.com. 17 August 1999. Archived from the original on 3 December 2013. Retrieved 30 November 2013.
- ↑ Mishra, Utkarsh. "Param Vir Chakra awardee Kargil hero Yogendra Singh Yadav retires". Rediff (in ଇଂରାଜୀ). Retrieved 2022-01-04.
- ↑ "Param Vir Chakra awardee joins udChalo advisory board". The Hindu. 18 January 2022.
- ↑ "यश भारती सम्मान से 56 हस्तियां अलंकृत 12063610" (in ହିନ୍ଦୀ). jagran.com.
- ↑ "10 Army Heroes and Their Extra Ordinary Tales of Bravery". TBI Team. thebetterindia.com. The Better India. 15 January 2016. Archived from the original on 27 September 2016. Retrieved 9 March 2016.