ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ
Diabetic nephropathy (DN)[୧] | |
ବିଭାଗ | Nephrology |
---|---|
ଲକ୍ଷଣ | None, tiredness, foamy urine, swelling[୧][୨] |
ଆକ୍ରାନ୍ତ ସମୟ | Over years[୧] |
ଅବଧି | Long-term[୨] |
କାରଣ | Diabetes[୧] |
ବିପଦ କାରକ | High blood pressure, high blood sugar, smoking, high salt diet[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood and urine testing[୧] |
ସଠିକ ରୋଗ ନିର୍ଣ୍ଣୟ | Other causes of nephrotic syndrome, renal artery stenosis, urinary tract infection, multiple myeloma[୨] |
ପ୍ରତିକାର | Healthy lifestyle, sugar and blood pressure management[୧] |
ଔଷଧ | ACE inhibitors, angiotensin receptor blockers[୧] |
Prognosis | Decreased life expectancy[୨] |
ପୁନଃପୌନିକ | 33% of adults with diabetes[୧] |
ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ (DKD), ମଧୁମେହ ସମ୍ବନ୍ଧୀୟ ନିଉରୋପାଥି ଭାବରେ ମଧ୍ୟ ପରିଚିତ, ଏକ ଦୀର୍ଘମିଆଦୀ ବୃକ୍କ ବିଫଳ ରୋଗ ଯାହା ମଧୁମେହ ରୋଗ ଯୋଗୁ ହୁଏ । [୧] [୨] ପ୍ରାରମ୍ଭରେ ସାଧାରଣତଃ କୌଣାସି ଲକ୍ଷଣ ଦେଖାଯାଏ ନାହିଁ, ପରବର୍ତ୍ତୀ ସମୟରେ ଥକ୍କା, ଫେଣମୟ ପରିସ୍ରା ଏବଂ ଫୁଲା ହୋଇପାରେ | [୧] [୨] ମଧୁମେହ ଆରମ୍ଭ ହେବାର ଅନେକ ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ ଏବଂ ଧୀରେ ଧୀରେ ଅବନତି ହୋଇଯାଏ | [୧] [୨] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍କ ବିଫଳତା ଏବଂ ହୃଦରକ୍ତନାଳୀ ରୋଗ ହୋଇପାରେ । [୨]
ଏହା ଉଭୟ ଟାଇପ ୧ ଏବଂ ଟାଇପ ୨ ମଧୁମେହ ଯୋଗୁ ହୋଇପାରେ | [୨] ଏହି ରୋଗର ସଙ୍କଟ ଉଚ୍ଚ ରକ୍ତ ଶର୍କରା, ଉଚ୍ଚ ରକ୍ତଚାପ, ପାରିବାରିକ ଇତିହାସ, ଧୂମପାନ ଏବଂ ଉଚ୍ଚ ଲୁଣଯୁକ୍ତ ଖାଦ୍ୟ ଗ୍ରହଣ କାରଣମାନଙ୍କ ଯୋଗୁ ସୃଷ୍ଟି ହୁଏ । [୧] [୨]ଉଚ୍ଚ ରକ୍ତ ଶର୍କରା ସ୍ତର ଯୋଗୁ ବୃକ୍କରେ ଥିବା କ୍ଷୁଦ୍ର ରକ୍ତନଳୀ କ୍ଷତିଗ୍ରସ୍ତ ହୁଏ ଏବଂ ପୋଡୋସାଇଟ ଅକ୍ଷମତା ହୋଇଥାଏ | [୧] [୨] ଗ୍ଲୋମେରୁଲାର ଫିଲଟ୍ରେସନ ହାର କମ୍ ଓ ପରିସ୍ରାରେ ଆଲବୁମିନ ହ୍ରାସ ହେଉଥିଲେ ତଥା ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଅନୁପସ୍ଥିତି ନିଶ୍ଚିତ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ। [୨]
ଉପଯୁକ୍ତ ଚିକିତ୍ସା ରୋଗର ପ୍ରଗତିକୁ ମନ୍ଥର କରିପାରେ | [୨] ଜୀବନ ଶୈଳୀ ଏବଂ ଖାଦ୍ୟପେୟର ପରିବର୍ତ୍ତନ, ରକ୍ତଚାପ ନିୟନ୍ତ୍ରଣ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କଲେ ଏହା ସମ୍ଭବ ହୋଇପାରେ | [୨] ଏହି ରୋଗରେ ବାରମ୍ବାର ବ୍ୟବହୃତ ହେଉଥିବା ଔଷଧମାନଙ୍କର ନାମ ଏସିଇ ଇନହିବିଟର କିମ୍ବା ଆଞ୍ଜିଓଟେନସିନ ରିସେପ୍ଟର ବ୍ଲକର (ଏଆରବି) ନାମ ଉଲ୍ଲେଖଯୋଗ୍ୟ | [୧] ବୃକ୍କ ବିଫଳ ହେଲେ ଡାଏଲିସିସ ବା ବୃକ୍କ ପ୍ରତିରୋପଣ କରାଯାଇପାରେ। [୨]
ମଧୁମେହ ରୋଗ ପୀଡ଼ିତ ଯୁବକମାନଙ୍କ ମଧ୍ୟରୁ ମଧୁମେହ ବୃକ୍କ ରୋଗ ପ୍ରାୟ ୩୩% ଲୋକଙ୍କୁ ପ୍ରଭାବିତ କରିଥାଏ | [୧] ଯୁକ୍ତରାଷ୍ଟ୍ରରେ ରହୁଥିବା ଆଫ୍ରିକୀୟ ଓ ମୂଳ ଆମେରିକୀୟ ନିବାସୀ ଲୋକଙ୍କର ଏହି ରୋଗ ଅଧିକ ହେଉଥିବା ଦେଖାଯାଏ | [୨] ବିକଶିତ ଦେଶମାନଙ୍କରେ ବୃକ୍କ ବିଫଳତା ସାଧାରଣତଃ ଅଧିକ ହୁଏ ଓ ମୃତ୍ୟୁ ସଙ୍କଟ ବୃଦ୍ଧି ପାଏ । [୨] ୧୭୦୦ ଓ ୧୮୦୦ ଶତକରେ ଏରାମସ ଡାରୱିନ ଓ ରିଚାର୍ଡ଼ ବ୍ରାଇଟଙ୍କ କାମ ଯୋଗୁ ଏହି ରୋଗ ଧୀରେ ଧୀରେ ପରିସ୍ଫୁଟ ହେବାକୁ ଲାଗିଥିଲା । [୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ "Diabetic Kidney Disease | NIDDK". National Institute of Diabetes and Digestive and Kidney Diseases. Retrieved 25 January 2021.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Varghese, RT; Jialal, I (January 2020). "Diabetic Nephropathy". PMID 30480939.
{{cite journal}}
: Cite journal requires|journal=
(help) - ↑ Lerma, Edgar V.; Batuman, Vecihi (2014). Diabetes and Kidney Disease (in ଇଂରାଜୀ). Springer. p. 4. ISBN 978-1-4939-0793-9.