Jump to content

ମଧୁମେହ ସମ୍ବନ୍ଧୀୟ ବୃକ୍‌କ ରୋଗ

ଉଇକିପିଡ଼ିଆ‌ରୁ
Diabetic nephropathy (DN)[]
Two glomeruli in diabetic kidney disease: the acellular light purple areas within the capillary tufts are the destructive mesangial matrix deposits.
ବିଭାଗNephrology
ଲକ୍ଷଣNone, tiredness, foamy urine, swelling[][]
ଆକ୍ରାନ୍ତ ସମୟOver years[]
ଅବଧିLong-term[]
କାରଣDiabetes[]
ବିପଦ କାରକHigh blood pressure, high blood sugar, smoking, high salt diet[]
ରୋଗ ନିର୍ଣ୍ଣୟ ପଦ୍ଧତିBlood and urine testing[]
ସଠିକ ରୋଗ ନିର୍ଣ୍ଣୟOther causes of nephrotic syndrome, renal artery stenosis, urinary tract infection, multiple myeloma[]
ପ୍ରତିକାରHealthy lifestyle, sugar and blood pressure management[]
ଔଷଧACE inhibitors, angiotensin receptor blockers[]
PrognosisDecreased life expectancy[]
ପୁନଃପୌନିକ33% of adults with diabetes[]

ମଧୁମେହ ସମ୍ବନ୍ଧୀୟ ବୃକ୍‌କ ରୋଗ (DKD), ମଧୁମେହ ସମ୍ବନ୍ଧୀୟ ନିଉରୋପାଥି ଭାବରେ ମଧ୍ୟ ପରିଚିତ, ଏକ ଦୀର୍ଘମିଆଦୀ ବୃକ୍‌କ ବିଫଳ ରୋଗ ଯାହା ମଧୁମେହ ରୋଗ ଯୋଗୁ ହୁଏ । [] [] ପ୍ରାରମ୍ଭରେ ସାଧାରଣତଃ କୌଣାସି ଲକ୍ଷଣ ଦେଖାଯାଏ ନାହିଁ, ପରବର୍ତ୍ତୀ ସମୟରେ ଥକ୍କା, ଫେଣମୟ ପରିସ୍ରା ଏବଂ ଫୁଲା ହୋଇପାରେ | [] [] ମଧୁମେହ ଆରମ୍ଭ ହେବାର ଅନେକ ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ ଏବଂ ଧୀରେ ଧୀରେ ଅବନତି ହୋଇଯାଏ | [] [] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତଚାପ, ବୃକ୍‌କ ବିଫଳତା ଏବଂ ହୃଦରକ୍ତନାଳୀ ରୋଗ ହୋଇପାରେ । []

ଏହା ଉଭୟ ଟାଇପ ୧ ଏବଂ ଟାଇପ ୨ ମଧୁମେହ ଯୋଗୁ ହୋଇପାରେ | [] ଏହି ରୋଗର ସଙ୍କଟ ଉଚ୍ଚ ରକ୍ତ ଶର୍କରା, ଉଚ୍ଚ ରକ୍ତଚାପ, ପାରିବାରିକ ଇତିହାସ, ଧୂମପାନ ଏବଂ ଉଚ୍ଚ ଲୁଣଯୁକ୍ତ ଖାଦ୍ୟ ଗ୍ରହଣ କାରଣମାନଙ୍କ ଯୋଗୁ ସୃଷ୍ଟି ହୁଏ । [] []ଉଚ୍ଚ ରକ୍ତ ଶର୍କରା ସ୍ତର ଯୋଗୁ ବୃକ୍‌କରେ ଥିବା କ୍ଷୁଦ୍ର ରକ୍ତନଳୀ କ୍ଷତିଗ୍ରସ୍ତ ହୁଏ ଏବଂ ପୋଡୋସାଇଟ ଅକ୍ଷମତା ହୋଇଥାଏ | [] [] ଗ୍ଲୋମେରୁଲାର ଫିଲଟ୍ରେସନ ହାର କମ୍ ଓ ପରିସ୍ରାରେ ଆଲବୁମିନ ହ୍ରାସ ହେଉଥିଲେ ତ‌ଥା ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଅନୁପସ୍ଥିତି ନିଶ୍ଚିତ କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ। []

ଉପ‌ଯୁକ୍ତ ଚିକିତ୍ସା ରୋଗର ପ୍ରଗତିକୁ ମନ୍ଥର କରିପାରେ | [] ଜୀବନ ଶୈଳୀ ଏବଂ ଖାଦ୍ୟପେୟର ପରିବର୍ତ୍ତନ, ରକ୍ତଚାପ ନିୟନ୍ତ୍ରଣ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କଲେ ଏହା ସମ୍ଭବ ହୋଇପାରେ | [] ଏହି ରୋଗରେ ବାରମ୍ବାର ବ୍ୟବହୃତ ହେଉଥିବା ଔଷଧମାନଙ୍କର ନାମ ଏସିଇ ଇନହିବିଟର କିମ୍ବା ଆଞ୍ଜିଓଟେନସିନ ରିସେପ୍ଟର ବ୍ଲକର (ଏଆରବି) ନାମ ଉଲ୍ଲେଖ‌ଯୋଗ୍ୟ | [] ବୃକ୍‌କ ବିଫଳ ହେଲେ ଡାଏଲିସିସ ବା ବୃକ୍‌କ ପ୍ରତିରୋପଣ କରାଯାଇପାରେ। []

ମଧୁମେହ ରୋଗ ପୀଡ଼ିତ ଯୁବକମାନଙ୍କ ମଧ୍ୟରୁ ମଧୁମେହ ବୃକ୍‌କ ରୋଗ ପ୍ରାୟ ୩୩% ଲୋକଙ୍କୁ ପ୍ରଭାବିତ କରିଥାଏ | [] ଯୁକ୍ତରାଷ୍ଟ୍ରରେ ରହୁଥିବା ଆଫ୍ରିକୀୟ ଓ ମୂଳ ଆମେରିକୀୟ ନିବାସୀ ଲୋକଙ୍କର ଏହି ରୋଗ ଅଧିକ ହେଉଥିବା ଦେଖାଯାଏ | [] ବିକଶିତ ଦେଶମାନଙ୍କରେ ବୃକ୍‌କ ବିଫଳତା ସାଧାରଣତଃ ଅଧିକ ହୁଏ ଓ ମୃତ୍ୟୁ ସଙ୍କଟ ବୃଦ୍ଧି ପାଏ । [] ୧୭୦୦ ଓ ୧୮୦୦ ଶତକରେ ଏରାମସ ଡାର‌ୱିନ ଓ ରିଚାର୍ଡ଼ ବ୍ରାଇଟଙ୍କ କାମ ଯୋଗୁ ଏହି ରୋଗ ଧୀରେ ଧୀରେ ପରିସ୍ଫୁଟ ହେବାକୁ ଲାଗିଥିଲା । []

  1. 1 2 3 4 5 6 7 8 9 10 11 12 13 14 15 16 "Diabetic Kidney Disease | NIDDK". National Institute of Diabetes and Digestive and Kidney Diseases. Retrieved 25 January 2021.
  2. 1 2 3 4 5 6 7 8 9 10 11 12 13 14 15 16 17 Varghese, RT; Jialal, I (January 2020). "Diabetic Nephropathy". PMID 30480939. {{cite journal}}: Cite journal requires |journal= (help)
  3. Lerma, Edgar V.; Batuman, Vecihi (2014). Diabetes and Kidney Disease (in ଇଂରାଜୀ). Springer. p. 4. ISBN 978-1-4939-0793-9.