ଭାରତର ଜାତୀୟ ପ୍ରତୀକ
Appearance
ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ
[ସମ୍ପାଦନା]ପ୍ରଜାତାନ୍ତ୍ରିକ ଭାରତର ବିଭିନ୍ନ ରାଷ୍ଟ୍ରୀୟ ପ୍ରତୀକ ଅଛି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ପରେ ଏହି ପ୍ରତୀକ ସବୁ କାର୍ଯ୍ୟକ୍ଷମ ହେଲା ।
ନାମ | ସଂକେତ | ଛବି | ଟୀକା |
---|---|---|---|
ରାଷ୍ଟ୍ରୀୟ ପତାକା | ଭାରତୀୟ ରାଷ୍ଟ୍ରୀୟ ପତକା (ତ୍ରିରଙ୍ଗା) |
ପତକାଟି କେଶର, ସବୁଜ ଓ ଧଳା ରଙ୍ଗରେ ତିଆରି କେଶରୀ ଓ ସବୁଜ ରଙ୍ଗ ମଝିରେ ଅଶୋକ ଚକ୍ର ଅଛି।[୧] | |
ରାଷ୍ଟ୍ରୀୟ ଚିହ୍ନ | ଭାରତର ରାଷ୍ଟ୍ରୀୟ ଚିହ୍ନ (ଅଶୋକ ସ୍ତମ୍ଭ) |
୨୬ ଜାନୁଆରୀ ୧୯୫୦ ରାଜା ଅଶୋକଙ୍କ ଅଶୋକ ସ୍ତମ୍ବକୁ ଭାରତର ରାଷ୍ଟ୍ରୀୟ ଚିହ୍ନ ଘୋଷଣା କରାଯାଇଥିଲା।".[୨] | |
ରାଷ୍ଟ୍ରୀୟ ପଞ୍ଜିକା | ଭାରତର ରାଷ୍ଟ୍ରୀୟ ପଞ୍ଜିକା (ଶକ ପଞ୍ଜିକା) |
ଏହା ଚୈତ୍ର ମାସରୁ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ । [୩] | |
ରାଷ୍ଟ୍ର ଗାନ | "ଜନ ଗଣ ମନ" ରବିନ୍ଦ୍ରନାଥ ଠାକୁର |
70px | ୨୬ ଜାନୁଆରି ୧୯୫୦ରେ ଜନ ଗଣ ମନକୁ ଭାରତର ରାଷ୍ଟ୍ର ଗାନ ଘୋଷଣା କରାଯାଇଥିଲା ।[୪] |
ରାଷ୍ଟ୍ରୀୟ ଗୀତ | ବନ୍ଦେ ମାତରମ ବଙ୍କିମଚନ୍ଦ୍ର ଚଟ୍ଟୋପଦ୍ଧାୟ |
୧୮୯୬ ଭାରତୀୟ କଂଗ୍ରେସ ମେଳଣରେ ଏହା ପ୍ରଥମ ଥର ପାଇଁ ଏହି ଗୀତଟି ଗାନ କରାଯାଇଥିଲା । [୫] | |
ରାଷ୍ଟ୍ରୀୟ ଫୁଲ | ପଦ୍ମ (Nelumbo nucifera) |
ପଦ୍ମ ଫୁଲକୁ ଭାରତର ରାଷ୍ଟ୍ରୀୟ ଫୁଲ ଘୋଷଣା କରାଯାଇଥିଲା। | |
ରାଷ୍ଟ୍ରୀୟ ଫଳ | ଆମ୍ବ Mangifera indica |
ଭାରତ ଆମ୍ବର ଏକ ମୁଖ୍ୟ ଉତ୍ପାଦକ ଏଠାରେ ୧୦୦ ପ୍ରଜାତିରୁ ଅଧିକ ଆମ୍ବ ମିଳେ ସେଥି ପାଇଁ ଆମ୍ବକୁ ରାଷ୍ଟ୍ରୀୟ ଫଳ କୁହାଯାଏ।[୭] | |
ରାଷ୍ଟ୍ରୀୟ ନଦୀ | ଗଙ୍ଗା | ଏହା ଭାରତର ବୃହତ୍ତମ ନଦୀ ଓ ପୁଜ୍ୟ ନଦୀ ସେଥି ପାଇଁ ଗଙ୍ଗାକୁ ରାଷ୍ଟ୍ରୀୟ ନଦୀ କୁହାଯାଏ।[୮] | |
ରାଷ୍ଟ୍ରୀୟ ଗଛ | ବରଗଛ (Ficus bengalensis) |
ବର ଗଛଟି ଭାରତରେ ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବରକୁ ରାଷ୍ଟ୍ରୀୟ ଗଛ କୁହାଯାଏ ।[୯] | |
ରାଷ୍ଟ୍ରୀୟ ପଶୁ | ମହାବଳ ବାଘ (Panthera tigris) |
ବାଘ ଭାରତର ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବାଘକୁ ରାଷ୍ଟ୍ରୀୟ ପଶୁ କୁହାଯାଏ ।[୧୦] | |
ରାଷ୍ଟ୍ରୀୟ ଖେଳ | ହକି | ଭାରତ ଅଲମ୍ପିକରେ ହକିରେ ୮ଟି ସୁନା ପଦକ ପାଇଛି ସେଥି ପାଇଁ ହକିକୁ ରାଷ୍ଟ୍ରୀୟ ଖେଳ କୁହାଯାଏ ।[୧୧] | |
ରାଷ୍ଟ୍ରୀୟ ସରୀସୃପ | ଅହିରାଜ | ଅହିରାଜ ଭାରତ ଉପମହାଦେଶର ପ୍ରାୟ ସବୁ ଅଞ୍ଚଳରେ ଦେଖାଯାଉଥିବା ଏକ ସରୀସୃପ । ଭାରତୀୟ ସଂସ୍କୃତିରେ ଏକ ବିଶେଷ ସ୍ଥାନଧାରଣ କରିଥିବାରୁ ଏହାକୁ ଭାରତର ରାଷ୍ଟ୍ରୀୟ ସରୀସୃପ କୁହାଯାଏ । | |
ରାଷ୍ଟ୍ରୀୟ ପ୍ରତିଜ୍ଞା | ରାଷ୍ଟ୍ରୀୟ ପ୍ରତିଜ୍ଞା | ରାଷ୍ଟ୍ରୀୟ ପ୍ରତିଜ୍ଞା ଭାରତୀୟଙ୍କ ଜାତୀୟତାବାଦୀ ନିଷ୍ଠାର ଶପଥ ଅଟେ । | |
ରାଷ୍ଟ୍ରୀୟ ଐତିହାସିକ ପଶୁ | ହାତୀ | ଦେଶର ପ୍ରାୟ ୨୯୦୦୦ ହାତୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ପରିବେଶ ମନ୍ତ୍ରୀ ହାତୀକୁ ଜାତୀୟ ଐତିହ୍ୟ ପଶୁ ମାନ୍ୟତା ଦେଇଥିଲେ ।[୧୨] | |
ରାଷ୍ଟ୍ରୀୟ ଅଣୁଜୀବ | ଲାକ୍ଟୋବାସିଲସ ଡେଲବ୍ର୍ୟୁକୀ (ଇଂରାଜୀ:Lactobacillus delbrueckii) |
୨୦୧୨ ମସିହା ଅକ୍ଟୋବର ୧୮ ତାରିଖରେ ଭାରତୀୟ ପରିବେଶ ଏବଂ ବନସମ୍ପଦ ମନ୍ତ୍ରୀ ଜୟନ୍ତୀ ନଟରାଜନ ବୀଜାଣୁକୁ ଜାତୀୟ ଅଣୁଜୀବ ମାନ୍ୟତା ପ୍ରଦାନ କରିଥିଲେ । | |
ରାଷ୍ଟ୍ରୀୟ ପକ୍ଷୀ | ମୟୂର | ୧୯୬୩ ମସିହା ଫେବୃଆରୀ ୧ ତାରିଖରେ ଭାରତ ସରକାର ମୟୂରକୁ ରାଷ୍ଟ୍ରୀୟ ପକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ ।[୧୩] |
ଆଧାର
[ସମ୍ପାଦନା]- ↑ http://www.whereincity.com/india/great-indians/national-symbols/flag.php
- ↑ "ରାଷ୍ଟ୍ରୀୟ ଚିହ୍ନ". ଭାରତ ସରକାର. Archived from the original on 19 March 2012. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ପଞ୍ଜିକା". ଭାରତ ସରକାର. Retrieved 3 Apr 2012.
- ↑ "ରାଷ୍ଟ୍ର ଗାନ". ଭାରତ ସରକାର. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଗୀତ". ଭାରତ ସରକାର. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଫୁଲ". ଭାରତ ସରକାର. Archived from the original on 28 March 2012. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଫଳ". ଭାରତ ସରକାର. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ନଦୀ". ଭାରତ ସରକାର. Archived from the original on 30 March 2012. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଗଛ". ଭାରତ ସରକାର. Archived from the original on 28 March 2012. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ପଶୁ-". ଭାରତ ସରକାର. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଖେଳ". ଭାରତ ସରକାର. Archived from the original on 11 May 2012. Retrieved 3 Apr 2012.
- ↑ http://www.ens-newswire.com/ens/oct2010/2010-10-22-03.html&ved=2ahUKEwi_oceww8bcAhVLN48KHf3rCewQFjAFegQIAxAB&usg=AOvVaw0AJMDBSYryeFJlO3EZieCg
- ↑ "National Bird". Government of India. Archived from the original on 15 ଜାନୁଆରୀ 2013. Retrieved 3 ଅପ୍ରେଲ 2012.
ବାହାର ଆଧାର
[ସମ୍ପାଦନା]- National Symbols Govt. of India Official website.