ବୈଦ୍ୟନାଥ ମିଶ୍ର
ବୈଦ୍ୟନାଥ ମିଶ୍ର | |
---|---|
ଜନ୍ମ | |
ମୃତ୍ୟୁ | ୭ ମଇ ୨୦୧୯ | (ବୟସ ୯୮)
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ବୈବାହିକ-ସାଥୀ | ବାସନ୍ତୀ ମିଶ୍ର |
ସନ୍ତାନ | ବସନ୍ତ, ଜୟନ୍ତ, ସୁକାନ୍ତ, ବିଜୟଲକ୍ଷ୍ମୀ |
ପିତାମାତା | ମହାଦେବ ମିଶ୍ର ମାଣିକ ଦେବୀ |
ବୈଦ୍ୟନାଥ ମିଶ୍ର (୨୨ ନଭେମ୍ବର ୧୯୨୦-୭ ମଇ ୨୦୧୯) ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ପୂର୍ବତନ ଉପାଧ୍ୟକ୍ଷ (୧୯୮୪-୮୯) ତଥା ଓୟୁଏଟିର ପୂର୍ବତନ କୁଳପତି ଥିଲେ ।[୧] ଜଣେ ଅର୍ଥନୀତିଜ୍ଞ[୨] ଭାବରେ ସାରା ବିଶ୍ୱରେ ପରିଚିତ ଥିଲେ ।[୩]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ବୈଦ୍ୟନାଥ, ୧୯୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ଦିବ୍ୟସିଂହପୁର ଶାସନରେ ଏକ ପୂଜାରୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ମହାଦେବ ମିଶ୍ର ଓ ମାତାଙ୍କ ନାମ ମାଣିକ ଦେବୀ । ପରିବାରର ଆର୍ଥିକ ଅନାଟନ ଯୋଗୁ ତାଙ୍କ ପିଲାଦିନା ସଂଘର୍ଷମୟ ଥିଲା । ନିଜେ ଗୋବର ଗୋଟେଇ ଘର ପାଇଁ ଜାଳେଣି ଯୋଗାଡ଼ କରୁଥିଲେ । ସ୍କୁଲ ହତା ଓଳାଇ ଟ୍ୟୁସନ ଖର୍ଚ୍ଚ ଭରଣା କରୁଥିଲେ । ଅଗରପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ, ସେ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ୧୯୫୨ ମସିହାରେ ସେ ଆମେରିକାର ହ୍ୱାଟନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏ.ଏମ୍ ଡିଗ୍ରି ଓ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଥିଲେ ।[୪] ୧୯୫୨ରେ ଆମେରିକାରୁ ଫେରିବା ସମୟରେ, ସେ ଇଂଲଣ୍ଡରେ ୨/୩ ମାସ ରହି ୟୁରୋପ ମହାଦେଶର କିଛି ଦେଶକୁ ରେଳଯାତ୍ରାରେ ଯାଇଥିଲେ । ସେହି ସବୁ ଭ୍ରମଣ ଅନୁଭୁତିକୁ ନେଇ, ସେ ଏକ ଭ୍ରମଣ ପୁସ୍ତକ ମଧ୍ୟ ରଚନା କରିଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]ରେଭେନ୍ସା ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଭାବରେ ବୈଦନାଥ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ସେ 'ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର' କୁଳପତି ପଦବୀ ଓ ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ । ତାଙ୍କ ଉଦ୍ୟମରେ ଭୁବନେଶ୍ୱରରେ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର ଓ ଓଡ଼ିଶା ଅର୍ଥନୀତି ପରିଷଦ ସ୍ଥାପିତ ହୋଇଥିଲା ।
ରାଜନୀତିରେ ମଧ୍ୟ ବୈଦନାଥଙ୍କର ପ୍ରବେଶ ରହିଥିଲା । ୧୯୮୫ ମସିହା ଉପନିର୍ବାଚନରେ ସେ କଂଗ୍ରେସ ଟିକେଟରେ ଖୋର୍ଦ୍ଧାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ।
ଜଣେ ସ୍ତମ୍ଭକାର ଭାବରେ ସେ ଓଡ଼ିଶା ତଥା ଦେଶ ବିଦେଶର ବିଭିନ୍ନ ପତ୍ରିକାରେ ସ୍ତମ୍ଭ ଲେଖୁଥିଲେ । ପୌରୁଷ ପତ୍ରିକାରେ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସ୍ତମ୍ଭ ଲେଖିଥିଲେ ।[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଡିଲିଟ - ୨୦୧୨ (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)
ରଚନାବଳୀ
[ସମ୍ପାଦନା]- ପରସ୍ୟୁଟ ଅଫ୍ ଡେଷ୍ଟିନି (ଆତ୍ମଜୀବନୀ)[୬]
- ଷ୍ଟ୍ରକଚରାଲ ଚେଞ୍ଜ
- ଗ୍ରୋଥ ଆଣ୍ଡ ଗଭର୍ନାନ୍ସ
- ରାମରାଜ୍ୟରେ ଅଶାନ୍ତି
- ଚନ୍ଦ୍ରଲୋକରେ ଚହଳ
- ଆଧୁନିକ ସଭ୍ୟତାର ଯନ୍ତ୍ରଣା
- ସାମାଜିକ ମୁଲ୍ୟବୋଧ[୭]
ତାଙ୍କର ଇଂରାଜୀରେ ୧୬ଟି ଓ ଓଡ଼ିଆରେ ୨୦ଟି ପୁସ୍ତକ ତଥା ୬୦ଟି ଗବେଷଣାଧର୍ମୀ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ତାଙ୍କ ଅଧିନରେ ୨୫ଜଣ ଗବେଷକ ପିଏଚଡ଼ି ହାସଲ କରିଥିଲେ ।[୮]
ଆଧାର
[ସମ୍ପାଦନା]- ↑ Pakistan & Gulf Economist. S. Akhtar Ali. 1983.
- ↑ Indian Railways. 1990.
- ↑ Sanghamitra Buddhapriya (2007). Immortal Sarvoday. APH Publishing. pp. 6–. ISBN 978-81-313-0296-5.
- ↑ "ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ". /sambad.in. ସମ୍ବାଦ. Retrieved 9 May 2019.
- ↑ "ବିଦାୟ ହେ ବରପୁତ୍ର ! ଓଡ଼ିଶାକୁ ନେଇ ଅର୍ଥନୀତିଜ୍ଞ ଡକ୍ଟର ବୈଦ୍ୟନାଥ ମିଶ୍ର ଦେଖିଥିବା ସ୍ୱପ୍ନ ରହିଗଲା ଅଧୁରା". sambad.in. ସମ୍ବାଦ. Retrieved 9 May 2019.
- ↑ Baidyanath Misra (2013). Pursuit of Destiny. Har-Anand Publications. ISBN 978-81-241-1739-2.
- ↑ "ଲେଖାଲେଖିରେ ଆନନ୍ଦ ମିଳେ". No. ସମ୍ବାଦ ୨୩/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୯. ସମ୍ବାଦ. Archived from the original on 2020-05-23. Retrieved 23 May 2020.
- ↑ "ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦନାଥ ମିଶ୍ରଙ୍କ ପରଲୋକ". No. ସମ୍ବାଦ ୦୯/୦୫/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 9 May 2019.[permanent dead link]