ବିଜୟ କୁମାର ଜେନା (ରାଜନେତା)
ଦେଖଣା
ବିଜୟ କୁମାର ଜେନା | |
---|---|
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୫ | |
ପୂର୍ବ ଅଧିକାରୀ | ନାଲା କୁର୍ମୁ ନାୟକଲୁ ଦୋରା |
ପର ଅଧିକାରୀ | ତ୍ରିନାଥ ସାହୁ |
ନିର୍ବାଚନ ମଣ୍ଡଳୀ | ପାରଳାଖେମୁଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୪୧ |
ମୃତ୍ୟୁ | ୧୨ ଜାନୁଆରୀ ୨୦୨୨ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ନିର୍ଦ୍ଦଳୀୟ |
ଜୀବନ ସାଥୀ | ମାଳତୀ ଜେନା |
ସନ୍ତାନ | ୭ |
ବାପା/ବୋଉ | ସାଧୁ ଚରଣ ଜେନା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବିଜୟ କୁମାର ଜେନା (୧ ଜୁଲାଇ ୧୯୪୧ - ୧୨ ଜାନୁଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଜୟ କୁମାର ଜେନା ୧୯୪୧ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ସାଧୁ ଚରଣ ଜେନା ଓ ପତ୍ନୀଙ୍କ ନାମ ମାଳତୀ ଜେନା ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ବିଜୟ କୁମାର ଜେନା ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]ବିଜୟ କୁମାର ଜେନା ୨୦୨୨ ମସିହାର ଜାନୁଆରୀ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "୮୧ ବର୍ଷ ବୟସରେ ବିଜୟ ଜେନାଙ୍କ ପରଲୋକ". ସମ୍ବାଦ (in ଓଡ଼ିଆ). ପାରଳାଖେମୁଣ୍ଡି. 13 January 2022. Archived from the original on 13 January 2022. Retrieved 25 May 2022.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "Shri Bijoy Kumar Jena". odishaassembly.nic.in. Odisha Assembly. Retrieved 25 May 2022.
- ↑ "ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ". ଧରିତ୍ରୀ. ପାରଳାଖେମୁଣ୍ଡି. 13 January 2022. Archived from the original on 25 May 2022. Retrieved 25 May 2022.