ତ୍ରିନାଥ ସାହୁ
ଦେଖଣା
ତ୍ରିନାଥ ସାହୁ | |
---|---|
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୯ | |
ପୂର୍ବ ଅଧିକାରୀ | ଦରପୁ ଲଚନା ନାଇଡ଼ୁ |
ପର ଅଧିକାରୀ | କୋଦୁରୁ ନାରାୟଣ ରାଓ |
ନିର୍ବାଚନ ମଣ୍ଡଳୀ | ପାରଳାଖେମୁଣ୍ଡି |
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ବିଜୟ କୁମାର ଜେନା (ରାଜନେତା) |
ପର ଅଧିକାରୀ | ଦରପୁ ଲଚନା ନାଇଡ଼ୁ |
ନିର୍ବାଚନ ମଣ୍ଡଳୀ | ପାରଳାଖେମୁଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ସେପ୍ଟେମ୍ବର ୧୯୪୧ |
ମୃତ୍ୟୁ | ୧୮ ସେପ୍ଟେମ୍ବର ୨୦୦୯ | (ବୟସ ୬୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | ରାଧାକାନ୍ତ ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ତ୍ରିନାଥ ସାହୁ (୧ ସେପ୍ଟେମ୍ବର ୧୯୪୧ - ୧୮ ସେପ୍ଟେମ୍ବର ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ତ୍ରିନାଥ ସାହୁ ୧୯୪୧ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧାକାନ୍ତ ସାହୁ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତ୍ରିନାଥ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ସ୍ୱାଧୀନ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ତ୍ରିନାଥ ସାହୁ ୨୦୦୯ ମସିହାର ସେପ୍ଟେମ୍ବର ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Trinath Sahu". odishaassembly.nic.in. Odisha Assembly. Retrieved 25 June 2022.