ନାଲା କୁର୍ମୁ ନାୟକଲୁ ଦୋରା
ନାଲା କୁର୍ମୁ ନାୟକଲୁ ଦୋରା | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଦରପୁ ଲଚନା ନାଇଡ଼ୁ |
ପର ଅଧିକାରୀ | ବିଜୟ କୁମାର ଜେନା (ରାଜନେତା) |
ନିର୍ବାଚନ ମଣ୍ଡଳୀ | ପାରଳାଖେମୁଣ୍ଡି |
ବିଧାୟକ: ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୭୧ | |
ପୂର୍ବ ଅଧିକାରୀ | ଜଗନ୍ନାଥ ମିଶ୍ର, ଅପନା ଦୋରା ବିଶ୍ୱାସରାୟ |
ପର ଅଧିକାରୀ | ଦରପୁ ଲଚନା ନାଇଡ଼ୁ |
ନିର୍ବାଚନ ମଣ୍ଡଳୀ | ପାରଳାଖେମୁଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ସେପ୍ଟେମ୍ବର ୧୯୨୪ |
ମୃତ୍ୟୁ | ୨୦ ଫେବୃଆରୀ ୨୦୧୬ | (ବୟସ ୯୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଉତ୍କଳ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ନାଲା ବିମଳା ଦେବୀ |
ବାପା/ବୋଉ | ନାଲା ଅପଲସ୍ୱାମୀ ଦୋରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନାଲା କୁର୍ମୁ ନାୟକଲୁ ଦୋରା (୭ ସେପ୍ଟେମ୍ବର ୧୯୨୪ - ୨୦ ଫେବୃଆରୀ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନାଲା କୁର୍ମୁ ନାୟକଲୁ ଦୋରା ଏକ ତେଲୁଗୁ-ଭାଷୀ ପରିବାରରେ ୧୯୨୪ ମସିହାର ସେପ୍ଟେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାଲା ଅପଲସ୍ୱାମୀ ଦୋରା ଓ ପତ୍ନୀଙ୍କ ନାମ ନାଲା ବିମଳା ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନାଲା କୁର୍ମୁ ନାୟକଲୁ ଦୋରା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଓ ପରେ ଉତ୍କଳ କଂଗ୍ରେସର ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ନିର୍ଦ୍ଦଳୀୟ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ପାରଳାଖେମୁଣ୍ଡି | ଉତ୍କଳ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ନାଲା କୁର୍ମୁ ନାୟକଲୁ ଦୋରା ୨୦୧୬ ମସିହାର ଫେବୃଆରୀ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Kurma Naikulu N." odishaassembly.nic.in. Odisha Assembly. Retrieved 27 June 2022.
- ↑ "ପୂର୍ବତନ ବିଧାୟକ ଏନ୍.କୁର୍ମୁ ନାୟକୁଲୁ ଦୋରାଙ୍କ ପରଲୋକ". Dharitri E-Paper. 21 February 2016. Archived from the original on 27 June 2022. Retrieved 27 June 2022.