Jump to content

ପିତ୍ତକୋଷ କର୍କଟ

ଉଇକିପିଡ଼ିଆ‌ରୁ
Gallbladder cancer
ବିଭାଗGeneral surgery, oncology
ଲକ୍ଷଣNone, abdominal pain, yellowish skin, weight loss, vomiting[]
ଆକ୍ରାନ୍ତ ସମୟ>65 years old[]
କାରଣOften unknown[]
ବିପଦ କାରକInflammation of the gallbladder, salmonella typhi, isoniazid, radon, smoking, obesity, primary sclerosing cholangitis, inflammatory bowel disease[]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, medical imaging, biopsy[]
ସଠିକ ରୋଗ ନିର୍ଣ୍ଣୟCholecystitis, bile duct tumors[]
ଚିକିତ୍ସାSurgery, chemotherapy, radiation therapy[]
PrognosisFive-year survival rate ~19% (US)[]
ପୁନଃପୌନିକ11,740 (2017 US)[]
ମୃତ୍ୟୁ ସାନ୍ଦ୍ରତା3,830 (2017 US)[]

ପିତ୍ତକୋଷ କର୍କଟ ହେଉଛି ଏକ ପ୍ରକାର କର୍କଟ ରୋଗ ଯାହା ପିତ୍ତକୋଷ ମଧ୍ୟରେ ଆରମ୍ଭ ହୁଏ | [] ଏହି ରୋଗ ଲକ୍ଷଣ ବିହୀନରୁ ଆରମ୍ଭ କରି ଡାହାଣ ପାର୍ଶ୍ୱରେ ଉଦର ଯନ୍ତ୍ରଣା, ହଳଦିଆ ଚର୍ମ, ଓଜନ ହ୍ରାସ ଏବଂ ବାନ୍ତି ପର୍ଯ୍ୟନ୍ତ ହୋଇପାରେ | [] ରୋଗ ଜଟିଳ ହେଲେ ଯକୃତ ପରି ଅନ୍ୟାନ୍ୟ ଅଙ୍ଗମାନଙ୍କୁ ବିସ୍ତାରିତ ହୋଇପାରେ | []

ଏହାର କାରଣ ଜଣା ପଡ଼ିନାହିଁ | [] ସଙ୍କଟ କାରକ ମଧ୍ୟରେ ପିତ୍ତାସ୍ନରୀ, ପିତ୍ତକୋଷ ପଲିପ, ଏବଂ ଜନ୍ମଗତ ବିଲିଆରି ସିଷ୍ଟ ହୋଇପାରେ କାରଣ ଏଗୁଡ଼ିକଦ୍ୱାରା ପ୍ରଦାହ ହୁଏ । [] ଅନ୍ୟାନ୍ୟ ସଙ୍କଟ କାରକମାନଙ୍କ ନାମ ସାଲମାନେଲା ଟାଇଫି, ଆଇସୋନିଆଜିଡ, ର‍୍ୟାଡ଼ନ, ଧୂମପାନ, ମେଦବହୁଳତା, ପ୍ରାଥମିକ ସ୍କ୍ଲେରୋଜିଂ କୋଲାଙ୍ଗାଇଟିସ୍ ଏବଂ ପ୍ରଦାହ ଜନିତ ଖାଦ୍ୟନଳୀ ରୋଗ ଭଳି ଦୀର୍ଘକାଳୀନ ସଂକ୍ରମଣ ଅନ୍ତର୍ଭୁକ୍ତ । [] ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । []

ପ୍ରାରମ୍ଭିକ ପର୍ଯ୍ୟାୟରେ ଅସ୍ତ୍ରୋପଚାରଦ୍ୱାରା ଏହି ରୋଗ ଆରୋଗ୍ୟ ହୋଇପାରେ | [] କେତେକ କ୍ଷେତ୍ରରେ କେମୋଥେରାପି ବା ବିକିରଣ ଥେରାପି ବ୍ୟବହୃତ ହୋଇପାରେ | [] ଯୁକ୍ତରାଷ୍ଟରେ ଏହାର ପାଞ୍ଚ ବର୍ଷ ଆୟୁଷ ହାର ପ୍ରାୟ ୧୯% ଯଦିଓ ଏହା ପ୍ରାରମ୍ଭିକ ରୋଗରେ ଏହା ୬୨% ଓ ଶରୀରର ଦୂର ସ୍ଥାନକୁ ଏହି କର୍କଟ ବ୍ୟାପିଥିଲେ ୨% ହୋଇପାରେ । []

ପିତ୍ତକୋଷ କର୍କଟ ଏକ ଅପେକ୍ଷାକୃତ ଅସାଧାରଣ ରୋଗ, ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ 100,000 ଲୋକରେ ୨ରୁ କମ୍ ନୂଆ ରୋଗ ହୁଏ। [] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି | [] ପ୍ରାୟ ୬୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ ।[] ସାଧାରଣତଃ ଏହା ଦକ୍ଷିଣ ଆମେରିକା, ଭାରତ, ପାକିସ୍ତାନ, ଜାପାନ, ଏବଂ ଦକ୍ଷିଣ କୋରିଆରେ ହୁଏ ଓ ଚିଲିରେ ପ୍ରତି ୧୦୦,୦୦୦ ଲୋକରେ ୧୦ ଜଣ ହାରରେ ହୁଏ । [][] ସ୍ଥାନୀୟ ଆମେରିକାବାସୀଙ୍କ ସମେତ କେତେକ ଜାତିରେ ବାରମ୍ବାର ହୁଏ | [] ଏହାକୁ ପ୍ରଥମେ ୧୭୭୭ ମସିହାରେ ମ୍ୟାକ୍ସିମିଲିଆନ୍ ଡି ଷ୍ଟୋଲ୍ ବର୍ଣ୍ଣନା କରିଥିଲେ | []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Recio-Boiles, A; Kashyap, S; Babiker, HM (January 2020). "Gallbladder Cancer". PMID 28723031. {{cite journal}}: Cite journal requires |journal= (help)
  2. ୨.୦ ୨.୧ "Risk Factors for Gallbladder Cancer". www.cancer.org (in ଇଂରାଜୀ). Retrieved 16 February 2021.
  3. ୩.୦ ୩.୧ Hoppe, Richard; Phillips, Theodore L.; Roach, Mack (2010). Leibel and Phillips Textbook of Radiation Oncology - E-Book: Expert Consult (in ଇଂରାଜୀ). Elsevier Health Sciences. p. 829. ISBN 978-1-4377-3775-2.
  4. "Gallbladder Cancer Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 24 March 2004. Retrieved 16 February 2021.
  5. ୫.୦ ୫.୧ "Gallbladder Cancer - Statistics". Cancer.Net (in ଇଂରାଜୀ). 25 June 2012. Retrieved 16 February 2021.
  6. ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2021Pt ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. "CDC - Gallbladder Cancer Incidence and Death Rates". www.cdc.gov (in ଆମେରିକୀୟ ଇଂରାଜୀ). 2018-09-27. Retrieved 2018-12-10.
  8. Barreto, Savio George; Windsor, John A. (2018). Surgical Diseases of the Pancreas and Biliary Tree (in ଇଂରାଜୀ). Springer. p. 392. ISBN 978-981-10-8755-4.
  9. Barreto, Savio George; Windsor, John A. (2018). Surgical Diseases of the Pancreas and Biliary Tree (in ଇଂରାଜୀ). Springer. p. 392. ISBN 978-981-10-8755-4.