ପିତ୍ତକୋଷ

ଉଇକିପିଡ଼ିଆ ରୁ
Jump to navigation Jump to search
Gallbladder
Gallbladder (organ).png
2425 Gallbladder.jpg
The gallbladder sits beneath the liver.
ଲାଟିନ ଭାଷାରେ Vesica biliaris, vesica fellea
ବିଭାଗ Digestive system/ ପରିପାକ ବିଭାଗ
ଧମନୀ Cystic artery/ ସିସ୍ଟିକ ଧମନୀ
ଶିରା Cystic vein/ ସିସ୍ଟିକ ଶିରା
ସ୍ନାୟୁ Celiac ganglia, Vagus nerve/ ସିସ୍ଟିକ ଗାଙ୍ଗ୍ଲିଆ, ଭେଗସ ସ୍ନାୟୁ[୧]
Precursor Foregut

ପିତ୍ତକୋଷ ଏକ ପୋଲା ଅଙ୍ଗ ଯେଉଁଥିରେ ପିତ୍ତ ଜମାହୋଇ ରହି ଗାଢ଼ ହେବା ପରେ ଯୁଦ୍ରାନ୍ତ୍ରକୁ ଯାଏ । ମାନବ ଦେହରେ ଏହି ନାସପାତି ଆକାରର ଅଙ୍ଗଟି ଯକୃତ ତଳେ ଥାଏ । ଯକୃତଦ୍ୱାରା ପ୍ରସ୍ତୁତ ହୋଇଥିବା ପିତ୍ତ ଏହା କମନ ହେପାଟିକ ଡକ୍ଟ ମାଧ୍ୟମରେ ଗ୍ରହଣ କରି ଜମା କରି ରଖିବା ପରେ କମନ ବାଇଲ ଡକ୍ଟ ଭିତର ଦେଇ ଡୁଓଡେନମକୁ ଛାଡ଼େ ଯେଉଁଠାରେ ଚର୍ବି (fat) ହଜମ କରିବାରେ ଏହ ସାହାଯ୍ୟ କରେ ।

ରକ୍ତରେ ଥିବା ହେମୋଗ୍ଲୋବିନ ନଷ୍ଟ ହୋଇଗଲେ କୋଲେଷ୍ଟ୍ରଲ୍‌ (cholesterol) ବା ବିଲିରୁବିନ ତିଆରି ହୁଏ ଯାହା ମିଳେଇ ନପାରିଲେ ପଥର ହୋଇଯାଏ ଯାହାକୁ ପିତ୍ତାସ୍ମରୀ କୁହାଯାଏ । ପିତ୍ତାସ୍ମରୀ ରୋଗ ହେଲେ ଉଦରର ଡାହାଣ-ଉପର ପାଖରେ ଉଲ୍ଲେଖନୀୟ ଯନ୍ତ୍ରଣା ହୁଏ ଓ ଅଧିକାଂଶ ସମୟରେ ଏହାକୁ କୋଲିସିସ୍ଟେକ୍ଟୋମି (cholecystectomy) ଅପରେଶନ କରି ବାହାର କରିଦିଆଯାଏ । ଏକାଧିକ ପିତ୍ତାସ୍ମରୀ ଏକାଠି ଚିପି ହୋଇ ଜାମ ହୋଇଗଲେ, ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ ହେଲେ ପିତ୍ତକୋଷ ପ୍ରଦାହ ବା କୋଲିସିସ୍ଟାଇଟିସ (Cholecystitis) ହୁଏ ।

ଗଠନ[ସମ୍ପାଦନା]

ପିତ୍ତକୋଷ ଏକ ପାଉଁସିଆ-ନୀଳ ଫମ୍ପା ଅଙ୍ଗ ଯାହା ଯକୃତର ଏକ ଛୋଟ ଗାତରେ ରହିଥାଏ ।[୨] ପୁର୍ଣ୍ଣ ବୟସ୍କ ଲୋକର ପିତ୍ତକୋଷ ଲମ୍ବ ୭-୧୦ ସେମି ଓ ଫୁଲିଗଲେ ପ୍ରସ୍ଥ ୪ ସେମି ହୁଏ ।[୩] ଏଥିରେ ୫୦ ମି:ଲି: ପଦାର୍ଥା ଧରେ ।[୨]

ଏହା ଏକ ନାସପାତି ଭଳି ଦେଖିବାକୁ ଯାହାର ଅଗ୍ରଭାଗ ସିସ୍ଟିକ ଡକ୍ଟ cystic duct) ଭିତରକୁ ଖୋଲିଯାଏ ।[୪] ଏହାର ତିନୋଟି ଭାଗ ଥାଏ ଯଥା ଫଣ୍ଡସ, ବଡି ବା ଦେହ ଓ ନେକ ବା ବେକ । ଫଣ୍ଡସର ଏହ ଗୋଲାକାର ସ୍ଥାନ ଥାଏ ଯାହା ଉଦର କାନ୍ଥ ଦିଗକୁ ମୁହଁ କରିଥାଏ । ଯକୃତର ତଳ ପୃଷ୍ଠର ଗୋଟିଏ ଛୋଟ ଗାତରେ ବଡି ଥାଏ । ନେକ ବା ଦେହଟି କ୍ରମଶଃ ସରୁ ହୋଇ ବିଲିଆରି ଟ୍ରିର ସିସ୍ଟିକ ଡକ୍ଟ ସ‌ହିତ ମିଶିଯାଇଥାଏ । କମନ ହେପାଟିକ ଡକ୍ଟ ସ‌ହିତ ସିସ୍ଟିକ ଡକ୍ଟ ସଂଯୁକ୍ତ ହୋଇ କମନ ହେପାଟିକ ଡକ୍ଟ ନାମରେ ପରିଚିତ ହୁଏ ।

ସିସ୍ଟିକ ଡକ୍ଟ ଓ କମନ ହେପାଟିକ ଡକ୍ଟ ମଧ୍ୟରେ ଥିବା ସିସ୍ଟିକ ନୋଡକୁ ଲସିକା ବୋହିଯାଏ । ଏହାର ନିମ୍ନ ଭାଗର ଲସିକା ହେପାଟିକ ଲିମ୍ଫ ନୋଡକୁ ଯାଏ । ଅବଶେଷରେ ସମସ୍ତ ଲସିକା ସିଲିଆକ ଲିମ୍ଫ ନୋଡକୁ (celiac lymph nodes) ଡ୍ରେନ ହୁଏ ।

କାର୍ଯ୍ୟ[ସମ୍ପାଦନା]

ନିଜ ଅଙ୍ଗରେ ପିତ୍ତ (bile) ବା ଗଲ୍ ଜମାକରି ରଖିବା ପିତ୍ତାଶୟର ମୂଳ କାର୍ଯ୍ୟ ଯାହା ଖାଦ୍ୟରେ ଥିବା ଚର୍ବି ଜାତୀୟ ଅଂଶକୁ ହଜମ କରିବାରେ ସାହାଯ୍ୟ କରେ । ଯକୃତରେ ସୃଷ୍ଟି ହେବା ପରେ କ୍ଷୁଦ୍ର ନଳୀ ମଧରେ ପିତ୍ତ ବୋହିଯାଇ ସିସ୍ଟିକ ଡକ୍ଟ ଓ ତା'ପରେ ବଡ଼ ହେପାଟିକ ଡକ୍ଟରେ ଯାଇ ପିତ୍ତାଶୟରେ ଜମା ହୁଏ । ଯେ କୌଣସି ଏକ ସମୟରେ ସେଥିରେ ପ୍ରାୟ ୩୦ରୁ ୬୦ ମି:ଲି: ପିତ୍ତ ଜମାହୋଇ ରହେ ।

ଚର୍ବି‌ଯୁକ୍ତ ଖାଦ୍ୟ ପାକଅନ୍ତନଳୀ ମଣ୍ଡଳରେ ପ୍ରବେଶ କଲେ ଡୁଓଡେନନ ଓ ଜେଜୁନମ ଭିତରେ ଥିବା ଆଇ କୋଷ ମଧ୍ୟରୁ କୋଲିସିସ୍ଟୋକାଇନିନ ନିର୍ଗତ ହୁଏ । ପିତ୍ତକୋଷରେ କୋଲିସିସ୍ଟିକାଇନିନ ଉତ୍ତେଜନା ସୃଷ୍ଟି କରିବାଦ୍ୱାରା ପିତ୍ତକୋଷ ବାରମ୍ବାର ସଙ୍କୁଚିତ ଓ ପ୍ରସାରିତ ହୋଇ ଏହା ଭିତରେ ଥିବା ପଦାର୍ଥକୁ କମନ ବାଇଲ ଡକ୍ଟ ଭିତର ଦେଇ ଶେଷରେ ଡୁଓଡେନମ ଭିତରକୁ ଛାଡ଼େ । ଆଂଶିକ ହଜମ ହୋଇଥିବା ଚର୍ବିକୁ ପିତ୍ତ ଇମଲସିଫାଇ କରିବାଦ୍ୱାରା ତାହାର ଅବଶୋଷଣ ହୋଇଯାଏ । ପିତ୍ତରେ ଜଳ ଓ ବାଇଲ ଲବଣ ଥାଏ ଓ ଏହା ହେମୋଗ୍ଲୋବିନର ମେଟାବୋଲିଜ୍ମ ଯୋଗୁ ସୃଷ୍ଟି ହେଉଥିବା ବିଲିରୁବିନ ଦେହରର ବିଦାୟ କରିବାରେ ସାହାଯ୍ୟ କରେ । [୫]

ଯକୃତରୁ ନିର୍ଗତ ହୋଇଥିବା ପିତ୍ତ, ପିତ୍ତକୋଷରୁ ନିର୍ଗତ ହେଉଥିବା ପିତ୍ତ ସ‌ହିତ ସମାନ ନୁହେଁ । ପିତ୍ତକୋଷରେ ଏହା ପୁର୍ବାପେକ୍ଷା ୩ରୁ ୧୦ ଗୁଣ ଗାଢ଼ ହୋଇଯାଏ[୬] ଓ ଏହା ଜଳ ସ‌ହିତ କିଛି ଇଲେକ୍ଟ୍ରୋଲାଇଟ ବିଦାୟ କରିଦେବା ଯୋଗୁ ସମ୍ଭବ ହୁଏ । ଜଳ ଓ କ୍ଲୋରାଇଡ ଆୟନର ଆକ୍ଟିଭ ଟ୍ରାନ୍ସପୋର୍ଟ ଯୋଗୁ ଏହା ହୁଏ । [୭]

ଆଧାର[ସମ୍ପାଦନା]

  1. Ginsburg, Ph.D., J.N. (August 22, 2005). "Control of Gastrointestinal Function". In Thomas M. Nosek, Ph.D. (ed.). Gastrointestinal Physiology. Essentials of Human Physiology. Augusta, Georgia, United State: Medical College of Georgia. pp. p. 30. Archived from the original on April 1, 2008. Retrieved June 29, 2007. Unknown parameter |url-status= ignored (help)
  2. ୨.୦ ୨.୧ Gray's Anatomy 2008, p. 1187-81.
  3. Jon W. Meilstrup (1994). Imaging Atlas of the Normal Gallbladder and Its Variants. Boca Raton: CRC Press. p. 4. ISBN 978-0-8493-4788-7.
  4. Nagral, Sanjay (2005). "Anatomy relevant to cholecystectomy". Journal of Minimal Access Surgery. 1 (2): 53–8. doi:10.4103/0972-9941.16527. PMC 3004105. PMID 21206646.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; PHYSIOLOGY2005 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. KO, CYNTHIA (2005). "Biliary Sludge Is Formed by Modification of Hepatic Bile by the Gallbladder Mucosa". CLINICAL GASTROENTEROLOGY AND HEPATOLOGY.
  7. Meyer, G.; Guizzardi, F.; Rodighiero, S.; Manfredi, R.; Saino, S.; Sironi, C.; Garavaglia, M. L.; Bazzini, C.; Bottà, G. (June 2005). "Ion transport across the gallbladder epithelium". Current Drug Targets. Immune, Endocrine and Metabolic Disorders. 5 (2): 143–151. doi:10.2174/1568008054064805. ISSN 1568-0088. PMID 16089346.