ନିର୍ମଳା କୁମାରୀ ମହାପାତ୍ର
ନିର୍ମଳା କୁମାରୀ ମହାପାତ୍ର | |
---|---|
ଜନ୍ମ | ଅଡଙ୍ଗା ମଲ୍ଲିକାଶପୁର, କଟକ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଶିକ୍ଷକ, ଲେଖକ |
ଚାକିରିକ୍ଷେତ୍ର | ଓଡ଼ିଶା ସରକାର |
ନିର୍ମଳା କୁମାରୀ ମହାପାତ୍ର ଜଣେ ଭାରତୀୟ ଶିକ୍ଷକ ଓ ଓଡ଼ିଆ-ଭାଷୀ ଲେଖକ । ସେ ମୁଖତଃ ଶିଶୁସାହିତ୍ୟ ରଚନା ପାଇଁ ପରିଚିତ । ତାଙ୍କର ରଚନାବଳୀ ମଧ୍ୟରେ ଚୁମକୀ (୨୦୦୭) ଓ କଚ୍ଛପ ସମାବେଶ (୨୦୧୩), କାଳଜୟୀ (୨୦୦୦) ଅନ୍ୟତମ । ସେ କନ୍ଧମାଳ, ପୁରୀ ଆଦି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧୀନରେ ଜଣେ ଶିକ୍ଷକ-ପ୍ରଶିକ୍ଷକ ଥିଲେ । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୨୧ ମସିହାରେ ଅନନ୍ତ ପଟ୍ଟନାୟକ ଦ୍ୱିଦଶନ୍ଧି ଶିଶୁ-ସାହିତ୍ୟ ସମ୍ମାନ ଓ କଚ୍ଛପ ସମାବେଶ ପାଇଁ ୨୦୧୩ ମସିହାରେ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିଲେ ।
ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା
[ସମ୍ପାଦନା]ନିର୍ମଳା କୁମାରୀ ମହାପାତ୍ର କଟକ ଜିଲ୍ଲାସ୍ଥିତ ଅଡଙ୍ଗା ମଲ୍ଲିକାଶପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କ ନାମ କାଶୀନାଥ ମହାପାତ୍ର ଓ କ୍ଷୀରତନୟା ମହାପାତ୍ର । ସେ ଇତିହାସ, ଓଡ଼ିଆ, ଆଇନ (ଏଲ.ଏଲ.ବି.), ଶିକ୍ଷା (ଏମ.ଏଡ଼.)ରେ ସ୍ନାତକୋତ୍ତର କରିଥିଲେ ଏବଂ ମାଲାୟାଲାମରେ ଡିପ୍ଲୋମା, ହିନ୍ଦୀରେ କୋବିଦ ଶିକ୍ଷାଲାଭ କରିଥିଲେ ।[୧]
ସାହିତ୍ୟ ରଚନା
[ସମ୍ପାଦନା]ନିର୍ମଳା କୁମାରୀ ମହାପାତ୍ର ଓଡ଼ିଆରେ ଶିଶୁମାନଙ୍କ ପାଇଁ ଓ ଅନ୍ୟାନ୍ୟ କବିତା, ପ୍ରବନ୍ଧ ଓ ଗଳ୍ପ ଆଦି ସାହିତ୍ୟ ବିଭାବ ରଚନା କରିଛନ୍ତି । ତାଙ୍କ କାବ୍ୟକବିତା ଭିତରେ ଚୁମକୀ (୨୦୦୭), କଚ୍ଛପ ସମାବେଶ (୨୦୧୩), ତୁମପାଇଁ ଗୀତ ଓ କବିତା, ତୁମପାଇଁ ଯାଦୁଘର, ଏବଂ ଏକଲବ୍ୟ ଏବଂ ସୁନା କୁଲେଇ କବିତା ସଂକଳନ, ତଥା କରୁଣ ପ୍ରଶାନ୍ତ କାବ୍ୟ ଆଦି ଅନ୍ୟତମ ।
ରଚନାବଳୀ
[ସମ୍ପାଦନା]କାବ୍ୟକବିତା
[ସମ୍ପାଦନା]- ଚୁମକୀ (୨୦୦୭)
- ତୁମପାଇଁ ଗୀତ ଓ କବିତା
- ତୁମପାଇଁ ଯାଦୁଘର
- ଏକଲବ୍ୟ (ସଂକଳନ)
- କରୁଣ ପ୍ରଶାନ୍ତ (କାବ୍ୟ)
- ସୁନା କୁଲେଇ (ସଂକଳନ)
- ରତ୍ନମୁଦି
- ଦିଗ୍ବଳୟ
ପ୍ରବନ୍ଧ
[ସମ୍ପାଦନା]- ପ୍ରତିଭାର ଝଲକ
- କାଳଜୟୀ (୨୦୦୦)
ଗଳ୍ପ
[ସମ୍ପାଦନା]- ବ୍ୟାସଦେବଙ୍କ ଗବେଷଣା (ସଂକଳନ)
- କଚ୍ଛପ ସମାବେଶ (୨୦୧୩)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ସେ ୨୦୨୧ ମସିହାରେ ଅନନ୍ତ ପଟ୍ଟନାୟକ ଦ୍ୱିଦଶନ୍ଧି ଶିଶୁ-ସାହିତ୍ୟ ସମ୍ମାନ ପାଇଥିଲେ ।[୨] ତାଙ୍କ ରଚିତ କଚ୍ଛପ ସମାବେଶ ପୁସ୍ତକ ପାଇଁ ସେ ୨୦୧୩ ମସିହାରେ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର ପାଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ ମହାପାତ୍ର, ନିର୍ମଳା କୁମାରୀ (2015-08-07), କାଳଜୟୀ (PDF), retrieved 2024-03-15
- ↑ "ଶାନ୍ତନୁ ଆଚାର୍ଯ୍ୟଙ୍କୁ ଅନନ୍ତ ପଟ୍ଟନାୟକ ଶିଶୁ-ସାହିତ୍ୟ ସମ୍ମାନ". Sambad. 2021-03-07. Retrieved 2024-03-15.
- ↑ "ପ୍ରାଣକୃଷ୍ଣ ପରଜା ଲୋକପ୍ରିୟ ବିଜ୍ଞାନ ପୁରସ୍କାର –". ଓଡ଼ିଶା ବିଜ୍ଞାନ ଏକାଡେମୀ. 2023-04-09 [2021]. Archived from the original on 2023-04-09. Retrieved 2024-03-15.