ତନ୍ଦ୍ରା ରାୟ
ତନ୍ଦ୍ରା ରାୟ | |
---|---|
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୭-ଏବେ ଯାଏଁ |
ବୈବାହିକ-ସାଥୀ | ବିଜୟ ମହାନ୍ତି |
ତନ୍ଦ୍ରା ରାୟ ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୭୦ରୁ ୮୦ ଦଶକରୁ ଆରମ୍ଭ କରି ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଆସିଛନ୍ତି । ଏଥି ସହିତ ସେ କେତେକ ଓଡ଼ିଆ ମେଗାଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୭୭ରେ ମୁକ୍ତିଲାଭ କରିଥିବା "ଚିଲିକା ତୀରେ" । ତାଙ୍କ ଅଭିନୀତ ଅନ୍ୟାନ୍ୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ପିପାସା, ସଉତୁଣୀ, ନଳ ଦମୟନ୍ତୀ ଆଦି ଅନ୍ୟତମ ।[୧] ସେ ଅଭିନେତା ବିଜୟ ମହାନ୍ତିଙ୍କୁ ବିବାହ କରିଥିଲେ ।
ଜୀବନୀ
[ସମ୍ପାଦନା]ପରିବାର
[ସମ୍ପାଦନା]ତନ୍ଦ୍ରା ରାୟ ଅଭିନେତା ବିଜୟ ମହାନ୍ତିଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଏକ କନ୍ୟା ଜସ୍ମିନ୍ ମହାନ୍ତି ଅଛନ୍ତି ।[୨]
ଚଳଚ୍ଚିତ୍ରରେ ଅଭିନୟ
[ସମ୍ପାଦନା]ତନ୍ଦ୍ରା ରାୟଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ଚିଲିକା ତୀରେ । ଏଥିରେ ସେ ବିଜୟ ମହାନ୍ତିଙ୍କ ବିପକ୍ଷରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରଠୁ ଉଭୟ ଯୋଡ଼ି ଭାବେ ପଞ୍ଜୁରି ଭିତରେ ଶାରୀ " (୧୯୯୨) ଏବଂ "ବସୁଧା " (୧୯୯୬) ସମେତ ୬୦ରୁ ଊର୍ଦ୍ଧ୍ୱ ଜଣାଶୁଣା ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ । ସେ "ପୁନର୍ମିଳନ", "ପିପାସା", "ସଉତୁଣୀ ", "ପତି ପତ୍ନୀ ", "ଏଇ ଆମ ସଂସାର", "ମମତା ମାଗେ ମୂଲ", "ପର ଝିଅ ଘରେ ଭାଙ୍ଗେନା", "ଘର ମୋର ସ୍ୱର୍ଗ", "ସତ କେବେ ଲୁଚି ରହେନା", "ପୁଅ ମୋର କଳା ଠାକୁର", "ଆସୁଚି ମୋ କାଳିଆ ସୁନା", "ପଥର ଖସୁଚି ବଡ଼ ଦେଉଳୁ" ଏବଂ "ଭାଇ ହେଲା ଭଗାରୀ" ପରି ଅନେକ ଜଣାଶୁଣା ଫିଲ୍ମରେ ଅଭିନୟ କରିଥିଲେ । ୧୯୮୨ରୁ ୧୯୮୫ ମସିହା ଯାଏଁ ସେ କୌଣସି ଫିଲ୍ମରେ ଅଭିନୟ କରି ନ ଥିଲେ ।[୨]
ଉଦ୍ଘୋଷିକା
[ସମ୍ପାଦନା]ଟେଲିଭିଜିନରେ ଉଦ୍ଘୋଷିକା ଭାବେ ସେ କିଛି ଦିନ କାମ କରିଥିଲେ ।[୨]
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]- ବ୍ୟାଚେଲର୍ (୨୦୧୩)
- ହାତଧରି ଚାଲୁଥା (୨୦୧୩)
- ଡାହା ବାଳୁଙ୍ଗା (୨୦୧୩)
- ଜଗୁ ଅଟୋବାଲା (୨୦୧୨)
- କଟକ- ଦ ସିଲଭର୍ ସିଟି (୨୦୧୧)
- ଶଶୁର ଘର ଜିନ୍ଦାବାଦ୍ (୨୦୧୦)
- ଦିଲ୍ ତତେ ଦେଇଛି (୨୦୧୦)
- ଶୁଭ ବିବାହ (୨୦୧୦)
- ଲଭ୍ ଡଟ୍ କମ୍ (୨୦୦୯)
- ଲାଲ୍ ଟୁକୁ ଟୁକୁ ସାଧବ ବୋହୂ (୨୦୦୭)
- ମହାନାୟକ (୨୦୦୭)
- ମୁଁ ତତେ ଲଭ୍ କରୁଚି (୨୦୦୭)
- ଆଇ ଲଭ୍ ୟୁ (୨୦୦୫)
- ସାକ୍ଷୀ ରହିଲା ଏ ସିଂହ ଦୁ ଆର (୨୦୦୫)
- ଧର୍ମ ଦେବତା (୨୦୦୧)
- ବାବୁ ପର୍ଶୁରାମ (୨୦୦୦)
- ଜୟ ଶ୍ରୀରାମ (୧୯୯୯)
- ସହର ଜଳୁଚି (୧୯୯୮)
- ରଘୁ ଅରକ୍ଷିତ (୧୯୯୭)
- ରାମ ଲକ୍ଷ୍ମଣ (୧୯୯୭)
- ବସୁଧା (୧୯୯୬)
- ଭାଇ ହେଲା ଭଗାରୀ (୧୯୯୪ )
- ଭାଗ୍ୟ ହାତେ ଡୋରି (୧୯୯୩)
- ମୋ ଭାଇ ଜଗା (୧୯୯୩)
- ପଞ୍ଜୁରି ଭିତରେ ଶାରୀ (୧୯୯୨)
- ଘର ମୋର ସ୍ୱର୍ଗ (୧୯୯୨)
- କୋଟିଏ ମଣିଷ ଗୋଟିଏ ଜଗା (୧୯୯୧)
- ଆମ ଘର ଆମ ସଂସାର (୧୯୯୧)
- ଆମ ଘର, ମା ମୋତେ ଶକ୍ତି ଦେ (୧୯୯୦)
- ଟୋପାଏ ସିନ୍ଦୂର ଦିପଟ ଶଙ୍ଖା (୧୯୮୯)
- ସାଗର (୧୯୮୯)
- ମମତାର ଡୋରି (୧୯୮୯)
- ପୁଅ ମୋର କଳା ଠାକୁର (୧୯୮୮)
- ପାପ ପୁଣ୍ୟ (୧୯୮୮)
- ମିଛ ମାୟାର ସଂସାର(୧୯୮୭)
- ସଂସାର (୧୯୮୬)
- ମାଣିକ (୧୯୮୬)
- ଏଇ ଆମ ସଂସାର (୧୯୮୬)
- ପର ଝିଅ ଘର ଭାଙ୍ଗେନା (୧୯୮୫)
- ସତ କେବେ ଲୁଚି ରହେନା (୧୯୮୫)
- ପଳାତକ (୧୯୮୫)
- ନଳ ଦମୟନ୍ତୀ (୧୯୮୫)
- ମମତା ମୂଲ (୧୯୮୫)
- ବାସନ୍ତି ଅପା (୧୯୮୨)
- ଆରତି (୧୯୮୧)
- ଅଲିଭା ଦାଗ (୧୯୮୦)
- ରାମ ବଳରାମ (୧୯୮୦)
- ସଉତୁଣୀ (୧୯୭୯)
- ପିପାସା (୧୯୭୮)
- ପତିପତ୍ନୀ (୧୯୭୮)
- ସମର୍ପଣ (୧୯୭୮)
- ଚିଲିକା ତୀରେ (୧୯୭୭)
ଆଧାର
[ସମ୍ପାଦନା]- ↑ Encyclopaedia of women biography : India, Pakistan, Bangladesh. Nagendra Kr Singh. New Delhi [India]: A.P.H. Pub. Corp. 2001. ISBN 81-7648-261-7. OCLC 49646044.
{{cite book}}
: CS1 maint: others (link) - ↑ ୨.୦ ୨.୧ ୨.୨ ସିନେ ସମ୍ବାଦ. ଭୁବନେଶ୍ୱର: ସମ୍ବାଦ (published ୧୯୯୪). 1994.
{{cite magazine}}
: Missing or empty|title=
(help)