ଡ୍ରେକୋ ଏଣ୍ଡୁଅ (ପ୍ରଜାତି)
ଡ୍ରେକୋ ଉଡ଼ନ୍ତା ଏଣ୍ଡୁଅ | |
---|---|
ଥାଇଲ୍ୟାଣ୍ଡର ବ୍ୟୁଲନ୍ ଦ୍ୱୀପର ଏକ ଡ୍ରେକୋ ଟେନିଓପ୍ଟେରସ୍ ଉଡ଼ନ୍ତା ଏଣ୍ଡୁଅ (D. taeniopterus) | |
ଇଣ୍ଡୋନେସିଆର ସୁଲାୱେସିରେ ଏକ ଅଣ୍ଡିରା ଡ୍ରେକୋ ସ୍ପିଲୋନୋଟସ୍ ନିଜର ଡେଣା ମେଲାଇଥିବାର ଚିତ୍ର | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Iguania |
Family: | Agamidae |
Subfamily: | Draconinae |
Genus: | Draco କାର୍ଲ୍ ଲିନିଅସ୍, ୧୭୫୮ |
ପ୍ରଜାତି | |
ପ୍ରଜାତି ଦେଖନ୍ତୁ |
ଡ୍ରେକୋ (ଇଂରାଜୀ ଭାଷାରେ Draco) ଏକ ଉଡ଼ନ୍ତା ଏଣ୍ଡୁଅ ପ୍ରଜାତି । ଏମାନଙ୍କୁ ଉଡ଼ନ୍ତା ଏଣ୍ଡୁଅ ବା ଉଡ଼ନ୍ତା ଡ୍ରାଗନ୍ ବୋଲି ମଧ୍ୟ କୁହାଯାଏ । ଏହି ଏଣ୍ଡୁଅମାନଙ୍କ ଦେହରେ ଅନେକ ପତଳା ପରଦା ରହିଥାଏ ଯାହା ଡେଣା ପରି ଖୋଲିପାରେ ଓ ଏହା ସହାୟତାରେ ଏମାନେ ଅଳ୍ପ ଦୂର ଉଡ଼ିଯାଇ ପାରନ୍ତି । ଏହି ଏଣ୍ଡୁଅ ଅଧିକାଂଶରେ ଗଛ ଉପରେ ବିଚରଣ କରେ ଏବଂ ବିଭିନ୍ନ କୀଟପତଙ୍ଗ ଭକ୍ଷଣ କରିଥାଏ । ଉଡ଼ନ୍ତା ଏଣ୍ଡୁଅର ପ୍ରମୁଖ ଆହାର ହେଲା ପିମ୍ପୁଡ଼ି, ଊଈ ଏବଂ ପୋକଯୋକ ।
ଏହି ଏଣ୍ଡୁଅ ଲମ୍ବା ସମୟ ପାଇଁ ନୁହେଁ ବରଂ ଅଳ୍ପ ସମୟ ପାଇଁ ଉଡ଼ିପାରେ । ଏକ ଉଚ୍ଚ ସ୍ଥାନରୁ ୬୦ ମିଟର୍ ଦୂରତା ପର୍ଯ୍ୟନ୍ତ ଏମାନେ ଉଡ଼ିବା ଦେଖାଯାଇଛି । କିନ୍ତୁ ଏହି ଉଡ଼ାଣରେ ଏମାନେ କେବଳ ୧୦ ମିଟର୍ ଉଚ୍ଚତା ତଳକୁ ଖସନ୍ତି । ୨୦ ସେଣ୍ଟିମିଟର୍ ଲମ୍ବା ଏକ ଏଣ୍ଡୁଅ ପାଇଁ ଏହି ଉଡ଼ାଣ ଅଧିକ ବୋଲି ଧରିବାକୁ ହେବ ।[୧] ଏହି ଏଣ୍ଡୁଅ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ଘଞ୍ଚ ଜଙ୍ଗଲ, ବୁଦାଳିଆ ଜଙ୍ଗଲ, ସାଗୁଆନ ବଗିଚା ଓ ତାଳ ବଣରେ ଦେଖାଯାନ୍ତି ।
ନାମକରଣ
[ସମ୍ପାଦନା]ପୌରାଣିକ ଜୀବ ଡ୍ରାଗନ୍ର ନାମରୁ କାର୍ଲ୍ ଲିନାୟସ୍ ଏହି ଡ୍ରେକୋ ପ୍ରଜାତିର ନାମ ଉଦ୍ଧୃତ କରିଥିଲେ ।
ଉଡ଼ିବା
[ସମ୍ପାଦନା]ମାଈଙ୍କୁ ଆକର୍ଷିତ କରିବା ପାଇଁ, ପ୍ରଭୁତ୍ୱ ଦେଖାଇବା ପାଇଁ କିମ୍ବା ବିପଦ ଏଡ଼ାଇବା ପାଇଁ ଏମାନେ ଉଡ଼ିଥାନ୍ତି । ଏହି ଏଣ୍ଡୁଅଗୁଡ଼ିକ ନିଜର ଡ୍ରାଗନ୍ ପରି ରୂପ ଏବଂ ନିଜ ପରଦାଗୁଡ଼ିକୁ ଖୋଲି ଉଡ଼ିବା ଗୁଣ ପାଇଁ ଏମାନେ ପ୍ରସିଦ୍ଧ ।[୨] ଦକ୍ଷିଣ ଭାରତ ଓ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଉଥିବା ଭାରତୀୟ ଉଡ଼ନ୍ତା ଏଣ୍ଡୁଅ ଗଛରୁ ଗଛ ଉଡ଼ିପାରେ । ବିପଦରୁ ଦୂରକୁ ଯିବା ପାଇଁ ଏମାନେ ନିଜର ଶରୀରରେ ଥିବା ପରଦା ଡେଣା ପରି ଖୋଲି ଉଡ଼ିଯାନ୍ତି ଓ ନିଜ ଲାଙ୍ଗୁଡ଼ ସହାୟତା ନେଇ ଉଡ଼ିବା ଅବସ୍ଥାରୁ ସ୍ଥିତାବସ୍ଥାକୁ ଆସନ୍ତି ।[୩]
ପ୍ରଜାତି
[ସମ୍ପାଦନା]ଉଡ଼ନ୍ତା ଏଣ୍ଡୁଅମାନଙ୍କର ୪୨ଟି ପ୍ରଜାତି ଚିହ୍ନଟ ହୋଇଛି:[୪][୫]
- ଡ୍ରେକୋ ଏବ୍ରିଭାୟାଟସ୍ ଥୋମାସ୍ ହାର୍ଡୱିକ୍ ଓ ଜନ୍ ଏଡ୍ୱାର୍ଡ୍ ଗ୍ରେ, ୧୮୨୭
- ଡ୍ରେକୋ ଏଫିନିସ୍ ଏଡ୍ୱାର୍ଡ୍ ବାର୍ଟଲେଟ୍, ୧୮୯୫
- ଡ୍ରେକୋ ବେକାରି ୱିଲିୟମ୍ ପିଟର୍ସ ଓ ଜ୍ୟାକୋମୋ ଡୋରିଆ, ୧୮୭୮[୬]
- ଡ୍ରେକୋ ବାୟାରୋ ଜେମ୍ସ୍ ଡ୍ରେପର୍ ଲାଜେଲ୍, ୧୯୮୭
- ଡ୍ରେକୋ ବିମାକ୍ୟୁଲାଟସ୍ ଆଲବର୍ଟ୍ ଗୁନ୍ଥର୍, ୧୮୬୪
- ଡ୍ରେକୋ ବ୍ଲାନଫୋର୍ଡି ଜର୍ଜ୍ ଆଲବର୍ଟ୍ ବୌଲିଞ୍ଜର୍, ୧୮୮୫
- ଡ୍ରେକୋ ବୋଶାମାଇ ୱିଲି ହେନିଂ, ୧୯୩୬
- ଡ୍ରେକୋ ବୌରୋନିଏନ୍ସିସ୍ ରେନେ ପ୍ରିନେଭେରେ ଲେସନ୍, ୧୮୩୪
- ଡ୍ରେକୋ କେରୁଲ୍ହିଆନ୍ସ୍ ଲାଜେଲ୍, ୧୯୯୨
- ଡ୍ରେକୋ କର୍ଣ୍ଣୁଟସ୍ ଗୁନ୍ଥର୍, ୧୮୬୪
- ଡ୍ରେକୋ କ୍ରିଷ୍ଟାଟେଲସ୍ ଗୁନ୍ଥର୍, ୧୮୭୨
- ଡ୍ରେକୋ ସ୍ୟାନୋପ୍ଟେରସ୍ ପିଟର୍ସ୍, ୧୮୬୭
- ଡ୍ରେକୋ ଡୁସୁମିଏରି ଆଣ୍ଡ୍ରେ ମେରି କନ୍ଷ୍ଟାଣ୍ଟ୍ ଡୁମେରି ଓ ଗାବ୍ରିଏଲ୍ ବିବ୍ରୋନ୍, ୧୮୩୭
- ଡ୍ରେକୋ ଫିମ୍ବ୍ରାୟାଟସ୍ ହାଇନ୍ରିଖ୍ କୁଃଲ୍, ୧୮୨୦
- ଡ୍ରେକୋ ଫୋର୍ମୋସସ୍ ବୌଲିଞ୍ଜର୍, ୧୯୦୦
- ଡ୍ରେକୋ ଗୁନ୍ଥେରି ବୌଲିଞ୍ଜର୍, ୧୮୮୫
- ଡ୍ରେକୋ ହେମାଟୋପୋଗୋନ୍ ଗ୍ରେ, ୧୮୩୧
- ଡ୍ରେକୋ ଇଣ୍ଡୋଚିନେନ୍ସିସ୍ ମାଲ୍କମ୍ ଆର୍ଥର୍ ସ୍ମିଥ୍, ୧୯୨୮
- ଡ୍ରେକୋ ଇସ୍କନ୍ଧାରି ଜିମି ମାଗ୍ୱେୟର୍ ଓ ଅନ୍ୟମାନେ, ୨୦୦୭
- ଡ୍ରେକୋ ଜାରେକି ଲାଜେଲ୍, ୧୯୯୨
- ଡ୍ରେକୋ ଲିନିଆଟସ୍ ଫ୍ରଂକୋଇସ୍ ମେରି ଦୌଡିନ୍, ୧୮୦୨
- ଡ୍ରେକୋ ମାକ୍ୟୁଲାଟସ୍ ଗ୍ରେ, ୧୮୪୫
- ଡ୍ରେକୋ ମାକ୍ସିମସ୍ ବୌଲିଞ୍ଜର୍, ୧୮୯୩
- ଡ୍ରେକୋ ମେଲାନୋପୋଗନ୍ ବୌଲିଞ୍ଜର୍, ୧୮୮୭
- ଡ୍ରେକୋ ମାଇଣ୍ଡାନେନ୍ସିସ୍ ଲିଓନାର୍ଡ୍ ଷ୍ଟେନେଗର୍, ୧୯୦୮
- ଡ୍ରେକୋ ମୋଡିଗ୍ଲିଆନି ଡେସିଓ ଭିଞ୍ଚିଗ୍ୱେରା, ୧୮୯୨
- ଡ୍ରେକୋ ନୋର୍ଭିଲି ଆଲଫ୍ରେଡ୍ ୱିଲିୟମ୍ ଆଲ୍କକ୍, ୧୮୯୫
- ଡ୍ରେକୋ ଓବ୍ସ୍କ୍ୟୁରସ୍ ବୌଲିଞ୍ଜର୍, ୧୮୮୭
- ଡ୍ରେକୋ ଅର୍ଣ୍ଣେଟସ୍ ଗ୍ରେ, ୧୮୪୫
- ଡ୍ରେକୋ ପାଲାୱାନେନ୍ସିସ୍ ମାଗ୍ୱାୟାର୍ ଓ ଆଞ୍ଜେଲ୍ ଚୁଆ ଆଲ୍କାଲା, ୨୦୦୦
- ଡ୍ରେକୋ କ୍ୱାଡ୍ରାସି ଓସ୍କାର୍ ବୋଟ୍ଗର୍, ୧୮୯୩
- ଡ୍ରେକୋ କିଞ୍ଚେଫାଶିଆଟସ୍ ହାର୍ଡ୍ୱିକ୍ ଓ ଗ୍ରେ, ୧୮୨୭
- ଡ୍ରେକୋ ରେଟିକ୍ୟୁଲାଟସ୍ ଗୁନ୍ଥର୍, ୧୮୬୪
- ଡ୍ରେକୋ ରିଟିସ୍ମା କର୍ଣ୍ଣେଲିସ୍ ୟୋହାନସ୍ ମାରିଆ ମଷ୍ଟର୍ସ୍, ୧୯୮୩
- ଡ୍ରେକୋ ସ୍ପିଲୋନୋଟସ୍ ଗୁନ୍ଥର୍, ୧୮୭୨
- ଡ୍ରେକୋ ସ୍ପିଲୋପ୍ଟେରସ୍ ଆରେଣ୍ଡ୍ ଫ୍ରେଡ୍ରିଖ୍ ଅଗଷ୍ଟ୍ ୱିଏଗ୍ମାନ୍, ୧୮୩୪
- ଡ୍ରେକୋ ସୁମାତ୍ରାନସ୍ ହର୍ମାନ୍ ଶ୍ଲେଗେଲ୍, ୧୮୪୪
- ଡ୍ରେକୋ ସୁପ୍ରାୟାଟ୍ନାଇ ମାଗ୍ୱାୟାର୍ ଓ ଅନ୍ୟ ମାନେ, ୨୦୦୭
- ଡ୍ରେକୋ ଟେନିଓପ୍ଟେରସ୍ ଗୁନ୍ଥର୍, ୧୮୬୧
- ଡ୍ରେକୋ ଟିମୋରିଏନ୍ସିସ୍ କୁଃଲ୍, ୧୮୨୦
- ଡ୍ରେକୋ ଭୋଲାନ୍ସ କାର୍ଲ୍ ଲିନାୟସ୍, ୧୭୫୮
- ଡ୍ରେକୋ ୱାକେରି ବୌଲିଞ୍ଜର୍, ୧୮୯୧
ପ୍ରଜନନ
[ସମ୍ପାଦନା]ମାଈ ଉଡ଼ନ୍ତା ଏଣ୍ଡୁଅ କେବଳ ଅଣ୍ଡା ଦେବା ପାଇଁ ଭୂମି ଉପରକୁ ଓହ୍ଲାଇଥାଏ । ଭୂମିକୁ ଓହ୍ଲାଇବା ପରେ ମାଟିରେ ମୁଣ୍ଡ ଗଳାଇ ମାଈ ଏଣ୍ଡୁଅ ଏକ ବସା ତିଆରି କରେ । ଏଥିରେ ସେ ୨-୫ଟି ଅଣ୍ଡା ଦେଇ ଗାତକୁ ଘୋଡ଼ାଇ ଦିଏ ଏବଂ ଗାତ ପାଖରେ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗି ରହେ । ତା’ ପରେ ସେ ନିଜର ଅଣ୍ଡା ଓ ବସା ପରିତ୍ୟାଗ କରି ଚାଲିଯାଏ ଓ ଶାବକଙ୍କ ଲାଳନପାଳନ ପାଇଁ କେବେ ଫେରି ଆସେନାହିଁ ।[୧]
କାଳ୍ପନିକ କଥାରେ ଉଡ଼ନ୍ତା ଏଣ୍ଡୁଅ
[ସମ୍ପାଦନା]ପୂର୍ଣ୍ଣଚନ୍ଦ୍ର ତେଜସ୍ୱୀଙ୍କ କନ୍ନଡ଼ ଉପନ୍ୟାସ କାର୍ଭାଲୋ (ಕರ್ವಾಲೊ)ରେ ଡ୍ରେକୋ ଡୁସୁମିଏରି ଉଡ଼ନ୍ତା ଏଣ୍ଡୁଅର ଉଲ୍ଲେଖ ରହିଛି । ଏହି କଥାରେ ଜଣେ ମଧ୍ୟଯୁଗୀୟ ବୈଜ୍ଞାନିକ କାର୍ଭାଲୋ ଭାରତର କର୍ଣ୍ଣାଟକ ରାଜ୍ୟର ପଶ୍ଚିମଘାଟ ପର୍ବତମାଳାସ୍ଥିତ ଜଙ୍ଗଲମାନଙ୍କରେ ଏକ ବିରଳ ଉଡନ୍ତା ଏଣ୍ଡୁଅ ପ୍ରଜାତିର ଅନୁସନ୍ଧାନ କରୁଥିଲେ ଓ ଶେଷରେ ଏହି ଏଣ୍ଡୁଅ ଏକ ପାହାଡ଼ରୁ ତଳକୁ ଉଡ଼ି ଯାଇଥିଲା । ୧୯୫୮ ମସିହାରେ ପ୍ରକାଶିତ ଟୋହୋଙ୍କ ଚଳଚ୍ଚିତ୍ର ୱାରାନ୍ – ଦ ଅନ୍ବିଲିଭେବଲ୍ର ମୁଖ୍ୟ ଦାନବ ଚରିତ୍ରଟି ଏକ ଉଡ଼ନ୍ତା ଏଣ୍ଡୁଅ ଉପରେ ଆଧାରିତ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ Piper, Ross (2007). 'Extraordinary Animals: An Encyclopedia of Curious and Unusual Animals'. Santa Barbara, California: Greenwood Press.
- ↑ Herre, Albert W. (1958). "On the Gliding of Flying Lizards, Genus Draco ". Copeia. 1958 (4): 338–339. doi:10.2307/1439979. JSTOR 1439979.
- ↑ "ଆର୍କାଇଭ୍ କପି". Archived from the original on 2020-12-04. Retrieved 2020-11-03.
{{cite web}}
: Cite has empty unknown parameter:|1=
(help) - ↑ Draco. The Reptile Database. www.reptile-database.org.
- ↑ "Draco ". Dahms Tierleben. www.dahmstierleben.de.
- ↑ Beolens, Bo; Watkins, Michael; Grayson, Michael (2011). The Eponym Dictionary of Reptiles. Baltimore: Johns Hopkins University Press. xiii + 296 pp. ISBN 978-1-4214-0135-5. (Draco beccarii, p. 21).
ଆହୁରି ପଢ଼ିପାରିବେ
[ସମ୍ପାଦନା]- Goin CJ, Goin OB, Zug GR (1978). Introduction to Herpetology, Third Edition. San Francisco: W.H. Freeman & Company. xi + 378 pp. ISBN 0-7167-0020-4. (Genus Draco, pp. 41, 86, 112, 279, 288).
- Inger RF (1983). Morphological and ecological variation in the flying lizards (Genus Draco). Chicago: Field Museum of Natural History. (Fieldiana Zoology, New Series, No. 18). 33 pp.
- Linnaeus C (1758). Systema naturæ per regna tria naturæ, secundum classes, ordines, genera, species, cum characteribus, diferentiis, synonymis, locis. Tomus I. Editio Decima, Reformata. Stockholm: L. Salvius. 824 pp. (Genus Draco, p. 199).
- McGuire JA, Dudley R (2011). "The Biology of Gliding in Flying Lizards (Genus Draco) and their Fossil and Extant Analogs". Integrative and Comparative Biology. 51 (6): 983–90. doi:10.1093/icb/icr090. PMID 21798987.