ଡାଇସାଇକ୍ଲୋଭେରିନ
Clinical data | |
---|---|
Trade names | Byclomine, Bentyl, Dibent, others |
AHFS/Drugs.com | monograph |
MedlinePlus | a684007 |
Pregnancy category | |
ATC code | |
Legal status | |
Legal status | |
Pharmacokinetic data | |
Protein binding | >99% |
Elimination half-life | 5 h |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.919 |
Chemical and physical data | |
Formula | C19H35NO2 |
Molar mass | ୩୦୯.୪୯ g·mol−1 |
3D model (JSmol) | |
| |
| |
(verify) |
ଡାଇସାଇକ୍ଲୋଭେରିନ (ଇଂରାଜୀ ଭାଷାରେ Dicycloverine, ଅନ୍ୟ ଏକ ନାମ ଡାଇସାକ୍ଲୋମିନ/ dicyclomine ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ରୋଗ ଭଳି ଅନ୍ତନଳୀର ସଙ୍କୋଚନ ହେଉଥିବା ରୋଗରେ ଦିଆଯାଏ ।[୧][୨] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ । [୨] ଏହା ବେବି କଲିକ ଓ ଏଣ୍ଟେରୋକୋଲାଇଟିସ (enterocolitis) ରୋଗମାନଙ୍କରେ ଦିଆଯାଉଥିଲେ ମଧ୍ୟ ଏହାର ଉପକାର ବିଷୟରେ କୌଣସି ସମର୍ଥନ ମିଳୁନି ।[୨]
ଡାଇସାଇକ୍ଲୋଭେରିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଝାପସା ଦୃଷ୍ଟି, ଦୁର୍ବଳତା, ନିଦ୍ରାଳୁ ଭାବ ଓ ହାଲୁକା ମୁଣ୍ଡ ଅନୁଭବ ହୁଏ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ, ଶିଶୁଙ୍କର ଶ୍ୱାସ ସମସ୍ୟା ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ କିନ୍ତୁ ସ୍ତନ୍ୟପାନ ସମୟରେ ଦେବାକୁ ମନାକରାଯାଏ ।[୩] ଏହାର କାର୍ଯ୍ୟବିଧି ସ୍ପଷ୍ଟ ହୋଇନାହିଁ ।[୨] {{^| ଡାଇସାଇକ୍ଲୋଭେରିନ ସନ ୧୯୫୦ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୧.୮୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୦.୧୫ ଆମେରିକୀୟ ଡଲାର ।[୪] ସନ ୨୦୧୬ରେ ଏହାର ୩ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୭୮ତମ ସ୍ଥାନରେ ଥଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ British national formulary : BNF 76 (76 ed.). Pharmaceutical Press. 2018. p. 759. ISBN 9780857113382.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dicyclomine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ "Dicyclomine Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.