ବେବି କଲିକ

ଉଇକିପିଡ଼ିଆ‌ରୁ


କଲିକ
କ୍ରନ୍ଦନରତ ନବଜାତ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPediatrics
ଆଇସିଡ଼ି-୧୦R10.4
ଆଇସିଡ଼ି-୯-ସିଏମ୍789.7
ମେଡ଼ିସିନ-ପ୍ଲସ000978
ଇ-ମେଡ଼ିସିନped/434
Patient UKବେବି କଲିକ
MeSHD003085

ବେବି କଲିକ ବା ଶିଶୁ ଉଦର ପୀଡ଼ା (ଇଂରାଜୀ ଭାଷାରେ Baby colic ବା infantile colic) ନାମ ଦିଆଯାଏ ଯେତେବେଳେ ଏକ ସୁସ୍ଥ ଶିଶୁ ଦିନ‌କୁ ଲଗାତାର ୩ ଘଣ୍ଟାରୁ ଅଧିକ, ସପ୍ତାହରେ ୩ ଦିନରୁ ଅଧିକ ଓ ୩ ସପ୍ତାହ ଧରି କ୍ରନ୍ଦନ କରେ । ଅନେକ ସମୟରେ କାନ୍ଦଣା ସନ୍ଧ୍ୟା ସମୟରେ ହୁଏ ।[୧] ଏହା ଯୋଗୁ କୌଣସି ଦୀର୍ଘକାଳୀନ ସମସ୍ୟା ଉପୁଜେନାହିଁ ।[୨] ଏହି କାନ୍ଦଣା ଯୋଗୁ ପିତାମାତା ହତାଶ ହୁଅନ୍ତି, ପ୍ରସବପର ଅବସାଦ (depression following delivery) ହୁଏ, ଡାକ୍ତରଙ୍କ ପାଖକୁ ଅଧିକ ଥର ଯିବାକୁ ପଡ଼େ ଓ ଶିଶୁ ଶୋଷଣ (child abuse) ହୁଏ ।[୧]

ଏହି କଲିକ ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] କେତେକଙ୍କ ମତରେ ପେଟ ଗୋଳମାଳ ଯେପରିକି ଅନ୍ତନଳୀ କ୍ରାମ୍ପ ହୋଇପାରେ ।[୩] ଅନ୍ୟାନ୍ୟ ସମ୍ଭାବ୍ୟ କାରଣମାନ ପରୀକ୍ଷା କରି ଦୂର କରିବାକୁ ହୁଏ । ଜ୍ୱର, ଅଳସୁଆମି (poor activity) ଓ ପେଟଫୁଲା ଆଦି ଲକ୍ଷଣ ଦେଖାଯାଏ । ଅତ୍ୟଧିକ କାନ୍ଦୁଥିବା ପିଲାଙ୍କ ମଧ୍ୟରୁ ୫%ରୁ କମ ପିଲାଙ୍କର କୌଣସି ଜୈବିକ ରୋଗ (organic disease) ଥାଇପାରେ ।[୧]

ଔଷଧ ବା ଅଲ୍ଟରନେଟିଭ ଥେରାପିର କୌଣସି ଭୂମିକା ନ ଥିବାରୁ କେବଳ ରକ୍ଷଣଶୀଳ ଚିକିତ୍ସାରେ ସନ୍ତୁଷ୍ଟ ରହିବାକୁ ପଡ଼େ । [୪] ପିତାମାତାଙ୍କୁ ଅଧିକ ଆଶ୍ୱାସନା ଦେବା ଆବଶ୍ୟକ ହୁଏ ।[୧] ସ୍ତନ୍ୟପାନ କରୁଥିବା (breastfeed) ଶିଶୁକୁ ପ୍ରୋବାୟୋଟିକ (probiotics) ଓ ବୋତଲରୁ ପିଉଥିବା (bottlefeed) ଶିଶୁକୁ ହାଇଡ୍ରୋଲାଇଜ୍‌ଡ ଫର୍ମୁଲା (hydrolyzed formula) ଦେଲେ ଉପକାର ମିଳିବାର ପ୍ରମାଣ ମିଳୁଛି । [୧]

ପ୍ରାୟ ୧୦–୪୦% ପିଲାଙ୍କର କଲିକ ହୁଏ । ଛଅ ସପ୍ତାହ ବୟସ ବେଳେ ସାଧାରଣତଃ ଏହା ଦେଖାଯାଏ ଓ ୬ମାସ ବୟସ ପରେ ଆଉ ଦେଖାଯାଏ ନାହିଁ ।[୧] କ୍ୱଚିତ୍ ଏକ ବର୍ଷ ବୟସ ପର୍ଯ୍ୟନ୍ତ ଏହି ରୋଗ ଦେଖାଯାଏ ।[୫] ଏହା ପୁଅ ଓ ଝିଅଙ୍କୁ ସମ ଭାବରେ ଆକ୍ରମଣ କରେ ।[୧] ସନ ୧୯୫୪ରେ ପ୍ରଥମେ ଏହି ରୋଗର ଡାକ୍ତରୀ ସମସ୍ୟା ବିଷୟରେ ସବିଶେଷ ବର୍ଣ୍ଣନା କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Johnson, JD; Cocker, K; Chang, E (1 October 2015). "Infantile Colic: Recognition and Treatment". American family physician. 92 (7): 577–82. PMID 26447441.
  2. Grimes, edited by Frank Domino, Robert A. Baldor, Jeremy Golding, Jill A. (2014). The 5-minute clinical consult premium 2015 (23rd ed.). St. Louis: Wolters Kluwer Health. p. 251. ISBN 9781451192155. {{cite book}}: |first1= has generic name (help)CS1 maint: multiple names: authors list (link)
  3. Shamir, Raanan; St James-Roberts, Ian; Di Lorenzo, Carlo; Burns, Alan J.; Thapar, Nikhil; Indrio, Flavia; Riezzo, Giuseppe; Raimondi, Francesco; Di Mauro, Antonio (2013-12-01). "Infant crying, colic, and gastrointestinal discomfort in early childhood: a review of the evidence and most plausible mechanisms". Journal of Pediatric Gastroenterology and Nutrition. 57 Suppl 1: S1–45. doi:10.1097/MPG.0b013e3182a154ff. ISSN 1536-4801. PMID 24356023.
  4. Biagioli, E; Tarasco, V; Lingua, C; Moja, L; Savino, F (16 September 2016). "Pain-relieving agents for infantile colic". The Cochrane database of systematic reviews. 9: CD009999. PMID 27631535.
  5. Barr, RG (2002). "Changing our understanding of infant colic". Archives of pediatrics & adolescent medicine. 156 (12): 1172–4. doi:10.1001/archpedi.156.12.1172. PMID 12444822.
  6. Long, Tony (2006). Excessive Crying in Infancy (in ଇଂରାଜୀ). John Wiley & Sons. p. 5. ISBN 9780470031711.