କେତକୀ
ଦେଖଣା
କେତକୀ | |
---|---|
କେତକୀ ଗଛ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Monocots |
ଗଣ: | Pandanales |
କୁଳ: | Pandanaceae |
ପ୍ରଜାତି: | Pandanus |
ଜାତି: | P. tectorius |
ବାଇନୋମିଆଲ ନାମ | |
Pandanus tectorius | |
Synonyms | |
Pandanus veitchii Mast. & T.Moore[୧] |
କେତକୀ ଦେଖିବାକୁ କିଆଗଛ ପରି କିନ୍ତୁ ଉଚ୍ଚତାରେ ବଡ଼ । ଏହାର ପତ୍ର ଗୁଡ଼ିକ ମଧ୍ୟ କିଆ ପତ୍ରଠାରୁ ବଡ଼ ହୋଇଥାଏ । କିଆ ପତ୍ରର ଦୁଇ ଧାରରେ ଓ ମଝି ଶିରାରେ ଅନେକ କଣ୍ଟା ରହିଥାଏ, ହେଲେ ଏହାର ପତ୍ରରେ ସେହି ସ୍ଥାନରେ ବହୁତ କମ୍ କଣ୍ଟା ରହିଥାଏ । ଏହାର ଫୁଲ ବର୍ଣ୍ଣରେ ହଳଦିଆ ଓ ସୁଗନ୍ଧଯୁକ୍ତ । କିଆ ଫୁଲ ବର୍ଣ୍ଣରେ ଧଳା ଓ କେତକୀ ଫୁଲଠାରୁ କମ୍ ସୁଗନ୍ଧଯୁକ୍ତ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | କେତକୀ |
ସଂସ୍କୃତ | ଦୀର୍ଘପତ୍ରା, ସତିପୁଷ୍ପ, କେତକ, ଦଲପୁଷ୍ପା, ସ୍ଥିରଗନ୍ଧା, ଚାମରପୁଷ୍ପା, ଶିବଦ୍ୱିଷ୍ଟା, ନୃପପ୍ରିୟା, ଜମ୍ବୁଳ, କ୍ରକଚଛନ୍ଦ, ବିଫଳା, ଧୂଳିପୁଷ୍ପିକା, ପାଂଶୁଳା, କଣ୍ଟଦଳ, ତୀକ୍ଷ୍ଣପୁଷ୍ପା |
ହିନ୍ଦୀ | କେବଡ଼ା केवडा |
ତେଲୁଗୁ | ମୋଗଲି మోగలి |
ବଙ୍ଗଳା | କେୟା েকয়া |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ମଧୁର ମିଶ୍ରିତ ତିକ୍ତ ରସ। ଲଘୁ, ଚକ୍ଷୁ ହିତକର, କୃମି, କାଶ, କଫ, ଚର୍ମରୋଗ, ପ୍ଳୀହା, ଅଜୀର୍ଣ୍ଣ, ଅଗ୍ନୀମାନ୍ଦ୍ୟ, ଅପସ୍ମାର, ଶିଶୁରୋଗ, ପିହୁଳା, ବିଷଦୋଷ ଓ ଦୁର୍ଗନ୍ଧ ନିବାରକ। ମାତ୍ରା ଦୁଇ ଅଣାରୁ ଆଠ ଅଣା।
ବ୍ୟବହାର
[ସମ୍ପାଦନା]ଔଷଧୀୟ
[ସମ୍ପାଦନା]ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।
- ପିଲାଙ୍କ କୃମି ଓ କୃମି ଜନିତ ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟ ଫାମ୍ପିବାରେ ଏହାର କନ୍ଦାର ରସକୁ ଅଳ୍ପ ମିଶ୍ରିଗୁଣ୍ଡ ସହିତ ସକାଳୁ ତିନିଦିନ ସେବନ କଲେ ଉପକାର ମିଳେ।
- ଶୂଳ, ଅଜୀର୍ଣ୍ଣ, ବାୟୁ, ପ୍ଳୀହା ଓ ଗୁଳ୍ମ ରୋଗରେ ଏହାର ଚେରକୁ ଶୁଣ୍ଠୀ ଓ ଗୋଲମରିଚ ସହିତ ବାଟି ସେବନ କଲେ ଲାଭ ମିଳେ।
- କାଶ, କଫ, ପିହୁଳା, କୃମି, ଅଗ୍ନିମାନ୍ଦ୍ୟ ଓ ଅପସ୍ମାର ଆଦିରେ ଏହାର ପତ୍ରରସକୁ ମହୁସହିତ ପ୍ରୟୋଗ କରାଯାଏ।
- ଏହାର ପତ୍ର ରସକୁ ଅଥବା କେତକୀ ଫୁଲ ଭିତରେଥିବା ଭଣ୍ଡାକୁ ପୋଡ଼ି ପାଉଁଶ କରି ସେହି ପାଉଁଶକୁ ସୋରିଷତେଲରେ ପାକ କରି ଲଗାଇଲେ କାଛୁ, କୁଣ୍ଡିଆ, ମଚଲା, ବ୍ରଣ, ବିଚର୍ଚ୍ଚିକା ଆଦି ଚର୍ମରୋଗ ଦୂର ହୁଏ ଓ ବିଷଦୋଷ ନାଶଯାଏ। ଚର୍ମ ରୋଗରେ କେତକୀ ପତ୍ର ରସ ସହିତ ତାଳମୂଳୀ ରସକୁ ମଧ୍ୟ ଲଗାଯାଏ।
- ଦେହର ଦୁର୍ଗନ୍ଧରେ ଏହାର ଚେର ନଚେତ୍ ପତ୍ରକୁ ହଳଦୀରେ ବାଟି ଲଗାଯାଏ।
ଅନ୍ୟାନ୍ୟ
[ସମ୍ପାଦନା]- କେତକୀ ଫୁଲ ଘରେ ରଖିଲେ ତା’ର ସୁଗନ୍ଧରେ ଦୃଷ୍ଟି ଶକ୍ତି ବର୍ଦ୍ଧିତ ହୁଏ ଓ ମନପ୍ରାଣ ପ୍ରଫୁଲ୍ଲ ରହେ।
- କେତକୀ ଫୁଲର ସୁଗନ୍ଧରେ ଗୃହରୁ କୀଟମାନେ ବିନଷ୍ଟ ହୁଅନ୍ତି।
- ଧାନ ଅମାରରେ କେତକୀ ଫୁଲ ରଖିଲେ, ସେଥିରେ ପୋକ ଲାଗନ୍ତି ନାହିଁ।
ଏହାର ଫୁଲକୁ ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସାଧାରଣରେ ମାନ୍ୟତା ରହିଛି।
ଆଧାର
[ସମ୍ପାଦନା]- ↑ "Pandanus tectorius Parkinson". Germplasm Resources Information Network. United States Department of Agriculture. 2003-08-20. Retrieved 2010-03-08.
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ