Jump to content

କେତକୀ

ଉଇକିପିଡ଼ିଆ‌ରୁ

କେତକୀ
କେତକୀ ଗଛ
Scientific classification
Kingdom:
(unranked):
(unranked):
Monocots
Order:
Pandanales
Family:
Pandanaceae
Genus:
Pandanus
Species:
P. tectorius
Binomial name
Pandanus tectorius
Synonyms

Pandanus veitchii Mast. & T.Moore[]

କେତକୀ ଦେଖିବାକୁ କିଆଗଛ ପରି କିନ୍ତୁ ଉଚ୍ଚତାରେ ବଡ଼ । ଏହାର ପତ୍ର ଗୁଡ଼ିକ ମଧ୍ୟ କିଆ ପତ୍ରଠାରୁ ବଡ଼ ହୋଇଥାଏ । କିଆ ପତ୍ରର ଦୁଇ ଧାରରେ ଓ ମଝି ଶିରାରେ ଅନେକ କଣ୍ଟା ରହିଥାଏ, ହେଲେ ଏହାର ପତ୍ରରେ ସେହି ସ୍ଥାନରେ ବହୁତ କମ୍ କଣ୍ଟା ରହିଥାଏ । ଏହାର ଫୁଲ ବର୍ଣ୍ଣରେ ହଳଦିଆ ଓ ସୁଗନ୍ଧଯୁକ୍ତ । କିଆ ଫୁଲ ବର୍ଣ୍ଣରେ ଧଳା ଓ କେତକୀ ଫୁଲଠାରୁ କମ୍ ସୁଗନ୍ଧଯୁକ୍ତ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ କେତକୀ
ସଂସ୍କୃତ ଦୀର୍ଘପତ୍ରା, ସତିପୁଷ୍ପ, କେତକ, ଦଲପୁଷ୍ପା, ସ୍ଥିରଗନ୍ଧା, ଚାମରପୁଷ୍ପା, ଶିବଦ୍ୱିଷ୍ଟା, ନୃପପ୍ରିୟା, ଜମ୍ବୁଳ, କ୍ରକଚଛନ୍ଦ, ବିଫଳା, ଧୂଳିପୁଷ୍ପିକା, ପାଂଶୁଳା, କଣ୍ଟଦଳ, ତୀକ୍ଷ୍ଣପୁଷ୍ପା
ହିନ୍ଦୀ କେବଡ଼ା केवडा
ତେଲୁଗୁ ମୋଗଲି మోగలి
ବଙ୍ଗଳା କେୟା েকয়া

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ମଧୁର ମିଶ୍ରିତ ତିକ୍ତ ରସ। ଲଘୁ, ଚକ୍ଷୁ ହିତକର, କୃମି, କାଶ, କଫ, ଚର୍ମରୋଗ, ପ୍ଳୀହା, ଅଜୀର୍ଣ୍ଣ, ଅଗ୍ନୀମାନ୍ଦ୍ୟ, ଅପସ୍ମାର, ଶିଶୁରୋଗ, ପିହୁଳା, ବିଷଦୋଷ ଓ ଦୁର୍ଗନ୍ଧ ନିବାରକ। ମାତ୍ରା ଦୁଇ ଅଣାରୁ ଆଠ ଅଣା।

ବ୍ୟବହାର

[ସମ୍ପାଦନା]

ଔଷଧୀୟ

[ସମ୍ପାଦନା]

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ପିଲାଙ୍କ କୃମି ଓ କୃମି ଜନିତ ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟ ଫାମ୍ପିବାରେ ଏହାର କନ୍ଦାର ରସକୁ ଅଳ୍ପ ମିଶ୍ରିଗୁଣ୍ଡ ସହିତ ସକାଳୁ ତିନିଦିନ ସେବନ କଲେ ଉପକାର ମିଳେ।
  • ଶୂଳ, ଅଜୀର୍ଣ୍ଣ, ବାୟୁ, ପ୍ଳୀହା ଓ ଗୁଳ୍ମ ରୋଗରେ ଏହାର ଚେରକୁ ଶୁଣ୍ଠୀଗୋଲମରିଚ ସହିତ ବାଟି ସେବନ କଲେ ଲାଭ ମିଳେ।
  • କାଶ, କଫ, ପିହୁଳା, କୃମି, ଅଗ୍ନିମାନ୍ଦ୍ୟ ଓ ଅପସ୍ମାର ଆଦିରେ ଏହାର ପତ୍ରରସକୁ ମହୁସହିତ ପ୍ରୟୋଗ କରାଯାଏ।
  • ଏହାର ପତ୍ର ରସକୁ ଅଥବା କେତକୀ ଫୁଲ ଭିତରେଥିବା ଭଣ୍ଡାକୁ ପୋଡ଼ି ପାଉଁଶ କରି ସେହି ପାଉଁଶକୁ ସୋରିଷତେଲରେ ପାକ କରି ଲଗାଇଲେ କାଛୁ, କୁଣ୍ଡିଆ, ମଚଲା, ବ୍ରଣ, ବିଚର୍ଚ୍ଚିକା ଆଦି ଚର୍ମରୋଗ ଦୂର ହୁଏ ଓ ବିଷଦୋଷ ନାଶଯାଏ। ଚର୍ମ ରୋଗରେ କେତକୀ ପତ୍ର ରସ ସହିତ ତାଳମୂଳୀ ରସକୁ ମଧ୍ୟ ଲଗାଯାଏ।
  • ଦେହର ଦୁର୍ଗନ୍ଧରେ ଏହାର ଚେର ନଚେତ୍ ପତ୍ରକୁ ହଳଦୀରେ ବାଟି ଲଗାଯାଏ।

ଅନ୍ୟାନ୍ୟ

[ସମ୍ପାଦନା]
  • କେତକୀ ଫୁଲ ଘରେ ରଖିଲେ ତା’ର ସୁଗନ୍ଧରେ ଦୃଷ୍ଟି ଶକ୍ତି ବର୍ଦ୍ଧିତ ହୁଏ ଓ ମନପ୍ରାଣ ପ୍ରଫୁଲ୍ଲ ରହେ।
  • କେତକୀ ଫୁଲର ସୁଗନ୍ଧରେ ଗୃହରୁ କୀଟମାନେ ବିନଷ୍ଟ ହୁଅନ୍ତି।
  • ଧାନ ଅମାରରେ କେତକୀ ଫୁଲ ରଖିଲେ, ସେଥିରେ ପୋକ ଲାଗନ୍ତି ନାହିଁ।

ଏହାର ଫୁଲକୁ ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସାଧାରଣରେ ମାନ୍ୟତା ରହିଛି।

  1. "Pandanus tectorius Parkinson". Germplasm Resources Information Network. United States Department of Agriculture. 2003-08-20. Retrieved 2010-03-08.

ବାହାର ଆଧାର

[ସମ୍ପାଦନା]
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ