ଯୋନୀ ସ୍ରାବ

ଉଇକିପିଡ଼ିଆ‌ରୁ
(Vaginal dischargeରୁ ଲେଉଟି ଆସିଛି)
Vaginal discharge
Normal vagina and cervix during a medical speculum exam demonstrating IUD strings at the opening of the cervix and normal milky white vaginal discharge on the vaginal walls, cervix, and pooled in vaginal fornix.
ବିଭାଗGynecology
ଲକ୍ଷଣNormal: Thin, watery, thick, sticky, clear or white[୧][୨]
Abnormal: Change in color, increase in amount, foul smell, itching, burning, pelvic pain, abnormal vaginal bleeding, pain during sex[୧][୩]
ସଠିକ ରୋଗ ନିର୍ଣ୍ଣୟNormal, bacterial vaginosis, yeast infection, trichomoniasis, chlamydia, gonorrhea, herpes[୧]

ଯୋନୀ ସ୍ରାବ ସ୍ୱାଭାବିକ କିମ୍ବା ଅସ୍ୱାଭାବିକ ହୋଇପାରେ | [୧] ଅଧିକାଂଶ ମହିଳା ଏବଂ ଝିଅମାନଙ୍କଠାରେ ସାଧାରଣ ଯୋନୀ ସ୍ରାବ ହୁଏ | [୧] ସ୍ରାବର ପରିମାଣ, ଗୁଣବତ୍ତା ଏବଂ ସଂରଚନା ବ୍ୟକ୍ତିବିଶେଷଙ୍କ ମାସିକ ଋତୁସ୍ରାବ, ଯୌନ‌କ୍ରିୟା ଓ ପ୍ରଜନନ ବିକାଶର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ହୋଇଥାଏ | [୪] ସାଧାରଣ ଯୋନୀ ସ୍ରାବ ପତଳା, ଜଳୀୟ କିମ୍ବା ମୋଟା ଅଠାଳିଆ ହୋଇପାରେ ଏବଂ ଏହା ଅମ୍ଳାନ କିମ୍ବା ଧଳା ରଙ୍ଗ‌ଯୁକ୍ତ ହୋଇପାରେ | [୧][୨] ସାଧାରଣ ଯୋନୀ ସ୍ରାବର ପ୍ରବଳ ଗନ୍ଧ ନଥାଏ, କିମ୍ବା ଏହା ସ‌ହିତ ଗଲୁ ବା ଯନ୍ତ୍ରଣା ହୁଏନି | [୪] ଯୌନ ସକ୍ରିୟତା ସମୟରେ, ଗର୍ଭାବସ୍ଥାରେ ଓ ଜନ୍ମ ନିୟନ୍ତ୍ରଣ ବ୍ୟବ‌ହାର କଲା ସମୟରେ ଏହାର ପରିମାଣ ଅଧିକ ହୋଇପାରେ | [୧][୪]

ସାଧାରଣ ଯୋନୀ ସ୍ରାବ ତରଳ, ଜୀବକୋଷ‌ଯୁକ୍ତ ଏବଂ ଜୀବାଣୁଯୁକ୍ତ ହୋଇଥାଏ ଯାହା ଯୋନୀକୁ ତୈଳାକ୍ତ ଓ ସୁରକ୍ଷା ଦେଇଥାଏ ।[୨] ଯୋନୀପଥ ଓ ଜରାୟୁଗ୍ରୀବାର ଜୀବକୋଷରୁ ଏହି ମିଶ୍ରଣ ଉତ୍ପନ୍ନ ହୁଏ ଏବଂ ଏହା ଯୋନୀ ଦ୍ୱାର ମାଧ୍ୟମରେ ଶରୀରରୁ ବାହାରିଥାଏ | [୩] ସାଧାରଣ ଯୋନୀ ସ୍ରାବକୁ ରୋକାଯାଇପାରିବ ନାହିଁ ଏବଂ ଡୁସ ଦେବାକୁ ବିଶେଷ ଭାବରେ ସୁପାରିଶ କରାଯାଏ ନାହିଁ | [୧]

ଅଧିକାଂଶ ଯୋନୀ ସ୍ରାବ ଶରୀରର ସାଧାରଣ କାର୍ଯ୍ୟକୁ ପ୍ରତିପାଦିତ କରୁଥିବାବେଳେ ଏଥିରେ କିଛି ପରିବର୍ତ୍ତନ ହେଲେ ସଂକ୍ରମଣ କିମ୍ବା ଅନ୍ୟାନ୍ୟ ସମସ୍ୟାକୁ ପ୍ରତିଫଳିତ କରିପାରେ | [୫][୬] ଯୋନୀ ସ୍ରାବରେ ପରିବର୍ତ୍ତନ ଆଣୁଥିବା ସଂକ୍ରମଣର କାରଣରେ ଯୋନୀପଥ ଇଷ୍ଟ ସଂକ୍ରମଣ, ଜୀବାଣୁ ଭାଜିନୋସିସ ଏବଂ କେତେକ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ଅନ୍ତର୍ଭୁକ୍ତ ଥାଏ | [୭] ଅଣ-ସଂକ୍ରାମକ କାରଣଗୁଡ଼ିକରେ ଫେଣଯୁକ୍ତ ସ୍ନାନ କିମ୍ବା ବାହ୍ୟ ପଦାର୍ଥ ଯୋଗୁ ହୋଇପାରେ | [୩] ଅସ୍ୱାଭାବିକ ଯୋନୀ ଜଳ ନିଷ୍କାସନର ଗୁଣବତ୍ତା ଏହାର କାରଣ ଉପରେ ନିର୍ଭର କରେ, ସାଧାରଣତଃ ରଙ୍ଗ, ପରିବର୍ତ୍ତନ, ପରିମାଣ ବୃଦ୍ଧି, ଦୁର୍ଗନ୍ଧ, କିମ୍ବା ସଂପୃକ୍ତ ଅନ୍ୟାନ୍ୟ ଲକ୍ଷଣ ଯେପରିକି ଗଲୁ, ଜ୍ୱଳନ, ପେଲଭିକ ଯନ୍ତ୍ରଣା, ଅସ୍ୱାଭାବିକ ଯୋନୀ ରକ୍ତସ୍ରାବ, କିମ୍ବା ଯନ୍ତ୍ରଣା; ଯୌନ ସମ୍ଭୋଗ ସମୟରେ ଯନ୍ତ୍ରଣା ହୁଏ ।[୧][୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Vaginal discharge". nhs.uk (in ଇଂରାଜୀ). 18 October 2017. Retrieved 24 September 2020.
  2. ୨.୦ ୨.୧ ୨.୨ Beckmann, R.B. (2014). Obstetrics and Gynecology (7th ed.). Baltimore, MD: Lippincott Williams & Wilkins. p. 260. ISBN 9781451144314.
  3. ୩.୦ ୩.୧ ୩.୨ ୩.୩ "Vaginal Discharge - Women's Health Issues". Merck Manuals Consumer Version. Retrieved 24 September 2020.
  4. ୪.୦ ୪.୧ ୪.୨ Hacker, Neville F. (2016). Hacker & Moore's Essentials of Obstetrics and Gynecology (6th ed.). Philadelphia, PA: Elsevier. p. 276. ISBN 9781455775583.
  5. Lentz, Gretchen M. (2012). Comprehensive Gynecology (6th ed.). Philadelphia, PA: Elsevier. pp. 532–533. ISBN 9780323069861.
  6. LeBlond, Richard F. (2015). "Chapter 11". DeGowin's Diagnostic Examination (10th ed.). McGraw-Hill Education. ISBN 9780071814478.
  7. Rice, Alexandra (2016). "Vaginal Discharge". Obstetrics, Gynaecology & Reproductive Medicine. 26 (11): 317–323. doi:10.1016/j.ogrm.2016.08.002.