ଜୀବାଣୁ ଭାଜିନୋସିସ

ଉଇକିପିଡ଼ିଆ‌ରୁ
ଜୀବାଣୁ ଭାଜିନୋସିସ
Micrograph of bacterial vaginosis — cells of the cervix covered with rod-shaped bacteria, Gardnerella vaginalis (arrows).
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology, Infectious disease
ଆଇସିଡ଼ି-୧୦B96., N76.
ଆଇସିଡ଼ି-୯-ସିଏମ୍616.1
Patient UKଜୀବାଣୁ ଭାଜିନୋସିସ
MeSHD016585

ଜୀବାଣୁ ଭାଜିନୋସିସ (ସଂକ୍ଷେପରେ ବିଭି) ବା ଯୋନିପଥ ଜୀବାଣୁ ରୋଗ ବା ଗାର୍ଡନେରେଲା ଯୋନିପଥ ପ୍ରଦାହ (ଇଂରାଜୀରେ ଯଥାକ୍ରମେ Bacterial vaginosis (BV), also known as vaginal bacteriosis or Gardnerella vaginitis),[୧] ଏକ ଯୋନିପଥ ରୋଗ ଯାହା ଅତ୍ୟଧିକ ଜୀବାଣୁ ବୃଦ୍ଧିଦ୍ୱାରା ହୁଏ । [୨][୩] ଏହି ରୋଗରେ ଯୋନୀପଥରୁ ଅଧିକାଂଶ ସମୟରେ ମାଛ ଭଳି ଗନ୍ଧ ହେଉଥିବା ତରଳ ସ୍ରାବ ବାହାରେ । ଏହି ତରଳ ସ୍ରାବର ରଙ୍ଗ ଧଳା ବା ପାଉଶିଆ ଦେଖାଯାଏ । ପରିସ୍ରା କଲାବେଳେ ଜ୍ୱାଳା ହୁଏ । [୪] କ୍ୱଚିତ ଗଲୁ ହୁଏ । [୨][୪] ବେଳେ ବେଳେ କୌଣସି ଲକ୍ଷଣ ନ ଥାଏ । [୪] ବିଭି ରୋଗ ଥିଲେ ଅନ୍ୟ ଅନେକ ଯୌନସଙ୍ଗମ ସଞ୍ଚାରିତ ସଂକ୍ରମଣ ରୋଗ ହେବା ସଙ୍କଟ ରହେ ଯେପରିକି ଏଚଆଇଭି/ଏଡସ[୫] ଗର୍ଭାବସ୍ଥାରେ ଏହି ରୋଗ ହେଲେ ସଠିକ ସମୟ ପୂର୍ବରୁ ପ୍ରସବ ହେବା ସଙ୍କଟ ରହେ । [୬][୭]

ଯୋନୀପଥରେ ସ୍ୱାଭାବିକ ଭାବରେ ରହୁଥିବା ଜୀବାଣୁମାନଙ୍କର ସନ୍ତୁଳନ ଠିକ ନ ରହିଲେ ଏହି ରୋଗ ହୁଏ । [୮] ସାଧାରଣତଃ ସେଠାରେ ଥିବା ଜୀବାଣୁରେ ପରିବର୍ତ୍ତନ ଘଟି ସେମାନଙ୍କ ସଂଖ୍ୟା ୧୦୦ରୁ ୧୦୦୦ ଗୁଣ ଅଧିକ ହୋଇଯାଏ । [୨] ଏହି ରୋଗର ସଙ୍କଟଦାୟକ ଅବସ୍ଥାମାନ ଯଥାକ୍ରମେ ଡୁସ୍ ଦେବା, ନୂଆ ବା ଏକାଧିକ ଯୌନ ସାଥୀ ରଖିବା, ଆଣ୍ଟିବାୟୋଟିକ ବ୍ୟବ‌ହାର କରିବା ଓ ଇଣ୍ଟ୍ରାୟୁଟେରାଇନ ଡିଭାଇସ ବ୍ୟବ‌ହାର କରିବା ଇତ୍ୟାଦି ଅଟେ । [୮] ଯାହାହେଲେବି ଏହି ରୋଗକୁ ଯୌନ‌କ୍ରିୟା ସଞ୍ଚାରିତ ରୋଗ କୁହାଯାଏ ନାହିଁ । [୯] ରୋଗୀର ଲକ୍ଷଣ ଦେଖି ଓ ଯୋନୀପଥର ସ୍ରାବର ପି.ଏଚ ଅଧିକ ରହିଲେ ଓ ଜୀବାଣୁ ସଂଖ୍ୟା ମାତ୍ରାଧିକ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୨] ଯୋନୀପଥ ଇଷ୍ଟ ସଂକ୍ରମଣ କିମ୍ବା ଟ୍ରାଇକୋମୋନାସ ସଂକ୍ରମଣ ସ‌ହିତ ବିଭି ରୋଗ ନିର୍ଣ୍ଣୟ ଅନେକ ସମୟରେ ଦ୍ୱନ୍ଦ ସୃଷ୍ଟି କରେ । [୧୦]

ସାଧାରଣତଃ କ୍ଲିଣ୍ଡାମାଇସିନ ଆଣ୍ଟିବାୟୋଟିକ କିମ୍ବା ମେଟ୍ରୋନିଡାଜୋଲ ଦେଇ ଏହି ରୋଗ ଚିକିତ୍ସା କରାଯାଏ । ଦ୍ୱିତୀୟ ବା ତୃତୀୟ ତ୍ରୈମାସିକ ଗର୍ଭାବସ୍ଥାରେ ଏହି ଔଷଧ ଦେଇହେବ । କିନ୍ତୁ ଚିକିତ୍ସା ସତ୍ତ୍ୱେ ଏହି ରୋଗ ଆଉ ଥରେ ହୋଇପାରେ । ପ୍ରୋବାୟୋଟିକ ଦେଲେ ଏହାର ପୁନରୁତ୍ଥାନ ରୋକିପାରେ । [୨] ପ୍ରୋବାୟୋଟିକ ବା ଆଣ୍ଟିବାୟୋଟିକ ଦେବାଦ୍ୱାରା ଗର୍ଭାବସ୍ଥାର ଫଳାଫଳ ବିଷୟରେ ସଠିକତା ଜଣାପଡ଼ିନାହିଁ । [୨][୧୧]

ପ୍ରଜନନ ବୟସର ମହିଳାମାନଙ୍କଠାରେ ଏହି ବିଭି ସଂକ୍ରମଣ ଏକ ସାଧାରଣ ଯୋନୀପଥ ରୋଗ । [୮] ଯେ କୌଣସି ସମୟରେ ୫ %ରୁ ୭୦ % ମହିଳାଙ୍କର ଏହି ରୋଗ ଥାଏ । [୫] ଆଫ୍ରିକାର କେତେକ ସ୍ଥାନରେ ଏହି ରୋଗ ଅଧିକ ଦେଖାଯାଏ। ଏସିଆ ଓ ୟୁରୋପରେ ଏହ ଅତି କମ ଦେଖାଯାଏ । [୫] ଅମେରିକାରେ ୧୪ରୁ ୪୯ ବର୍ଷିୟ ମହିଳାଙ୍କ ମଧ୍ୟରୁ ୩୦ % ଏହି ରୋଗ ଭୋଗ କରନ୍ତି । [୧୨] ଦେଶର ବିଭିନ୍ନ ଜାତିରେ ଏହି ରୋଗର ହାର ଭିନ୍ନ ଭିନ୍ନ ଥାଏ । [୫] ବିଭି ରୋଗ ସ‌ହିତ ସାମଞ୍ଜସ୍ୟ ଥିବା ଅନେକ ରୋଗର ବର୍ଣ୍ଣନା ଅତୀତରେ ଥିଲେ ମଧ୍ୟ ୧୮୯୪ ମସିହାରେ ଏହି ରୋଗ ବିଷୟରେ ସର୍ବପ୍ରଥମେ ଲିପିବଦ୍ଧ ହୋଇଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Borchardt, Kenneth A. (1997). Sexually transmitted diseases : epidemiology, pathology, diagnosis, and treatment. Boca Raton [u.a.]: CRC Press. p. 4. ISBN 9780849394768.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Donders, GG; Zodzika, J; Rezeberga, D (April 2014). "Treatment of bacterial vaginosis: what we have and what we miss". Expert opinion on pharmacotherapy. 15 (5): 645–57. doi:10.1517/14656566.2014.881800. PMID 24579850.
  3. Clark, Natalie; Tal, Reshef; Sharma, Harsha; Segars, James (2014). "Microbiota and Pelvic Inflammatory Disease". Seminars in Reproductive Medicine. 32 (01): 043–049. doi:10.1055/s-0033-1361822. ISSN 1526-8004.
  4. ୪.୦ ୪.୧ ୪.୨ "What are the symptoms of bacterial vaginosis?". www.nichd.nih.gov/. 2013-05-21. Retrieved 3 March 2015.
  5. ୫.୦ ୫.୧ ୫.୨ ୫.୩ Kenyon, C; Colebunders, R; Crucitti, T (December 2013). "The global epidemiology of bacterial vaginosis: a systematic review". American journal of obstetrics and gynecology. 209 (6): 505–23. doi:10.1016/j.ajog.2013.05.006. PMID 23659989.
  6. Queena, John T. .; Spong, Catherine Y; Lockwood, Charles J., editors (2012). Queenan's management of high-risk pregnancy : an evidence-based approach (6th ed. ed.). Chichester, West Sussex: Wiley-Blackwell. p. 262. ISBN 9780470655764. {{cite book}}: |edition= has extra text (help); |first3= has generic name (help)CS1 maint: multiple names: authors list (link)
  7. "What are the treatments for bacterial vaginosis (BV)?". www.nichd.nih.gov/. 2013-07-15. Retrieved 4 March 2015.
  8. ୮.୦ ୮.୧ ୮.୨ "Bacterial Vaginosis (BV): Condition Information". www.nichd.nih.gov/. 2013-05-21. Retrieved 3 March 2015.
  9. "Bacterial Vaginosis – CDC Fact Sheet". Centers for Disease Control and Prevention. March 11, 2014. Retrieved 2 Mar 2015.
  10. Mashburn, J (2006). "Etiology, diagnosis, and management of vaginitis". Journal of midwifery & women's health. 51 (6): 423–30. doi:10.1016/j.jmwh.2006.07.005. PMID 17081932.
  11. Othman, M; Neilson, JP; Alfirevic, Z (24 January 2007). "Probiotics for preventing preterm labour". The Cochrane database of systematic reviews (1): CD005941. PMID 17253567.
  12. "Bacterial Vaginosis (BV) Statistics Prevalence". cdc.gov. September 14, 2010. Retrieved 3 March 2015.