ଯୋନୀପଥ ଇଷ୍ଟ ସଂକ୍ରମଣ

ଉଇକିପିଡ଼ିଆ ରୁ
Jump to navigation Jump to search
ଯୋନୀପଥ ଇଷ୍ଟ ସଂକ୍ରମଣ
Vaginal wet mount of candidal vulvovaginitis.jpg
Vaginal wet mount showing the pseudohyphae of Candida albicans surrounded by round vaginal skin cells, in a case of candidal vulvovaginitis.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgynecology[*]
ଆଇସିଡ଼ି-୧୦B37.3, N77.1
ଆଇସିଡ଼ି-୯-ସିଏମ୍112.1, 616.1
ମେଡ଼ିସିନ-ପ୍ଲସ001511
MeSHD002181

ଯୋନୀପଥ ଇଷ୍ଟ ସଂକ୍ରମଣ ବା କ୍ୟାଣ୍ଡିଡିଆଲ ଭଲଭୋଭାଜାଇନାଇଟିସ ବା ଯୋନୀପଥ ଥ୍ରସ, (ଇଂରାଜୀରେ ଯଥାକ୍ରମେ Vaginal yeast infection, also known as candidal vulvovaginitis and vaginal thrush), ଏକ ପ୍ରକାର ଇଷ୍ଟ ସଂକ୍ରମଣ ଯାହା ଯୋନୀପଥରେ ବୃଦ୍ଧିପ୍ରାପ୍ତ ହୁଏ ଓ ସେଠାରେ ଗଲୁ ହୁଏ । [୧][୨] ଏହି ରୋଗର ସାଧାରଣ ଲକ୍ଷଣ ହେଲା ଯୋନୀପଥରେ ଗଲୁ ହେବା ଯାହା ଅତ୍ୟଧିକ ହୋଇପାରେ । ଅନ୍ୟ ଲକ୍ଷଣ ସମୂହ: ପ୍ରସ୍ରାବ ସମୟରେ ଜ୍ୱାଳା ହୁଏ, ଯୋନୀପଥରୁ ଧଳା ମୋଟା ସ୍ରାବ ନିର୍ଗତ ହୁଏ ଯାହା ଏତେ ଦୁର୍ଗନ୍ଧ‌ଯୁକ୍ତ ନୁହେଁ, ଯୌନ ସଙ୍ଗମ ସମୟରେ କଷ୍ଟ ହୁଏ ଓ ଯୋନୀପଥ ଲାଲ ଦେଖାଯାଏ । [୨] ଋତୁସ୍ରାବ ଠିକ ପୂର୍ବରୁ ଲକ୍ଷଣସମୂହ ଅଧିକ ହୁଏ । [୩]

ଯୋନୀପଥରେ କ୍ୟାଣ୍ଡିଡା ନାମକ ଏକ ପ୍ରକାର ଫିମ୍ପି ବା କବକର ଅହେତୁକ ସଂଖ୍ୟା ବୃଦ୍ଧି ହେତୁ ଏହି ସଂକ୍ରମଣ ହୁଏ । ଏହି ଇଷ୍ଟ ଯୋନୀପଥରେ ଅଳ୍ପ ସଂଖ୍ୟାରେ ସର୍ବଦା ଥାଆନ୍ତି । [୨] ଏହି ରୋଗକୁ ଯୌନ ସଞ୍ଚାରିତ ସଂକ୍ରମଣ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ; କିନ୍ତୁ ବାରମ୍ବାର ଯୌନ ମିଳନ କରୁଥିବା ମହିଳାଙ୍କର ଏହି ରୋଗ ଅଧିକ ହୁଏ । [୨][୩] ଅଧିକ ଆଣ୍ଟିବାୟୋଟିକ ଖାଇଲେ, ଗର୍ଭାବସ୍ଥାରେ ଥିଲେ, ଡାଏବେଟିସ ଥିଲେ ଓ ଏଚଆଇଭି/ଏଡସ ଥିଲେ ଏହି ରୋଗ ସଙ୍କଟ ଅଧିକ ରହେ । [୩] ଅଧିକ ସାଧା ଶର୍କରାଯୁକ୍ତ ଖାଦ୍ୟ ମଧ୍ୟ ଏହି ରୋଗ ସୃଷ୍ଟିରେ ଭୂମିକା ଗ୍ରହଣ କରେ । [୨] ଟାଇଟ ଲୁଗା ପିନ୍ଧା, କେତେକ ପ୍ରକାର ଅନ୍ତଃବସ୍ତ୍ର ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଏହି ରୋଗ କରିବାରେ ଭୂମିକା ଥିବା ଭଳି ପ୍ରମାଣ ନାହିଁ । [୩] ଯୋନୀପଥ ସ୍ରାବର ସାମ୍ପଲ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଯୌନ ସଞ୍ଚାରିତ ସଂକ୍ରମଣ ରୋଗ ସ‌ହିତ ଅନେକ ସାମଞ୍ଜସ୍ୟ ଥିବା ହେତୁ କ୍ଲାମିଡିଆଗନେରିଆ ରୋଗ ନିମନ୍ତେ ପରୀକ୍ଷା କରି ସନ୍ଦେହ ଦୂରୀଭୁତ କରାଯାଏ । [୨]

କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଅଭାବ ସତ୍ତ୍ୱେ ମହିଳାମାନଙ୍କୁ ପ୍ରତିଷେଧକ ନିମନ୍ତେ ସୂତା ନିର୍ମିତ ଢ଼ିଲା ଅନ୍ତଃବସ୍ତ୍ର ପିନ୍ଧିବାକୁ ଉପଦେଶ ଦିଆଯାଏ । [୨][୩] ଡୁସ ଦେବା ଓ ସୁଗନ୍ଧିତ ସ୍ୱାସ୍ଥ୍ୟପ୍ରଦ ଜିନିଷ ବ୍ୟବ‌ହାର କରିବାକୁ ସୁପାରିସ କରାଯାଏ । [୨] ଆଣ୍ଟିଫଙ୍ଗାଲ (ଫିମ୍ପିବିରୋଧୀ) ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । ଏହି ଔଷଧ କ୍ରିମ କ୍ଲୋଟ୍ରାଇମାଜୋଲ ଆକାରରେ ବା ପାଟି ଔଷଧ ଫ୍ଲୁକୋନାଜୋଲ ଆକାରରେ ଦିଆଯାଏ । [୪] ଆକ୍ୟୁଟ ରୋଗରେ ପ୍ରୋବାୟୋଟିକ ଉପକାରୀ ହେବା ଜାଣାଯାଏ ନାହିଁ । [୫]

୭୫% ମହିଳା ଜୀବଦଶାରେ ଅତି କମରେ ଥରେ ଏହି ରୋଗ ଭୋଗ କରନ୍ତି, ୫୦ % ମହିଳାଙ୍କୁ ଅତି କମରେ ଦୁଇ ଥର ଏହି ରୋଗ ହୁଏ । [୨][୬] ୫ % ମହିଳା ବାର୍ଷିକ ତିନି ଥର ରୋଗ ଭୋଗନ୍ତି । [୬] ବ୍ୟାକ୍ଟେରିଆଲ ଭାଜିନୋସିସ ପରେ ଏହା ଦ୍ୱିତୀୟ ସର୍ବାଧିକ ଯୋନୀପଥ ରୋଗ । [୭]

ଆଧାର[ସମ୍ପାଦନା]

  1. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 309. ISBN 0-7216-2921-0.CS1 maint: Multiple names: authors list (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Vaginal yeast infections fact sheet". http://www.womenshealth.gov. December 23, 2014. Retrieved 5 March 2015. External link in |website= (help)
  3. ୩.୦ ୩.୧ ୩.୨ ୩.୩ ୩.୪ Sobel, JD (9 June 2007). "Vulvovaginal candidosis". Lancet. 369 (9577): 1961–71. doi:10.1016/S0140-6736(07)60917-9. PMID 17560449.
  4. Workowski KA, Berman SM (August 2006). "Sexually transmitted diseases treatment guidelines, 2006". MMWR Recomm Rep. 55 (RR-11): 1–94. PMID 16888612.
  5. Abad, CL; Safdar, N (June 2009). "The role of lactobacillus probiotics in the treatment or prevention of urogenital infections – a systematic review". Journal of chemotherapy (Florence, Italy). 21 (3): 243–52. doi:10.1179/joc.2009.21.3.243. PMID 19567343.
  6. ୬.୦ ୬.୧ Egan ME, Lipsky MS (September 2000). "Diagnosis of vaginitis". Am Fam Physician. 62 (5): 1095–104. PMID 10997533.
  7. Ilkit, M; Guzel, AB (August 2011). "The epidemiology, pathogenesis, and diagnosis of vulvovaginal candidosis: a mycological perspective". Critical reviews in microbiology. 37 (3): 250–61. doi:10.3109/1040841X.2011.576332. PMID 21599498.