ତ୍ରିନାଥ ସାମନ୍ତରାୟ
ଦେଖଣା
(Trinath Samantrayରୁ ଲେଉଟି ଆସିଛି)
ତ୍ରିନାଥ ସାମନ୍ତରାୟ | |
|---|---|
| ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୮୫ | |
| ପୂର୍ବ ଅଧିକାରୀ | ନାରାୟଣ ସାହୁ |
| ପର ଅଧିକାରୀ | ଭି.ସୁଜ୍ଞାନୀ କୁମାରୀ ଦେଓ |
| ନିର୍ବାଚନ ମଣ୍ଡଳୀ | ଖଲ୍ଲିକୋଟ |
| ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୩ | |
| ପୂର୍ବ ଅଧିକାରୀ | ଭି.ସୁଜ୍ଞାନୀ କୁମାରୀ ଦେଓ |
| ପର ଅଧିକାରୀ | ଭି.ସୁଜ୍ଞାନୀ କୁମାରୀ ଦେଓ |
| ନିର୍ବାଚନ ମଣ୍ଡଳୀ | ଖଲ୍ଲିକୋଟ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୩ ନଭେମ୍ବର ୧୯୨୧ |
| ମୃତ୍ୟୁ | ୨୬ ଜୁଲାଇ ୨୦୦୦ (ବୟସ ୭୮) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (ଇ) |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ |
| ଜୀବନ ସାଥୀ | ହେମା ସାମନ୍ତରାୟ |
| ବାପା/ବୋଉ | ଶିବରାମ ସାହୁ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ତ୍ରିନାଥ ସାମନ୍ତରାୟ (୨୩ ନଭେମ୍ବର ୧୯୨୧ - ୨୬ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ତ୍ରିନାଥ ୧୯୨୧ ମସିହାର ନଭେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିବରାମ ସାହୁ ଓ ପତ୍ନୀଙ୍କ ନାମ ହେମା ସାମନ୍ତରାୟ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ତ୍ରିନାଥ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ତ୍ରିନାଥ ୨୦୦୦ ମସିହାର ଜୁଲାଇ ୨୬ ତାରିଖରେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Trinath Samantray". odishaassembly.nic.in. Odisha Assembly. Retrieved 22 January 2021.