ତ୍ରିନାଥ ସାମନ୍ତରାୟ

ଉଇକିପିଡ଼ିଆ‌ରୁ
ତ୍ରିନାଥ ସାମନ୍ତରାୟ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀନାରାୟଣ ସାହୁ
ପର ଅଧିକାରୀଭି.ସୁଜ୍ଞାନୀ କୁମାରୀ ଦେଓ
ନିର୍ବାଚନ ମଣ୍ଡଳୀଖଲ୍ଲିକୋଟ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଭି.ସୁଜ୍ଞାନୀ କୁମାରୀ ଦେଓ
ପର ଅଧିକାରୀଭି.ସୁଜ୍ଞାନୀ କୁମାରୀ ଦେଓ
ନିର୍ବାଚନ ମଣ୍ଡଳୀଖଲ୍ଲିକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1921-11-23)୨୩ ନଭେମ୍ବର ୧୯୨୧
ମୃତ୍ୟୁ୨୬ ଜୁଲାଇ ୨୦୦୦(2000-07-26) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ (ଇ)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀହେମା ସାମନ୍ତରାୟ
ବାପା/ବୋଉଶିବରାମ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ତ୍ରିନାଥ ସାମନ୍ତରାୟ (୨୩ ନଭେମ୍ବର ୧୯୨୧ - ୨୬ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ତ୍ରିନାଥ ୧୯୨୧ ମସିହାର ନଭେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିବରାମ ସାହୁ ଓ ପତ୍ନୀଙ୍କ ନାମ ହେମା ସାମନ୍ତରାୟ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ତ୍ରିନାଥ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ତ୍ରିନାଥ ୨୦୦୦ ମସିହାର ଜୁଲାଇ ୨୬ ତାରିଖରେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Trinath Samantray". odishaassembly.nic.in. Odisha Assembly. Retrieved 22 January 2021.