ସୂର୍ଯ୍ୟ ମହାନ୍ତି

ଉଇକିପିଡ଼ିଆ‌ରୁ
(Surya Mohantyରୁ ଲେଉଟି ଆସିଛି)
ସୂର୍ଯ୍ୟ ମହାନ୍ତି
ଜନ୍ମ
ସୂର୍ଯ୍ୟ ନାରାୟଣ ମହାନ୍ତି

(1952-08-17) ୧୭ ଅଗଷ୍ଟ ୧୯୫୨ (ବୟସ ୭୧)
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ
ପିତାମାତା(s)ରାଧାରମଣ ଛାମୁକରଣ
ଶାନ୍ତି ସୁନ୍ଦରୀ ଛାମୁକରଣ

ସୂର୍ଯ୍ୟ ମହାନ୍ତି (ଜନ୍ମ :୨୧ ମାର୍ଚ୍ଚ ୧୯୫୨) ଜଣେ ଓଡ଼ିଆ ନାଟ୍ୟ ନିର୍ଦ୍ଦେଶକ ଅଟନ୍ତି ।[୧] ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ତିନି ଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟଧରି ନାଟକ ନିର୍ଦ୍ଦେଶନା ଓ ଅଭିନୟରେ ସକ୍ରିୟ ଅଛନ୍ତି । ମୁକ୍ତି ନାମରେ ତାଙ୍କର ଏକ ନାଟ୍ୟାନୁଷ୍ଠାନ ରହିଛି ।[୨] ସେ ଅଭିନୟ, ନିର୍ଦ୍ଦେଶନା ଆଦି ଉପରେ ୱାର୍କସପ ମାଧ୍ୟମରେ ଶିକ୍ଷାଦାନ ମଧ୍ୟ କରନ୍ତି ।[୩]

ସୂର୍ଯ୍ୟ, ୧୯୫୨ମସିହାରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ରାଧାରମଣ ଛାମୁକରଣ ଓ ମାତାଙ୍କ ଶାନ୍ତି ସୁନ୍ଦରୀ ଛାମୁକରଣ ନାମ ଥିଲା । ଭୁବନେଶ୍ୱରରେ ସେ ବଡ଼ ହୋଇଥିଲେ । ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଆଦିରେ ପ୍ରଦର୍ଶିତ ନାଟକ, ଗାଁର ପାଲା, ଦାସକାଠିଆର ପ୍ରଭାବ ତାଙ୍କ ଉପରେ ପଡିଥିଲା । ଅକ୍ଷୟ ମହାନ୍ତି (କାଶ୍ୟପ)ଙ୍କ ସଂସ୍ପର୍ଶରେ ଆସି ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ୧୯୭୮-୮୧ରେ[୪] ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ସମୟରେ ସେ ନିଷ୍ପତି ନେଇଥିଲେ ଯେ, ଓଡ଼ିଶା ଫେରି ନାଟକ କରିବେ । ସେଇ ନିଷ୍ପତିରେ ଅଟଳ ସେ ଏଯାବତ ଓଡ଼ିଶାରେ ନାଟ୍ୟ ନିର୍ଦ୍ଦେଶନା ତଥା ଶିକ୍ଷାଦାନ ସହି ଜଡ଼ିତ ରହିଆସିଛନ୍ତି ।

ଅଭିନୀତ/ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ଅବୋଲକରା ଉପାଖ୍ୟାନ(୧୯୮୨)
  • ରକ୍ଷକ ହେଲେ ଭକ୍ଷକ(୧୯୮୨)
  • ଚନ୍ଦ୍ରମଣି ଉପାଖ୍ୟାନ
  • କିଙ୍ଗ ଏଡିପସ
  • କଥାମଞ୍ଚ

ଅଭିନୀତ/ନିର୍ଦ୍ଦେଶିତ ଚଳଚ୍ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://www.telegraphindia.com/1150629/jsp/odisha/story_28405.jsp
  2. http://www.thehindu.com/news/national/other-states/theatre-to-enhance-personality-and-confidence-of-tribal-children/article8517622.ece
  3. https://www.telegraphindia.com/1160616/jsp/odisha/story_91400.jsp
  4. https://nsd.gov.in/delhi/wp-content/uploads/2014/09/NSD-GRADUATES1.pdf
  5. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 4–. ISBN 978-1-135-94325-7.
  6. "ବ୍ୟକ୍ତିତ୍ୱ". ନିତିଦିନ ୧୭/୦୬/୨୦୧୭ ପୃଷ୍ଠା ୯. Retrieved 26 December 2017.[permanent dead link]

ବାହାର ଆଧାର[ସମ୍ପାଦନା]