Jump to content

ସୁରେନ୍ଦ୍ର ସିଂହ ଭୋଇ

ଉଇକିପିଡ଼ିଆ‌ରୁ
(Surendra Singh Bhoiରୁ ଲେଉଟି ଆସିଛି)
ସୁରେନ୍ଦ୍ର ସିଂହ ଭୋଇ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଯୋଗେନ୍ଦ୍ର ବେହେରା
ପର ଅଧିକାରୀଟୁକୁନି ସାହୁ
ନିର୍ବାଚନ ମଣ୍ଡଳୀଟିଟିଲାଗଡ଼
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୪
ନିର୍ବାଚନ ମଣ୍ଡଳୀସଇଁତଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-06-05) ୫ ଜୁନ ୧୯୬୧ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମୋନିକା ସିଂହ ଦେଓ
ବାପା/ବୋଉରମେଶ ଚନ୍ଦ୍ର ସିଂହ ଭୋଇ (ବାପା‌)
ବୃତ୍ତିରାଜନୀତିଜ୍ଞ

ସୁରେନ୍ଦ୍ର ସିଂହ ଭୋଇ (ଜନ୍ମ: ୬ ମଇ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ଓ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସୁରେନ୍ଦ୍ର ସିଂହ ଭୋଇ ୧୯୬୧ ମସିହାର ମଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରମେଶ ଚନ୍ଦ୍ର ସିଂହ ଭୋଇ ଓ ପତ୍ନୀଙ୍କ ନାମ ମୋନିକା ସିଂହ ଦେଓ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସୁରେନ୍ଦ୍ର ସିଂହ ଭୋଇ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୯ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୮୫,୦୮୦ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଠାରୁ ୧,୩୨,୬୬୪ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ସଇଁତଳା ଭାରତୀୟ ଜାତୀୟ କଂଗ୍ରେସ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ସଇଁତଳା ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ଭାରତୀୟ ଜାତୀୟ କଂଗ୍ରେସ
  1. ୧.୦ ୧.୧ "Shri Surendra Singh Bhoi". odishaassembly.nic.in. Odisha Assembly. Retrieved 1 October 2021.
  2. "2024 Indian General Election Results: Bolangir (Odisha)". Election Commission of India. Retrieved 6 June 2024.