ସୁରେନ୍ଦ୍ର ବିଦ୍ୟାଧର

ଉଇକିପିଡ଼ିଆ‌ରୁ
(Surendra Bidyadharରୁ ଲେଉଟି ଆସିଛି)
ସୁରେନ୍ଦ୍ର ବିଦ୍ୟାଧର
ଜନ୍ମ
ସୁରେନ୍ଦ୍ରନାଥ ବିଦ୍ୟାଧର

୧୯୩୭
ନରଣଗଡ଼, ଖୋର୍ଦ୍ଧା
ମୃତ୍ୟୁ୯ ଜୁନ ୨୦୧୩
ବକ୍ସିବଜାର କଟକ
ବୃତ୍ତିଓକିଲାତି
ପ୍ରସିଦ୍ଧିଗୀତିକାର

ସୁରେନ୍ଦ୍ରନାଥ ବିଦ୍ୟାଧର (୧୯୩୭ - ୯ ଜୁନ ୨୦୧୩) ଜଣେ ଆଇନଜୀବୀ ଓ ଗୀତିକାର ଥିଲେ ।[୧]

ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ଦଳବେହେରା ପରିବାରରେ ସୁରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ପିତା ନରସିଂହ ଚରଣ ବିଦ୍ୟାଧର ଓ ମା ଶ୍ରୀରାଧା । ତାଙ୍କ ବଡ଼ବାପା ପୁଅ ଭାଇ ଶରତଚନ୍ଦ୍ର ନରେନ୍ଦ୍ର ସିଂହ ୧୯୪୧ ମସିହାରେ ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାଗ୍ରନ୍ଥ 'ପଲ୍ଲୀଶ୍ରୀ'ର ପ୍ରଥମ ପ୍ରକାଶକ ଥିଲେ । ମାଉସୀ ପୁଅ ଭାଇ ସତ୍ୟାନନ୍ଦ ଚମ୍ପତ୍ତିରାୟ ସାହିତ୍ୟ ପତ୍ରିକା 'ଝଙ୍କାର'ର ସମ୍ପାଦନା କରୁଥିଲେ ।[୨]

ରଚନାବଳୀ[ସମ୍ପାଦନା]

  • ସଞ୍ଜୁ ଓ ପୃଥ୍ୱୀ (କବିତା ଗ୍ରନ୍ଥ)
  • ମାନସୀ ଓ କୋଣାର୍କ (କବିତା ଗ୍ରନ୍ଥ)
  • ଯେଉଁ ଗାଁରେ ଜହ୍ନ ଉଏଁ (ପଲ୍ଲୀଗୀତି ସଂକଳନ)
  • ତଳ ପାହାଚ (ଗଳ୍ପ ସଂକଳନ)

ଗୀତ ଲେଖିଥିବା କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଗୀତିକବି ସୁରେନ୍ଦ୍ରନାଥ ବିଦ୍ୟାଧରଙ୍କ ପରଲୋକ". ଧରିତ୍ରୀ. Retrieved 16 June 2016.
  2. ଚାନ୍ଦ, ଡ. ଗୋବିନ୍ଦ ଚନ୍ଦ୍ର (୧୬ ଜୁନ ୨୦୧୩). "ମୋତି ନା ତୁମେ ହୀରା!". ପତ୍ରିକା (ଖବର). {{cite news}}: Check date values in: |date= (help)

ଅଧିକ ତଥ୍ୟ[ସମ୍ପାଦନା]