ସୁବାଷ ଚନ୍ଦ୍ର ପାଣିଗ୍ରାହୀ
ସୁବାଷ ଚନ୍ଦ୍ର ପାଣିଗ୍ରାହୀ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ନୀତେଶ ଗଙ୍ଗଦେବ |
ପର ଅଧିକାରୀ | ରୋମାଞ୍ଚ ରଞ୍ଜନ ବିଶ୍ୱାଳ |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨ ମାର୍ଚ୍ଚ ୧୯୯୮ – ୨୦୦୪ | |
ପୂର୍ବ ଅଧିକାରୀ | ପ୍ରଦୀପ୍ତ ଗଙ୍ଗଦେବ |
ପର ଅଧିକାରୀ | ନୀତେଶ ଗଙ୍ଗଦେବ |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ଅଗଷ୍ଟ ୧୯୫୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ପ୍ରଣିତା ପାଣିଗ୍ରାହୀ |
ବାପା/ବୋଉ | ଯୋଗେଶ ଚନ୍ଦ୍ର ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୁବାଷ ଚନ୍ଦ୍ର ପାଣିଗ୍ରାହୀ (ଜନ୍ମ: ୧୩ ଅଗଷ୍ଟ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୮ର ଉପ-ନିର୍ବାଚନ ଏବଂ ୨୦୦୦ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁବାଷ ଚନ୍ଦ୍ର ପାଣିଗ୍ରାହୀ ୧୯୫୬ ମସିହାର ଅଗଷ୍ଟ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଯୋଗେଶ ଚନ୍ଦ୍ର ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ପ୍ରଣିତା ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ସୁବାଷ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୩]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୩,୨୮୨ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଠାରୁ ୧୫,୭୯୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୪]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨ ମାର୍ଚ୍ଚ ୧୯୯୮ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଦେବଗଡ଼ | ଭାରତୀୟ ଜନତା ପାର୍ଟି |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଦେବଗଡ଼ | ଭାରତୀୟ ଜନତା ପାର୍ଟି |
୨୦୧୯ | ୨୦୨୪ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଦେବଗଡ଼ | ଭାରତୀୟ ଜନତା ପାର୍ଟି |
ଆଧାର
[ସମ୍ପାଦନା]- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ "Odisha Odisha Results,Odisha Candidate List,Odisha Odisha Results & Live Updates ,Odisha Polling Booths | Lokmat News". Lokmat English (in ଇଂରାଜୀ). Lokmat English. Retrieved 27 September 2020.
- ↑ ୩.୦ ୩.୧ "Shri Subash Chandra Panigrahi". odishaassembly.nic.in. Odisha Assembly. Retrieved 30 September 2020.
- ↑ "General Election to Assembly Constituencies 2024: Deogarh (Odisha)". Election Commission of India. Retrieved 3 July 2024.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Subash Chandra Panigrahi-ସମ୍ପର୍କିତ ମିଡ଼ିଆ