Jump to content

ସୁବାଷ ଚନ୍ଦ୍ର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ସୁବାଷ ଚନ୍ଦ୍ର ପାଣିଗ୍ରାହୀ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀନୀତେଶ ଗଙ୍ଗଦେବ
ପର ଅଧିକାରୀରୋମାଞ୍ଚ ରଞ୍ଜନ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଦେବଗଡ଼
ବିଧାୟକ: ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨ ମାର୍ଚ୍ଚ ୧୯୯୮ – ୨୦୦୪
ପୂର୍ବ ଅଧିକାରୀପ୍ରଦୀପ୍ତ ଗଙ୍ଗଦେବ
ପର ଅଧିକାରୀନୀତେଶ ଗଙ୍ଗଦେବ
ନିର୍ବାଚନ ମଣ୍ଡଳୀଦେବଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-08-13) ୧୩ ଅଗଷ୍ଟ ୧୯୫୬ (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀପ୍ରଣିତା ପାଣିଗ୍ରାହୀ
ବାପା/ବୋଉଯୋଗେଶ ଚନ୍ଦ୍ର ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ସୁବାଷ ଚନ୍ଦ୍ର ପାଣିଗ୍ରାହୀ (ଜନ୍ମ: ୧୩ ଅଗଷ୍ଟ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୮ର ଉପ-ନିର୍ବାଚନ ଏବଂ ୨୦୦୦ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସୁବାଷ ଚନ୍ଦ୍ର ପାଣିଗ୍ରାହୀ ୧୯୫୬ ମସିହାର ଅଗଷ୍ଟ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଯୋଗେଶ ଚନ୍ଦ୍ର ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ପ୍ରଣିତା ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସୁବାଷ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୩,୨୮୨ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଠାରୁ ୧୫,୭୯୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨ ମାର୍ଚ୍ଚ ୧୯୯୮ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଦେବଗଡ଼ ଭାରତୀୟ ଜନତା ପାର୍ଟି
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଦେବଗଡ଼ ଭାରତୀୟ ଜନତା ପାର୍ଟି
୨୦୧୯ ୨୦୨୪ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଦେବଗଡ଼ ଭାରତୀୟ ଜନତା ପାର୍ଟି
  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
  2. "Odisha Odisha Results,Odisha Candidate List,Odisha Odisha Results & Live Updates ,Odisha Polling Booths | Lokmat News". Lokmat English (in ଇଂରାଜୀ). Lokmat English. Retrieved 27 September 2020.
  3. ୩.୦ ୩.୧ "Shri Subash Chandra Panigrahi". odishaassembly.nic.in. Odisha Assembly. Retrieved 30 September 2020.
  4. "General Election to Assembly Constituencies 2024: Deogarh (Odisha)". Election Commission of India. Retrieved 3 July 2024.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Subash Chandra Panigrahi-ସମ୍ପର୍କିତ ମିଡ଼ିଆ