ଶ୍ୱେତା ମଲ୍ଲିକ
ଶ୍ୱେତା ମଲ୍ଲିକ | |
---|---|
ଅନ୍ୟ ନାମ | ମାହେଶ୍ୱରୀ |
ବୃତ୍ତି | ପୂର୍ବତନ (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୫ରୁ - ୨୦୦୩ |
ଶ୍ୱେତା ମଲ୍ଲିକ ଜଣେ ଭାରତୀୟ-ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଓ ଆଲବମ୍ରେ ଅଭିନୟ କରୁଥିଲେ । ସେ ଏକାଧିକ ଓଡ଼ିଆ ଆଲ୍ବମ୍ରେ ଅଭିନୟ କରିବା ସହିତ ସୁନା ପଞ୍ଜୁରୀ, ସୁହାଗ ସିନ୍ଦୂର, ସୁନା ହରିଣୀ, କୃଷ୍ଣା କାବେରୀ, ଧର୍ମ ନିକିତି, ମନ ରହିଗଲା ତୁମରି ଠାରେ, ସାବତ ମାଆ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଶେତା ମଲ୍ଲିକ ପ୍ରଥମେ ଓଡ଼ିଆ ଆଲ୍ବମ୍ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୫ର ଓଡ଼ିଆ କଥାଚିତ୍ର ସୁନା ପଞ୍ଜୁରୀରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ୭ଟି ଓଡ଼ିଆ, ୨ଟି ବଙ୍ଗଳା ଓ ଗୋଟିଏ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ[୧] ଏବଂ ୨୦୦୦ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଛାଡ଼ି ଦେଇଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୫ | ସୁନା ପଞ୍ଜୁରୀ | ପ୍ରଥମ ଓଡ଼ିଆ କଥାଚିତ୍ର | |
୧୯୯୬ | ସୁହାଗ ସିନ୍ଦୂର | ସୀମା | |
୧୯୯୮ | ନିର୍ଭୟ | ଦୂରଦର୍ଶନ ଧାରାବାହିକ | |
୧୯୯୯ | ସୁନା ହରିଣୀ | ସୀମା | |
କୃଷ୍ଣା କାବେରୀ | ମୋନାଲିସା | ||
୧୯୯୯ | ଧର୍ମ ନିକିତି | ଲତା'ର ସାଥି | |
୨୦୦୨ | ମନ ରହିଗଲା ତୁମରି ଠାରେ | ହେମା | |
୨୦୦୩ | ସାବତ ମାଆ |
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଶ୍ୱେତା ମଲ୍ଲିକ ଓଡ଼ିଆ ଆଲ୍ବମ୍ ଜଗତର ଜଣାଶୁଣା ନିର୍ମାତା ସମ୍ରାଟ କ୍ୟାସେଟ୍ର ମାଲିକ ବିଶ୍ୱମ୍ବର ସାବତଙ୍କୁ ବିବାହ କରିଥିଲେ ।[୩] ବିବାହ ପରେ ତାଙ୍କ ପତିଙ୍କ ସହିତ ସେ ସନ୍ୟାସ ଧର୍ମ ଗ୍ରହଣ କରି ନିଜର ନାମ ପରିବର୍ତ୍ତନ କରି ମାହେଶ୍ୱରୀ ରଖିଥିଲେ ।[୪]
ଆଧାର
[ସମ୍ପାଦନା]- ↑ "ଗ୍ଲାମର୍ ଅଭିନେତ୍ରୀ ଶ୍ୱେତା ମଲ୍ଲିକ ଏବେ ମାତା ମାହେଶ୍ୱରୀ". Odisha Reporter. 2019-01-17. Archived from the original on 2021-09-12. Retrieved 2021-09-12.
- ↑ "୨୦୦୦ ମସିହାରେ ମୁଁ ସାରା ସଂସାରର ମା' ବୋଲି ଅନୁଭବ କଲି : ଶ୍ୱେତା ମଲ୍ଲିକ ଓରଫ ମାତା ମାହେଶ୍ୱରୀ | Kanak News". Kanak News. kanaknews.com. 17 January 2019. Archived from the original on 12 September 2021. Retrieved 12 September 2021.
- ↑ "ଶ୍ୱେତା ହେଲେ ମାତା ମାହେଶ୍ୱରୀ । | Kanak News" (in ଆମେରିକୀୟ ଇଂରାଜୀ). 2019-01-17. Archived from the original on 2021-09-12. Retrieved 2021-09-12.
- ↑ Bureau, OdishaLIVE (2019-01-17). "ଅଭିନେତ୍ରୀ ଶ୍ୱେତା ମଲ୍ଲିକ ଏବେ ମାତା 'ମାହେଶ୍ୱରୀ'". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 2021-09-12. Retrieved 2021-09-12.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ୱେତା ମଲ୍ଲିକ