ଜ୍ୟୋତିର୍ମୟୀ ଦାଶ

ଉଇକିପିଡ଼ିଆ‌ରୁ
ଜ୍ୟୋତିର୍ମୟୀ ଦାଶ
Born (1976-07-09) ୯ ଜୁଲାଇ ୧୯୭୬ (ବୟସ ୪୭)
Educationପିଏଚଡ଼ି
Parentବସନ୍ତ କୁମାର ଦାଶ
ପୁଷ୍ପା କୁମାରୀ ମିଶ୍ର
Awardsଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ୨୦୨୦

ଜ୍ୟୋତିର୍ମୟୀ ଦାଶ (ଜନ୍ମ: ୯ ଜୁଲାଇ ୧୯୭୬), ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ବୈଜ୍ଞାନିକ । ରସାୟନ ବିଜ୍ଞାନରେ ଅନୁସନ୍ଧାନ ପାଇଁ ୨୦୨୦ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧] ଏହି ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ ମହିଳା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜ୍ୟୋତିର୍ମୟୀ, ୧୯୭୬ ମସିହା ଜୁଲାଇ ମାସ ୯ତାରିଖ ଦିନ [୨]ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବସନ୍ତ କୁମାର ଦାଶ ଓ ମାତାଙ୍କ ନାମ ପୁଷ୍ପା କୁମାରୀ ମିଶ୍ର । ସେ ଜଗତସିଂହପୁର ଜିଲ୍ଲାର ମାନପୁରସ୍ଥିତ ଯୋଗେନ୍ଦ୍ର ନାଥ ୟୁପି ସ୍କୁଲତରିକୁନ୍ଦ ହାଇସ୍କୁଲରେ ସ୍କୁଲ ଶିକ୍ଷାଲାଭ କରିଥିଲେ । ସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟରୁ ସେ ସ୍ନାତକ ଓ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୩]

ବୃତ୍ତିଗତ ଜୀବନ[ସମ୍ପାଦନା]

୨୦୦୩ ମସିହାରେ ଜ୍ୟୋତିର୍ମୟୀ, ଆଇଆଇଟି କାନପୁରରୁ ସିନ୍ଥେଟିକ ଅର୍ଗାନିକ କେମେଷ୍ଟ୍ରୀରେ ପିଏଚଡ଼ି ହାସଲ କରିଥିଲେ । ୨୦୦୪-୦୬ରେ ସେ ଜର୍ମାନୀର ବର୍ଲିନସ୍ଥିତ ଫ୍ରି ବିଶ୍ୱବିଦ୍ୟାଳୟରୁ ଆଲେକଜାଣ୍ଡର ଭନ ହମଭ୍ଲଟ ଫେଲୋସିପ, ୨୦୦୬-୦୭ରେ ଫ୍ରାନ୍ସରୁ ପୋଷ୍ଟ ଡକ୍ଟରାଲ ଫେଲୋ, ୨୦୦୭-୦୯ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ମେରି କ୍ୟୁରୀ ଫେଲୋସିପ ଓ ୨୦୧୦ରେ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟରୁ ଫେଲୋସିପ ହାସଲ କରିଥିଲେ । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ଆଇଜର କୋଲକାତାରେ ଅଧ୍ୟାପନା କରିଥିଲେ । ୨୦୧୨ରୁ ସେ କଲିକତାର ଆଇ.ଏ.ସି.ଏସ.(ଇଣ୍ଡିଆନ ଆସୋସିଏସନ ଫର ଦ କଲ୍ଟିଭେସନ ଅଫ ସାଇନ୍ସ)ରେ ଅଧ୍ୟାପନା କରୁଛନ୍ତି ।[୪]

ଜ୍ୟୋତିର୍ମୟୀଙ୍କ ମୁଖ୍ୟତଃ ସିନ୍ଥେଟିକ ଅର୍ଗାନିକ କେମିଷ୍ଟ୍ରୀ, ନ୍ୟୁକ୍ଲିକ ଏସିଡ଼, ସୁପ୍ରାମଲେକ୍ୟୁଲାର କେମିଷ୍ଟ୍ରୀରେ କାମ କରନ୍ତି । ସିନ୍ଥେଟିକ ମଲ୍ୟୁକୁଲ ଉପରେ ସେ ମୌଳିକ ଗବେଷଣା କରିଛନ୍ତି । ଏହି ଗବେଷଣା, ନ୍ୟୁକ୍ଲିକ ଏସିଡ଼କୁ ଭଲକରି ବୁଝିବା ଓ କର୍କଟ ଏବଂ ଆଣ୍ଟିଭାଇରାଲ ଚିକିତ୍ସା କ୍ଷେତ୍ରରେ ବିକଳ୍ପ ଚିକିତ୍ସା ସନ୍ଧାନରେ ସହାୟକ ହେବ ବୋଲି ଜ୍ୟୋତିର୍ମୟୀଙ୍କ ମତ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odia chemical scientist gets prestigious award". www.newindianexpress.com. The New Indian Express. Archived from the original on 28 September 2020. Retrieved 28 September 2020.
  2. "Brief Profile of the Awardee". CSIR Human Resource Development Group. Retrieved 30 September 2020.
  3. "ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର". www.sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 28 September 2020. Retrieved 28 September 2020.
  4. "Academic Profile of Jyotirmayee Dash". www.iacs.res.in/. Indian Association for the Cultivation of Science. Archived from the original on 28 September 2020. Retrieved 28 September 2020.
  5. "କରୋନା ବ୍ୟାଧି ବିଜ୍ଞାନଦ୍ୱାରା ପରାଜିତ ହେବ : ଜୋତିର୍ମୟୀ ଦାଶ". No. ରବିବାର ସମ୍ବାଦ ୧୧/୧୦/୨୦୨୦ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡିଆ. Archived from the original on 11 October 2020. Retrieved 11 October 2020.
  6. "Odia Scientist Prof Jyotirmayee Dash Wins Prestigious Shanti Swarup Bhatnagar Prize 2020". www.odishatv.in. Odisha TV. Archived from the original on 28 September 2020. Retrieved 28 September 2020.