ରୁଦ୍ର ପ୍ରତାପ ମହାରଥୀ

ଉଇକିପିଡ଼ିଆ‌ରୁ
(Rudra Pratap Maharathyରୁ ଲେଉଟି ଆସିଛି)
ରୁଦ୍ର ପ୍ରତାପ ମହାରଥୀ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୧ – ଏବେଯାଏଁ
ପୂର୍ବ ଅଧିକାରୀପ୍ରଦୀପ ମହାରଥୀ
ନିର୍ବାଚନ ମଣ୍ଡଳୀପିପିଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1988-06-21) ୨୧ ଜୁନ ୧୯୮୮ (ବୟସ ୩୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଜାଗୃତି ପଣ୍ଡା
ସମ୍ପର୍କଅର୍ଦ୍ଧେନ୍ଧୁ ସାହୁ (ଭିଣୋଇ)[୧]
ବାପା/ବୋଉପ୍ରଦୀପ ମହାରଥୀ (ବାପା‌)
ପ୍ରତିଭା ମିଶ୍ର (ମାଆ)
ବୃତ୍ତିରାଜନୀତିଜ୍ଞ
ୱେବସାଇଟmaharathy.in

ରୁଦ୍ର ପ୍ରତାପ ମହାରଥୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୨୧ ମସିହାରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ରୁଦ୍ର ପ୍ରତାପ ମହାରଥୀଙ୍କ ବାପାଙ୍କ ନାମ ପ୍ରଦୀପ ମହାରଥୀ, ଯିଏକି ଜଣେ ରାଜନେତା ଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ[୨] ଓ ତାଙ୍କ ମାଆଙ୍କ ନାମ ପ୍ରତିଭା ମିଶ୍ର ଏବଂ ତାଙ୍କ ପତ୍ନୀଙ୍କ ନାମ ଜାଗୃତି ପଣ୍ଡା ।

ରାଜନୈତିକ ଜୀବନ[ସମ୍ପାଦନା]

ରୁଦ୍ର ପ୍ରତାପ ମହାରଥୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

୨୦୨୦ ମସିହାରେ ତାଙ୍କ ବାପା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ସେ ବିଧାୟକ ଥିବା ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ଖାଲି ପଡ଼ିଥିଲା, ତେଣୁ ୨୦୨୧ରେ ହୋଇଥବା ଉପ-ନିର୍ବାଚନରେ ରୁଦ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୬,୯୭୨ ଖଣ୍ଡ ଭୋଟ୍ ପାଇଥିଲେ ।[୩] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ଆଧାର[ସମ୍ପାଦନା]

  1. KUMAR, DILIP (27 March 2021). "Prativa Maharathy Unhappy Over Son's Candidature For Pipili Bypoll !". Odisha TV (in ଇଂରାଜୀ). Retrieved 4 October 2021.
  2. "Odisha BJD nominates Rudra Pratap Maharathy as its candidate for PipiliBypolls". Orissa Diary. 26 March 2021. Archived from the original on 26 March 2021. Retrieved 4 October 2021.
  3. "ପିପିଲି ଉପନିର୍ବାଚନ: ବାପା ପ୍ରଦୀପଙ୍କୁ ଟପିଲେ ପୁଅ ରୁଦ୍ର ମହାରଥୀ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 3 October 2021. Archived from the original on 3 October 2021. Retrieved 4 October 2021.{{cite news}}: CS1 maint: unrecognized language (link)
  4. Dash, Chinmayee (3 October 2021). "Pipili bypoll: BJD's Rudra Maharathy emerges victorious". Sambad English (in English). Pipili: sambadenglish.com. Archived from the original on 4 October 2021. Retrieved 4 October 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]