Jump to content

ଆଶ୍ରିତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଆଶ୍ରିତ ପଟ୍ଟନାୟକ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀରୁଦ୍ର ପ୍ରତାପ ମହାରଥୀ
ନିର୍ବାଚନ ମଣ୍ଡଳୀପିପିଲି
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ଆଶ୍ରିତ ପଟ୍ଟନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୧ରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥବା ଉପ-ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୬,୦୫୬ ଖଣ୍ଡ ଭୋଟ୍ ପାଇଥିଲେ ।[୧] ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଠାରୁ ୨୦,୯୧୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୯,୩୧୦ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୧୫,୧୬୨ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. "ପିପିଲି ଉପନିର୍ବାଚନ: ବାପା ପ୍ରଦୀପଙ୍କୁ ଟପିଲେ ପୁଅ ରୁଦ୍ର ମହାରଥୀ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 3 October 2021. Archived from the original on 3 October 2021. Retrieved 4 October 2021.{{cite news}}: CS1 maint: unrecognized language (link)
  2. Dash, Chinmayee (3 October 2021). "Pipili bypoll: BJD's Rudra Maharathy emerges victorious". Sambad English (in English). Pipili: sambadenglish.com. Archived from the original on 4 October 2021. Retrieved 4 October 2021.{{cite news}}: CS1 maint: unrecognized language (link)
  3. "General Election to Assembly Constituencies 2024: Pipili (Odisha)". Election Commission of India. Retrieved 27 June 2024.