ରବି ନାରାୟଣ ପାଣି

ଉଇକିପିଡ଼ିଆ‌ରୁ
(Rabi Narayan Paniରୁ ଲେଉଟି ଆସିଛି)
ରବି ନାରାୟଣ ପାଣି
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀନୃସିଂହ ଚରଣ ସାହୁ
ପର ଅଧିକାରୀମହେଶ ସାହୁ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ସାସଦ: ୯ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୧
ନିର୍ବାଚନ ମଣ୍ଡଳୀଦେଓଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-04-09) ୯ ଅପ୍ରେଲ ୧୯୫୦ (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ, ଜନତା ଦଳ
ଜୀବନ ସାଥୀକିରଣ ସୁନ୍ଦରୀ ପାଣି
ବାପା/ବୋଉସୋମନାଥ ପାଣି (ବାପା)
ବୃତ୍ତିରାଜନୀତିଜ୍ଞ

ରବି ନାରାୟଣ ପାଣି (ଜନ୍ମ: ୯ ଅପ୍ରେଲ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ରବି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଓ ଲୋକ ସଭାର ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଦେଓଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରବି ନାରାୟଣ ପାଣି ୧୯୫୦ ମସିହାର ଅପ୍ରେଲ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୋମନାଥ ପାଣି ଓ ପତ୍ନୀଙ୍କ ନାମ କିରଣ ସୁନ୍ଦରୀ ପାଣି । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରବି ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୯ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Rabi Narayan Pani". odishaassembly.nic.in. Odisha Assembly. Retrieved 24 July 2020.
  2. "ବିଜେପିରେ ମିଶିଲେ ରବି ପାଣି | Sambad". ସମ୍ବାଦ. sambad.in. 9 April 2019. Archived from the original on 24 July 2020. Retrieved 24 July 2020.