ପ୍ରିକର୍ଡ଼ିଆଲ କ୍ୟାଚ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Precordial catch syndromeରୁ ଲେଉଟି ଆସିଛି)
ପ୍ରିକର୍ଡ଼ିଆଲ କ୍ୟାଚ ସିଣ୍ଡ୍ରୋମ (Precordial catch syndrome)
Texidor's twinge[୧]
ପ୍ରଭାବିତ ହେଉଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନ [୧]
ବିଭାଗଶିଶୁରୋଗ ବିଜ୍ଞାନ (Pediatrics), ପାରିବାରିକ ଭେଷଜ ବିଜ୍ଞାନ (family medicine)
ଲକ୍ଷଣଅଳ୍ପ ଜାଗାରେ ଫୋଡ଼ିଲା ଭଳି ତୀକ୍ଷ୍ନ ଯନ୍ତ୍ରଣା [୧]
ଆକ୍ରାନ୍ତ ସମୟହଠାତ[୧]
ଅବଧି୩ ମିନିଟରୁ କମ୍ ସମୟ [୧]
କାରଣଅସ୍ପଷ୍ଟ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଆଞ୍ଜାଇନା (Angina), ପେରିକାର୍ଡ଼ାଇଟିସ, ପ୍ଲୁରିସି, ଛାତି ଆଘାତ[୧]
ଚିକିତ୍ସାଆଶ୍ୱାସନା[୧]
Prognosisଭଲ[୧]
ପୁନଃପୌନିକଅପେକ୍ଷାକୃତ ସାଧାରଣ[୧]

ପ୍ରିକର୍ଡ଼ିଆଲ କ୍ୟାଚ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ precordial catch syndrome ବା PCS) ଏକ ଅଣସାଂଘାତିକ ରୋଗ ଯେଉଁଥିରେ ଛୁରୀ ମାରିଲା ଭଳି ତୀକ୍ଷ୍ନ ଛାତି ଯନ୍ତ୍ରଣା (pains in the chest) ଅନୁଭବ ହୁଏ ।[୧] ସ୍ୱାଭାବିକ ଭାବରେ ଏହା ପ୍ରଶ୍ୱାସରେ ଅଧିକ ହୁଏ ଓ ଛୋଟ ଜାଗାରେ ହୁଏ ।[୧] ଏହା ମାତ୍ର ୩ ମିନିଟ ନିମନ୍ତେ ରହେ ।[୧] ବିଶ୍ରାମ ସମୟରେ ଆରମ୍ଭ ହୁଏ ଓ ଅନ୍ୟ କୌଣସି ଲକ୍ଷଣ ନଥାଏ ।[୧] ଯନ୍ତ୍ରଣା ଯୋଗୁ କେବଳ ଉତ୍କଣ୍ଠା anxiety ହୁଏ ।[୧]

ଏହାର ଅନ୍ତର୍ନିହିତ କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୧] କେତେକଙ୍କ ମତରେ ଏହା ଛାତି କାନ୍ଥରେ ହୁଏ ବା ଇଣ୍ଟରକୋଷ୍ଟାଲ ସ୍ନାୟୁର (intercostal nerve) ଉତ୍ତେଜନା ଯୋଗୁ ହୁଏ ।[୧][୨] ମାନସିକ ଚାପ (psychological stress) ଏହି ରୋଗ ସଙ୍କଟ ସୃଷ୍ଟି କରେ ।[୨] ହୃତ୍‌ପିଣ୍ଡରୁ ଏହା ସୃଷ୍ଟି ହୁଏନାହିଁ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] ଆଞ୍ଜାଇନା (Angina), ପେରିକାର୍ଡ଼ାଇଟିସ, ପ୍ଲୁରିସି, ଛାତି ଆଘାତ ଯୋଗୁ ମଧ୍ୟ ଏହିଭଳି ଯନ୍ତ୍ରଣା ହୋଇପାରେ ।[୧]

ବିନା ଔଷଧରେ ରୋଗୀଙ୍କୁ ଆଶ୍ୱାସନା ଦେଇ ଉପଶମ ହେବା ନିମନ୍ତେ ଅପେକ୍ଷା କରାଯାଏ ।[୧] Outcomes are good.[୧] ସାଧାରଣତଃ ୬-୧୨ ବୟସର ପିଲାଙ୍କୁ ଏହି ପ୍ରିକର୍ଡ଼ିଆଲ କ୍ୟାଚ ସିଣ୍ଡ୍ରୋମ ରୋଗ ହୁଏ ।[୧] ଉଭୟ ପୁଅ ଓ ଝିଅଙ୍କୁ ସମ ଭାବରେ ରୋଗ ହୁଏ । [୧] ଅନ୍ୟ ବୟସରେ ଏହ ଖୁବ୍ କମ୍ ଦେଖାଯାଏ ।[୨] The condition was first described in 1955.[୧]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ ୧.୨୪ Gumbiner CH (January 2003). "Precordial catch syndrome". Southern Medical Journal. 96 (1): 38–41. doi:10.1097/00007611-200301000-00011. PMID 12602711.
  2. ୨.୦ ୨.୧ ୨.୨ McMorran, Jim. "Precordial catch syndrome (PCS)". General Practice Notebook (in ଇଂରାଜୀ). Retrieved 2 January 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ