ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ | |
---|---|
ଜନ୍ମ | |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରେ |
ବୃତ୍ତି(ସମୂହ) | ସାହିତ୍ୟିକା, ଅଧ୍ୟାପିକା[୧] |
ପୁରସ୍କାର | ରାଜଧାନୀ ପୁସ୍ତକ ମେଳା ପୁରସ୍କାର |
ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ଜଣେ ଓଡ଼ିଆ ସାହିତ୍ୟିକା । ସାହିତ୍ୟର ବହୁବିଧା ଯଥା ଉପନ୍ୟାସ, ଗଳ୍ପ, କବିତା ଓ ସମାଲୋଚନାରେ ସେ ଲେଖନୀ ଚାଳନା କରନ୍ତି । ତାଙ୍କର ୧୭ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।
ରଚନାବଳୀ
[ସମ୍ପାଦନା]ପ୍ରଜ୍ଞା ପ୍ରବର୍ତ୍ତିକା ବିଦ୍ୟାଳୟରେ ପାଠ ପଢ଼ିବାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ଦଶମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କ କବିତା ପ୍ରକୃତି ତାଙ୍କ ବିଦ୍ୟାଳୟ ପତ୍ରିକାରେ ପ୍ରକାଶ ପାଇଥିଲା । ମହାବିଦ୍ୟାଳୟରେ ପଢ଼ିବାବେଳେ ତାଙ୍କ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେବା ଆରମ୍ଭ ହୋଇଥିଲା । ଏଯାବତ ତାଙ୍କର ୧୦ଟି ଉପନ୍ୟାସ, ୩ଟି କବିତା ସଂକଳନ, ୨ଟି ଗଳ୍ପ ଓ ୨ଟି ସମାଲୋଚନା ପୁସ୍ତକ ପ୍ରକାଶିତ ହୋଇ ସାରିଛି ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ବହ୍ନିକନ୍ୟା - ୨୦୦୭ (ଶୌର୍ଯ୍ୟ ପ୍ରକାଶନ, କଟକ)
- ନୂଆ ସକାଳ
- ତଥାପି ପୁନଃଶ୍ଚ - ୨୦୧୨ (ଜଗନ୍ନାଥ ରଥ ପ୍ରକାଶନ, କଟକ)[୨]
- ଲେଡି଼ଜ ହଷ୍ଟେଲ
- ନ ପାହୁ ରାତି
- ନିଖୋଜ
- ଶେଷ ଚିଠି
- ପ୍ରତୀଚୀର ସୂର୍ଯ୍ୟ
- ଅପରାଜିତା
- ଅଣ ନାୟକ
- ପ୍ରତିଦ୍ୱନ୍ଦୀ
- ଶବ୍ଦାନ୍ତର
କବିତା
[ସମ୍ପାଦନା]- ତୁମ ପାଇଁ - ୨୦୧୧ (ଜଗନ୍ନାଥ ରଥ ପ୍ରକାଶନ, କଟକ)
- ତୁମ କଥା ମନେ ପଡ଼େ
- ଝଡ଼
ଗଳ୍ପ
[ସମ୍ପାଦନା]- ଦୁଷ୍ଟପରି ଓ ଅନ୍ୟାନ୍ୟ କାହାଣୀ - ୨୦୧୩ (ଜଗନ୍ନାଥ ରଥ ପ୍ରକାଶନ, କଟକ)
- ପାପୁଲିଏ ସ୍ପର୍ଶ
ସମାଲୋଚନା
[ସମ୍ପାଦନା]- ମନୋଜ ଦାସଙ୍କ ଗଳ୍ପରେ କୁହୁକ ବାସ୍ତବତା
- ନବଜନ୍ମର କଥାକାର
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପ୍ରଜ୍ଞା ପ୍ରବର୍ତ୍ତିକା, ୧୯୮୦ ମସିହା ଜୁଲାଇ ୧୫ ତାରିଖରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରଠାରେ ଜନ୍ମଗ୍ରହଣ କରିଥିଲେ । ଢେଙ୍କାନାଳର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବାପରେ ସେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ଯାଜପୁରର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପଢ଼ିଥିଲେ । ତାପରେ ସେ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ୨୦୦୪ ମସିହାରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ମନୋଜ ଦାସଙ୍କ ସାହିତ୍ୟ ଉପରେ ଗବେଷଣା କରି ପିଏଚଡ଼ି ହାସଲ କରିଥିଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜଧାନୀ ପୁସ୍ତକ ମେଳା ପୁରସ୍କାର[୩]
- ଯାଜପୁର ପୁସ୍ତକ ମେଳା ସମ୍ମାନ
- ବ୍ୟାସ ସ୍ୱର୍ଣ୍ଣ ସମ୍ମାନ
- ବ୍ୟାସ ଗୌରବ
- ଅନୁରାଗ ସମ୍ମାନ
- ଗୋକର୍ଣ୍ଣିକା ଲେଖିକା ସମ୍ମାନ
- କଥା ସାଗର ସମ୍ମାନ[୪]
ଆଧାର
[ସମ୍ପାଦନା]- ↑ "shasakprashasak.com/index.php/state/1654-2018-05-18-11-09-57". www.shasakprashasak.com/. shasakprashasak.com. Retrieved 1 September 2021.
- ↑ [www.http://opac.nationallibrary.gov.in/cgi-bin/gw/chameleon "National Library Online Catalogue"]. www.opac.nationallibrary.gov.in. National Library. Retrieved 1 September 2021.
- ↑ "ପ୍ରଥମ ରୋଜଗାରରେ କ୍ୟାରମ୍ ବୋର୍ଡ଼ କିଣିଥିଲି". No. ଧରିତ୍ରୀ ଛୁଟିଦିନ ୨୯ ଅଗଷ୍ଟ ୨୦୨୧ - ୪ ସେପ୍ଟେମ୍ବର ୨୦୨୧. ଧରିତ୍ରୀ. Retrieved 2021-10-01.
- ↑ "ଅଳ୍ପ ଆଳାପ". ସମ୍ବାଦ ୩୦ ଜୁଲାଇ ୨୦୨୨ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 July 2023. Retrieved 31 July 2023.