ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ | |
---|---|
![]() ୨୦୨୩ ମସିହାର ସାଳନ୍ଦୀ ବହିମେଳାରେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ | |
ଜନ୍ମ | |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରେ |
ବୃତ୍ତି(ସମୂହ) | ସାହିତ୍ୟିକା, ଅଧ୍ୟାପିକା[୧] |
ପୁରସ୍କାର | ରାଜଧାନୀ ପୁସ୍ତକ ମେଳା ପୁରସ୍କାର |
ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ଜଣେ ଦ୍ଵିଭାଷୀ ଓଡ଼ିଆ ସାହିତ୍ୟିକା । ସାହିତ୍ୟର ବହୁବିଧା ଯଥା ଉପନ୍ୟାସ, ଗଳ୍ପ, କବିତା, ସ୍ତମ୍ଭ , ଶିଶୁ ସାହିତ୍ୟ, ଅନୁବାଦ ଓ ସମାଲୋଚନାରେ ସେ ଲେଖନୀ ଚାଳନା କରନ୍ତି । ତାଙ୍କର ୩୩ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।
ରଚନାବଳୀ
[ସମ୍ପାଦନା]ପ୍ରଜ୍ଞା ପ୍ରବର୍ତ୍ତିକା ବିଦ୍ୟାଳୟରେ ପାଠ ପଢ଼ିବାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ଦଶମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କ କବିତା ପ୍ରକୃତି ତାଙ୍କ ବିଦ୍ୟାଳୟ ପତ୍ରିକାରେ ପ୍ରକାଶ ପାଇଥିଲା । ମହାବିଦ୍ୟାଳୟରେ ପଢ଼ିବାବେଳେ ତାଙ୍କ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେବା ଆରମ୍ଭ ହୋଇଥିଲା । ଏଯାବତ ତାଙ୍କର ୧୦ଟି ଉପନ୍ୟାସ, ୩ଟି କବିତା ସଂକଳନ, ୨ଟି ଗଳ୍ପ ଓ ୨ଟି ସମାଲୋଚନା ପୁସ୍ତକ ପ୍ରକାଶିତ ହୋଇ ସାରିଛି ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ବହ୍ନିକନ୍ୟା - ୨୦୦୭ (ଶୌର୍ଯ୍ୟ ପ୍ରକାଶନ, କଟକ)
- ନୂଆ ସକାଳ
- ତଥାପି ପୁନଃଶ୍ଚ - ୨୦୧୨ (ଜଗନ୍ନାଥ ରଥ ପ୍ରକାଶନ, କଟକ)[୨]
- ଲେଡି଼ଜ ହଷ୍ଟେଲ
- ନ ପାହୁ ରାତି
- ନିଖୋଜ
- ଶେଷ ଚିଠି
- ପ୍ରତୀଚୀର ସୂର୍ଯ୍ୟ
- ଅପରାଜିତା
- ଅଣ ନାୟକ
- ପ୍ରତିଦ୍ୱନ୍ଦୀ
- ଶବ୍ଦାନ୍ତର
- ମୃଗତୃଷ୍ନା
କବିତା
[ସମ୍ପାଦନା]- ତୁମ ପାଇଁ - ୨୦୧୧ (ଜଗନ୍ନାଥ ରଥ ପ୍ରକାଶନ, କଟକ)
- ତୁମ କଥା ମନେ ପଡ଼େ
- ଝଡ଼
ଗଳ୍ପ
[ସମ୍ପାଦନା]- ଦୁଷ୍ଟପରୀ ଓ ଅନ୍ୟାନ୍ୟ କାହାଣୀ - ୨୦୧୩ (ଜଗନ୍ନାଥ ରଥ ପ୍ରକାଶନ, କଟକ)
- ପାପୁଲିଏ ସ୍ପର୍ଶ
- କାନଭାସ
- ପଳାତକ
ସମାଲୋଚନା
[ସମ୍ପାଦନା]- ମନୋଜ ଦାସଙ୍କ ଗଳ୍ପରେ କୁହୁକ ବାସ୍ତବତା
- ଉତ୍ତର ଆଧୁନିକତା ଓ ନବ ପ୍ରଜନ୍ମର କଥାକାର
- ସମକାଳୀନ କଥା ସାହିତ୍ୟରେ ନାରୀ ସ୍ୱର
- Indian Classical Literature for students of English Literature European Classical Literature for students of English Literature Women's writing British Prose 18th century Indian Writing in English Introduction to Language and Linguistics Introduction to Literary Studies Children's books Pilanka Sri Ganesh Translation - Ashara Malaya from English
- Magical Realism in the Fictional Works of Manoj Das
ଜିଲ୍ଲାର କାମାକ୍ଷାନଗରଠାରେ ଜନ୍ମଗ୍ରହଣ କରିଥିଲେ । ଢେଙ୍କାନାଳର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବାପରେ ସେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ଯାଜପୁରର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପଢ଼ିଥିଲେ । ତାପରେ ସେ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ୨୦୦୪ ମସିହାରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ମନୋଜ ଦାସଙ୍କ ସାହିତ୍ୟ ଉପରେ ଗବେଷଣା କରି ପିଏଚଡ଼ି ହାସଲ କରିଥିଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜଧାନୀ ପୁସ୍ତକ ମେଳା ପୁରସ୍କାର[୩]
- ଯାଜପୁର ପୁସ୍ତକ ମେଳା ସମ୍ମାନ
- ବ୍ୟାସ ସ୍ୱର୍ଣ୍ଣ ସମ୍ମାନ
- ବ୍ୟାସ ଗୌରବ
- ଅନୁରାଗ ସମ୍ମାନ
- ଗୋକର୍ଣ୍ଣିକା ଲେଖିକା ସମ୍ମାନ
- କଥା ସାଗର ସମ୍ମାନ[୪]
ଆଧାର
[ସମ୍ପାଦନା]- ↑ "shasakprashasak.com/index.php/state/1654-2018-05-18-11-09-57". www.shasakprashasak.com/. shasakprashasak.com. Retrieved 1 September 2021.
- ↑ [www.http://opac.nationallibrary.gov.in/cgi-bin/gw/chameleon "National Library Online Catalogue"]. www.opac.nationallibrary.gov.in. National Library. Retrieved 1 September 2021.
- ↑ "ପ୍ରଥମ ରୋଜଗାରରେ କ୍ୟାରମ୍ ବୋର୍ଡ଼ କିଣିଥିଲି". No. ଧରିତ୍ରୀ ଛୁଟିଦିନ ୨୯ ଅଗଷ୍ଟ ୨୦୨୧ - ୪ ସେପ୍ଟେମ୍ବର ୨୦୨୧. ଧରିତ୍ରୀ. Retrieved 2021-10-01.
- ↑ "ଅଳ୍ପ ଆଳାପ". ସମ୍ବାଦ ୩୦ ଜୁଲାଇ ୨୦୨୨ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 July 2023. Retrieved 31 July 2023.
ବାହାର ଆଧାର
[ସମ୍ପାଦନା]