ପଲିସିଷ୍ଟିକ କିଡନୀ ରୋଗ

ଉଇକିପିଡ଼ିଆ‌ରୁ
(Polycystic kidney diseaseରୁ ଲେଉଟି ଆସିଛି)
Polycystic kidney disease
Polycystic kidney syndrome, kidney - polycystic[୧]
Severely affected polycystic kidneys removed at time of transplantation
ବିଭାଗNephrology
ଲକ୍ଷଣFlank pain, blood in the urine, headaches, growth failure[୨][୩]
କାରଣGenetic mutation[୪]
ବିପଦ କାରକFamily history[୪]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, genetic testing[୫][୩]
ସଠିକ ରୋଗ ନିର୍ଣ୍ଣୟMultiple benign simple cysts, medullary sponge kidney, tuberous sclerosis[୬]
ଚିକିତ୍ସାLifestyle changes, blood pressure medication, dialysis, kidney transplant[୪]
PrognosisARPKD 30% risk of early death[୭]
ପୁନଃପୌନିକ1 in 700 (ADPKD), 1 in 20,000 (ARPKD)[୪]

ପଲିସିଷ୍ଟିକ କିଡନୀ ରୋଗ (ଇଂରାଜୀ ଭାଷାରେ Polycystic kidney disease/ PKD/ PCKD) ଏକ ଅନୁବଂଶିକ ରୋଗ ଯାହା ବୃକ୍‌କ ମଧ୍ୟରେ ଅନେକ ସିଷ୍ଟ ସୃଷ୍ଟି କରିଥାଏ ।[୪] ଏହି ରୋଗ ଜନ୍ମ ପୂର୍ବରୁ, ବାଲ୍ୟକାଳରେ କିମ୍ବା ବୟସ୍କ ଅବସ୍ଥାରେ ସୃଷ୍ଟି ହୋଇପାରେ | [୮] ଜନ୍ମ ପୂର୍ବରୁ ସୃଷ୍ଟି ହୋଇଥିଲେ ବିକାଶ ହୁଏ ନାହିଁ କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ | [୩] ଅନ୍ୟଥା ଉଦର ପାର୍ଶ୍ୱ ଯନ୍ତ୍ରଣା, ରକ୍ତମେହ ଏବଂ ମୁଣ୍ଡ ବିନ୍ଧା ଆଦି ଲକ୍ଷଣଗୁଡ଼ିକ ଦେଖାଯାଇପାରେ | [୨] ରୋଗ ଜଟିଳ ହେଲେ ବୃକ୍‌କ ବିଫଳତା, ଉଚ୍ଚ ରକ୍ତଚାପ, ଯକୃତ ସିଷ୍ଟ, ଆଓର୍ଟିକ ଆନିଉରିଜ୍ମ, ଏବଂ ସେରେବ୍ରାଲ ଆନିଉରିଜ୍ମ ହୋଇପାରେ । [୪]

ଜେନେଟିକ ମ୍ୟୁଟେସନ ଫଳରେ ଏହା ଘଟିଥାଏ | [୪] ସାଧାରଣତଃ ଏହା ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସିଥାଏ ଯଦିଓ କ୍ୱଚିତ ଏହା ସ୍ୱତଃସ୍ପୃର୍ତ୍ତ ଭାବରେ ପ୍ରାଥମିକ ବିକାଶ ସମୟରେ ସୃଷ୍ଟି ହୋଇପାରେ | [୪] ଅଣ-କାର୍ଯ୍ୟକ୍ଷମ ଟ୍ୟୁବୁଲ ଭିତରକୁ ତରଳ ପଦାର୍ଥ ପମ୍ପ ହୋଇଗଲେ ଏହି ସିଷ୍ଟ ସୃଷ୍ଟି ହୋଇଥାଏ । [୯] ଦୁଇ ପ୍ରକାର ରୋଗ ଥାଏ ଯଥା:- ଅଟୋସୋମାଲ ଡୋମିନାଣ୍ଟ ଏଡିପିକେଡି (ADPKD) ପଲିସିଷ୍ଟିକ ବୃକ୍‌କ ରୋଗ ଓ ଅଟୋସୋମାଲ ରିସିସିଭ ପଲିସିଷ୍ଟିକ ବୃକ୍‌କ ରୋଗ/ ଏଆରପିକେଡି (ARPKD)/ । [୪] ମେଡିକାଲ ଇମେଜିଙ୍ଗ ବା ଜେନେଟିକ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଏ | [୨] [୩]

ଏହି ରୋଗ ଆରୋଗ୍ୟ ସାଧ୍ୟ ନୁହେଁ | [୨] [୩] ଏହାର ଚିକିତ୍ସାରେ ଜୀବନ ଶୈଳୀରେ ପରିବର୍ତ୍ତନ ଓ ଉଚ୍ଚ ରକ୍ତଚାପ କମ୍ କରିବା ପାଇଁ ଏସିଇ ଇନହିବିଟର ଭଳି ଔଷଧ ଦିଆଯାଏ । [୪] ବୂକ୍‌କ ବିଫଳତା ନିମନ୍ତେ ଡାଏଲିସିସ ବା ବୃକ୍‌କ ପ୍ରତିରୋପଣ କରାଯାଇପାରେ | [୪] ଏଆରପିକେଡି ଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୩୦% ରୋଗୀଙ୍କର ଜୀବନର ପ୍ରଥମ କିଛି ସପ୍ତାହ ମଧ୍ୟରେ ମୃତ୍ୟୁ ହୁଏ | [୩] ଏଡିପିକେଡି ରୋଗୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ରୋଗୀଙ୍କର ୭୦ ବର୍ଷ ବୟସ ସୁଦ୍ଧା ବୃକକ୍ ବିଫଳତା ସୃଷ୍ଟି ହୋଇଥାଏ ।[୨]

ଯୁକ୍ତରାଷ୍ଟ୍ରର ପ୍ରାୟ ଅଧ ନିୟୁତ ଲୋକଙ୍କୁ ପିକେଡି ପ୍ରଭାବିତ କରିଥାଏ | [୪] ଏଡିପିକେଡି ରୋଗ ପ୍ରାୟ ୭୦୦ ଲୋକଙ୍କ ମଧ୍ୟରୁ ଜଣକୁ ପ୍ରଭାବିତ କରିଥାଏ ଏବଂ ଏଆରପିକେଡି ପ୍ରାୟ ୨୦,୦୦୦ ପିଲାଙ୍କ ମଧ୍ୟରୁ ଜଣକ ଉପରେ ପ୍ରଭାବ ପକାଇଥାଏ | [୪] ପୁରୁଷ ଏବଂ ମହିଳା ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି [୪] ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଏହି ଅବସ୍ଥା ପ୍ରଥମେ ବର୍ଣ୍ଣନା କରାଯାଇଥିଲା | [୧୦]

ଆଧାର[ସମ୍ପାଦନା]

  1. "Polycystic kidney disease". MedlinePlus Medical Encyclopedia. Retrieved 2015-07-30.
  2. ୨.୦ ୨.୧ ୨.୨ ୨.୩ ୨.୪ ଆଧାର ଭୁଲ: ଅଚଳ <ref> ଚିହ୍ନ; NIH2021AD ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; NIH2021AR ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ "What Is Polycystic Kidney Disease? | NIDDK". National Institute of Diabetes and Digestive and Kidney Diseases. Retrieved 23 January 2021.
  5. "Autosomal Dominant Polycystic Kidney Disease | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  6. Akbar, S; Bokhari, SRA (January 2020). "Polycystic Kidney Disease". PMID 30422529. {{cite journal}}: Cite journal requires |journal= (help)
  7. "Autosomal Recessive Polycystic Kidney Disease | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  8. Cramer MT, Guay-Woodford LM (2015). "Cystic kidney disease: a primer". Adv Chronic Kidney Dis. 22 (4): 297–305. doi:10.1053/j.ackd.2015.04.001. PMID 26088074.
  9. Subramanian, S; Ahmad, T (January 2020). "Polycystic Kidney Disease Of Childhood". PMID 30725822. {{cite journal}}: Cite journal requires |journal= (help)
  10. Kenny, Thomas D.; Beales, Philip L. (2013). Ciliopathies: A reference for clinicians (in ଇଂରାଜୀ). OUP Oxford. p. PT249. ISBN 978-0-19-163337-9.