ସେରେବ୍ରାଲ ଆନିଉରିଜ୍ମ

ଉଇକିପିଡ଼ିଆ‌ରୁ
Intracranial aneurysm, brain aneurism, brain aneurysm, cerebral aneurism
Aneurysm of the basilar artery and the vertebral arteries.
ବିଭାଗInterventional radiology, neurosurgery
ଲକ୍ଷଣNone, numbness, pain, inability to move one side of face[୧]
ଆକ୍ରାନ୍ତ ସମୟ30–60 years old[୨]
ବିପଦ କାରକHigh blood pressure, smoking, alcohol misuse, cocaine, head trauma,infectious endocarditis, family history[୩]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୩]
ସଠିକ ରୋଗ ନିର୍ଣ୍ଣୟArteriovenous malformations, vertebral artery dissection, stroke[୩]
ଚିକିତ୍ସାMonitoring for growth, endovascular coiling, surgical clipping[୩][୨]
ପୁନଃପୌନିକ3%[୩]
ମୃତ୍ୟୁ ସାନ୍ଦ୍ରତା0.5% of all deaths[୩]

ସେରେବ୍ରାଲ ଆନିଉରିଜିମ ଏକ ରୋଗ ଯେଉଁଥିରେ ମସ୍ତିଷ୍କରେ ଥିବା କୌଣସି ଏକ ରକ୍ତନଳୀ ସ୍ଥାନୀୟ ଭାବରେ ବେଲୁନ ଭଳି ଫୁଲିଯାଏ । [୩] [୪] ଅଧିକାଂଶ କ୍ଷେତ୍ରରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ | [୩] ବେଳେବେଳେ ମୁହଁକୁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାଇବାରେ ଅସୁବିଧା ହୁଏ, ଯନ୍ତ୍ରଣା କିମ୍ବା କାଲୁଆ ଲାଗିପାରେ | [୪] ରୋଗ ଜଟିଳ ହେଲେ ସାବାରାକନଏଡ ହେମୋରେଜ ହୋଇପାରେ, ଯାହା ଯାହା ଯୋଗୁ ହଠାତ୍ ପ୍ରବଳ ମୁଣ୍ଡବିନ୍ଧାଆରମ୍ଭ ହୋଇଥାଏ | [୩]

ଏହାର ସଙ୍କଟ କାରକ ଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମପାନ, ଦୂଷିତ ମଦ୍ୟପାନ, କୋକେନ, ମୁଣ୍ଡରେ ଆଘାତ, ଇନଫେକ୍ଟିଭ ଏଣ୍ଡୋକାର୍ଡ଼ିଆଟିସ ବା ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍ ଏବଂ ପାରିବାରକ ଇତିହାସ ଉଲ୍ଲେଖନୀୟ | [୩] ଅନେକ ଗୁଡ଼ିଏ ଜେନେଟିକ୍ ଅବସ୍ଥା ଯେପରିକି ଅଟୋସୋମାଲ ଡୋମିନାଣ୍ଟ ପଲିସିସ୍ଟିକ ବୃକ୍‌କ ରୋଗ ଏବଂ ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ ଥିଲେ ଅଧିକ ସଙ୍କଟ ରହେ | [୩] ଏହି ରୋଗର ବିଭିନ୍ନ ପ୍ରକାର ଥାଏ ଯଥା: ସାକୁଲାର୍, ଫ୍ୟୁଜିଫର୍ମ ଏବଂ ସଂକ୍ରାମକ | [୩] ସାଧାରଣତଃ ମେଡିକାଲ ଇମେଜିଙ୍ଗ କରି ଏହି ରୋଗ ନିର୍ଣ୍ଣୟ କରାଯାଏ | [୩]

ରୋଗର ସ୍ଥାନୀୟ ଆକାର, ଅବସ୍ଥାନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଚିକିତ୍ସା ନିର୍ଭର କରେ | [୩] ଆନିଉରିଜିମ ୭ ମିଲିମିଟରରୁ ଅଧିକ ହୋଇଥିଲେ ସାଧାରଣତଃ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ | [୩] ଛୋଟ ଆନିଉରିଜିମ ରୋଗର ଚିକିତ୍ସା ଅସ୍ପଷ୍ଟ ଏବଂ ଏହା ବୃଦ୍ଧିକୁ ନିରୀକ୍ଷଣ କରାଯାଇପାରେ | [୩] [୨] ଏଣ୍ଡୋଭାସ୍କୁଲାର କଏଲିଙ୍ଗ ବା ସର୍ଜିକାଲ କ୍ଲିପିଙ୍ଗ କରି ଏହାର ଚିକିତ୍ସା କରାଯାଇପାରିବ | [୩]

ପ୍ରାୟ ୩% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | [୩] ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ସମାନ ଭାବରେ ଏହି ରୋଗ ହୁଏ | [୩] ସେଗୁଡ଼ିକ ସାଧାରଣତଃ ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ | [୨] ସମସ୍ତ ମୃତ୍ୟୁର କାରଣ ମଧ୍ୟରୁ ପ୍ରାୟ ୦.୫% ଏହି ରୋଗ କାରଣରୁ ହୁଏ । [୩] ଆନିଉରିଜମ ଫାଟିବାର ତିନି ମାସ ମଧ୍ୟରେ ମୃତ୍ୟୁ ହେବା ଆଶଙ୍କା ପ୍ରାୟ ୫୦ % ଅଟେ । [୩] ଏହି ରୋଗର ପ୍ରଥମ ବର୍ଣ୍ଣନା ପ୍ରଥମେ ୧୭୬୫ ମସିହାରେ କରାଯାଇଥିଲା [୫]  

ଆଧାର[ସମ୍ପାଦନା]

  1. "Cerebral Aneurysms Information Page | National Institute of Neurological Disorders and Stroke". NINDS. 24 October 2020. Archived from the original on 24 October 2020. Retrieved 7 December 2020.{{cite web}}: CS1 maint: bot: original URL status unknown (link)
  2. ୨.୦ ୨.୧ ୨.୨ ୨.୩ "Cerebral Aneurysms Fact Sheet | National Institute of Neurological Disorders and Stroke". NINDS. 28 November 2020. Archived from the original on 28 November 2020. Retrieved 7 December 2020.{{cite web}}: CS1 maint: bot: original URL status unknown (link)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ Jersey, AM; Foster, DM (January 2020). "Cerebral Aneurysm". PMID 29939679. {{cite journal}}: Cite journal requires |journal= (help)
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; NIH2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Smith, Robert R.; Zubkov, Yuri N.; Tarassoli, Yahgoub. Cerebral Aneurysms: Microvascular and Endovascular Management (in ଇଂରାଜୀ). Springer Science & Business Media. p. PT12. ISBN 978-1-4613-9532-4.