ମେଡୁଲାରୀ ସ୍ପଞ୍ଜ ବୃକ୍‌କ

ଉଇକିପିଡ଼ିଆ‌ରୁ
(Medullary sponge kidneyରୁ ଲେଉଟି ଆସିଛି)
Medullary sponge kidney
Cacchi–Ricci disease, precalyceal canalicular ectasia[୧]
Medullary sponge as seen on an intravenous pyelogram
ବିଭାଗUrology
ଲକ୍ଷଣBurning with urination, blood in the urine, flank pain[୨]
ଆକ୍ରାନ୍ତ ସମୟPresent at birth[୨]
କାରଣUnclear[୨]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୨]
ଚିକିତ୍ସାManaging UTIs and kidney stones[୨]
ପୁନଃପୌନିକ1 in 5,000 people[୨]

ମେଡୁଲାରୀ ସ୍ପଞ୍ଜ ବୃକ୍‌କ ହେଉଛି ଏକ ଆଜନ୍ମ ତୃଟି ଯାହା ବୃକ୍‌କ ଭିତର ଅଂଶରେ ଛୋଟ ସିଷ୍ଟ ରହିଥାଏ ।[୨] ଲକ୍ଷଣ ସାଧାରଣତଃ ବିଳମ୍ବିତ ପିଲାଦିନ କିମ୍ବା ପ୍ରାଥମିକ ବୟସ୍କ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ।[୨] ଏହାର ଲକ୍ଷଣ ମୂତ୍ରାଶୟ ସଂକ୍ରମଣ (UTI), ପରିସ୍ରା କଲା ବେଳେ ଜ୍ୱାଳା କିମ୍ବା ବୃକ୍‌କ ପଥର ରୋଗ ଯୋଗୁ ଅଣ୍ଟା ଯନ୍ତ୍ରଣା ଏବଂ ପରିସ୍ରାରେ ରକ୍ତ ପଡ଼ିପାରେ | [୨] ବୃକ୍‌କ ବିଫଳତା ବିରଳ ଅଟେ ।[୨]

ଏହାର କାରଣ ଅସ୍ପଷ୍ଟ ରହିଛି। ।[୨] ଅଧିକାଂଶ ମାମଲା ପିତାମାତାଙ୍କଠାରୁ ଉତ୍ତରାଧିକାର ସୁତ୍ରରେ ଆଣିଥିବା ପରି ଦେଖାଯାଏ ନାହିଁ ।[୨] ଅନ୍ତର୍ନିହିତ ପ୍ରଣାଳୀରେ ବୃକ୍‌କ ପିରାମିଡରେ ସଂଗ୍ରହକାରୀ ନଳୀ ଏବଂ ଟୁବ୍ୟୁଲଗୁଡ଼ିକର ବିସ୍ତାର ହୋଇଥାଏ ।[୩] ଗୋଟିଏ କିମ୍ବା ଉଭୟ କିଡନୀ ଜଡ଼ିତ ହୋଇପାରେ।[୨] ଡାକ୍ତରୀ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୋଇପାର।| [୨]

ଏହି ରୋଗର କୌଣସି ଉପଶମ ନାହିଁ। ।[୨] ଚିକିତ୍ସାରେ ମୂତ୍ରାଶୟ ସଂକ୍ରମଣ ଏବଂ ବୃକ୍‌କ ପଥରର ଯଥା ମାନ୍ୟ ଚିକିତ୍ସା କରାଯାଏ ।[୨] ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘକାଳୀନ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଇପାରେ ।[୨] ପୋଟାସିୟମ୍ ସାଇଟ୍ରେଟ୍ କିମ୍ବା ହାଇଡ୍ରୋକ୍ଲୋରୋଥିଆଜାଇଡ ଦେଇ ବୃକ୍‌କ ପଥର ବାରମ୍ବାର ହେବା ହ୍ରାସ ହୋଇପାରେ ।[୨] ପ୍ରଚୁର ତରଳ ପଦାର୍ଥ ପିଇବାଦ୍ୱାରା ମଧ୍ୟ ସାହାଯ୍ୟ ହୋଇପାରେ ।[୨]

ପ୍ରାୟ ୫,୦୦୦ ଲୋକରେ ଜଣେ ଏହି ରୋଗରେ ପ୍ରଭାବିତ ହେଉଛନ୍ତି। ।[୨] କ୍ୟାଲସିୟମ ଆଧାରିତ ବୃକ୍‌କ ପଥର ବିକଶିତ କରୁଥିବା ୨୦% ଲୋକଙ୍କର ଏହି ରୋଗ ଅବସ୍ଥା ହେବା ସମ୍ଭାବନା ଅଛି ।[୨] ମହିଳାମାନେ ସାଧାରଣତଃ ପୁରୁଷଙ୍କ ଅପେକ୍ଷା ଅଧିକ ଗୁରୁତର ଭାବରେ ପ୍ରଭାବିତ ହୁଅନ୍ତି ।[୨] ଏହାକୁ ପ୍ରଥମେ ୧୯୦୮ ମସିହାରେ ବେଟିଜକେ ବର୍ଣ୍ଣନା କରିଥିଲେ। ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Wein, Alan J.; Kavoussi, Louis R.; Novick, Andrew C.; Partin, Alan W.; Peters, Craig A. (2011). Campbell-Walsh Urology (in ଇଂରାଜୀ). Elsevier Health Sciences. p. 34. ISBN 978-1-4557-2298-3. Archived from the original on 2021-05-17. Retrieved 2021-01-24.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ "Medullary Sponge Kidney | NIDDK". National Institute of Diabetes and Digestive and Kidney Diseases. Archived from the original on 9 January 2021. Retrieved 24 January 2021.
  3. Gardner, K. D.; Bernstein, J. (2012). The Cystic Kidney (in ଇଂରାଜୀ). Springer Science & Business Media. p. 378. ISBN 978-94-009-0457-6. Archived from the original on 2021-05-17. Retrieved 2021-01-24.