ରକ୍ତମେହ

ଉଇକିପିଡ଼ିଆ‌ରୁ
Hematuria
Haematuria, erythrocyturia,[୧] blood in the urine
Visible hematuria
ବିଭାଗNephrology, urology
କାରଣGlomerular: Nephrotic syndrome, membranoproliferative glomerulonephritis, IgA nephropathy, Alport syndrome[୨]
Non glomerular: Urinary tract infections, prostatitis, fever, cancer, kidney stones, exercise, and bleeding problems.[୨]
ରୋଗ ନିର୍ଣ୍ଣୟ ପଦ୍ଧତିUrinalysis, urine microscopy, medical imaging, cystoscopy, kidney biopsy[୨]
ସଠିକ ରୋଗ ନିର୍ଣ୍ଣୟVaginal bleeding, gastrointestinal bleeding, certain medication or foods[୩]
ଚିକିତ୍ସାDepends on cause[୨]
ପୁନଃପୌନିକCommon[୨]

ରକ୍ତମେହ ବା ହେମାଚୁରିଆ (ଇଂରାଜୀ ଭାଷାରେ hematuria) ରୋଗରେ ମୂତ୍ରରେ ରକ୍ତ ଥାଏ, ବିଶେଷ ଭାବରେ ଲାଲ ରକ୍ତ କଣିକାର ଉପସ୍ଥିତି ଲକ୍ଷ କରାଯାଏ | [୨] ଯନ୍ତ୍ରଣା ଉପସ୍ଥିତ ଥାଇପାରେ କିମ୍ବା ନ ଥାଇପାରେ | [୨] ମୂତ୍ରରେ ରକ୍ତ ଜମାଟ ମଧ୍ୟ ହୋଇପାରେ। [୨]

ବୃକ୍‌କର ଗ୍ଲୋମେରୁଲସ୍ ଜଡ଼ିତ ହେବା ଉପରେ ଏହାର କାରଣଗୁଡିକ ବିଭକ୍ତ କରାଯାଏ | [୨] ଯେଉଁମାନେ ଗ୍ଲୋମେରୁଲସ୍ ସହିତ ଜଡ଼ିତ ଥିବା ରୋଗ ଗୁଡ଼ିକ: ନେଫ୍ରୋଟିକ୍ ସିଣ୍ଡ୍ରୋମ, ମେମ୍ବ୍ରାନୋପ୍ରୋଲିଫରେଟିଭ୍ ଗ୍ଲୋମେରୁଲୋନେଫ୍ରାଇଟିସ୍, ଆଲପୋର୍ଟ ସିଣ୍ଡ୍ରୋମ ଏବଂ ଆଇଜିଏ ନେଫ୍ରୋପାଥି ଅନ୍ତର୍ଭୁକ୍ତ । [୨] ଗ୍ଲୋମେରୁଲସ୍ ସହିତ ଜଡ଼ିତ ନଥିବା କାରଣଗୁଡ଼ିକ ମଧ୍ୟରେ ମୂତ୍ରନଳୀ ସଂକ୍ରମଣ, ପ୍ରୋଷ୍ଟାଟାଇଟିସ୍, ଜ୍ୱର, କର୍କଟ, ବୃକ୍‌କ ପଥର, ବ୍ୟାୟାମ ଏବଂ ରକ୍ତସ୍ରାବ ସମସ୍ୟା ଅନ୍ତର୍ଭୁକ୍ତ। [୨] ଯୋନୀ ରକ୍ତସ୍ରାବ, ଖାଦ୍ୟନଳୀ ରକ୍ତସ୍ରାବ, ଏବଂ କିଛି ଔଷଧ କିମ୍ବା ପରିସ୍ରାକୁ ଲାଲ କରିଦେଉଥିବା ଖାଦ୍ୟ ଯୋଗୁ ମୂତ୍ର ଲାଲ ଦେଖାଯାଏ କିନ୍ତୁ ସେଥିରେ ରକ୍ତ ମିଶ୍ରିତ ହୋଇନଥାଏ | [୩]

ପରିସ୍ରା ଅନୁଶୀଳନ କରି ରୋଗ ନିର୍ଣ୍ଣୟ ସାଧାରଣତଃ କରାଯାଏ ଓ ଅଣୁବୀକ୍ଷଣ ଯନ୍ତ ସାହାଯ୍ୟରେ ମୂତ୍ର ପରୀକ୍ଷା କରି ସମର୍ଥନ କରାଯାଏ | [୨] ମୂତ୍ରରେ ପ୍ରୋଟିନ କିମ୍ବା ଲାଲ ରକ୍ତ କଣିକାର ଉପସ୍ଥିତି ଯୋଗୁ ଗ୍ଲୋମେରୁଲାର ଜଡ଼ିତ ଥିବା ସୂଚାଇପାରେ | [୨] ବୃକ୍‌କ ପଥର, ସିଷ୍ଟ କିମ୍ବା ଗୋଟାଳି ଉପସ୍ଥିତି ପାଇଁ ମେଡିକାଲ୍ ଇମେଜିଙ୍ଗ୍ ଉପଯୋଗୀ ହୋଇପାରେ | [୨] ସିସ୍ଟୋସ୍କୋପି (Cystoscopy) ସାହାଯ୍ୟରେ ମୂତ୍ରାଶୟ କର୍କଟ ରୋଗ ଚିହ୍ନଟ ଉପଯୋଗୀ ହୋଇପାରେ । [୨] ଗ୍ଲୋମେରୁଲାର କାରଣ ଥିବା ବ୍ୟକ୍ତିଙ୍କ ପାଇଁ ବୃକ୍‌କ ବାୟୋପ୍ସି ଉପଯୋଗୀ ହୋଇପାରେ। [୨]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୨] ଅନ୍ୟ କୌଣସି ଲକ୍ଷଣ ନଥାଇ ପରିସ୍ରାରେ ରକ୍ତ ଯଦି ଆସେ ଏବଂ ଯାଏ ଏବଂ କୌଣସି ଲକ୍ଷଣ ନଥାଏ, ତେବେ ସାଧାରଣ ପରୀକ୍ଷା କରି ତାହାର ଅନୁଶୀଳନ କରିବା ଯଥେଷ୍ଟ ହୁଏ । [୨] ଗୁରୁତ୍ୱପୂର୍ଣ୍ଣ ରକ୍ତସ୍ରାବ ହେଉଥିଲେ ଇଣ୍ଟରଭେନସନାଲ ରେଡିଓଲୋଜି ସାହାଯ୍ୟ ନିଆଯାଏ | [୨] ମୂତ୍ରରେ ରକ୍ତ ପଡ଼ିବା ଏକ ସାଧାରଣ କାରଣ ଯାହା ନିମନ୍ତେ ଲୋକମାନେ ସ୍ୱାସ୍ଥ୍ୟସେବା ଚାହାଁନ୍ତି। [୨]

ଆଧାର[ସମ୍ପାଦନା]

  1. Dorland's illustrated medical dictionary. Dorland, W. A. Newman (William Alexander Newman), 1864-1956. (32nd ed.). Philadelphia, PA: Saunders/Elsevier. 2012. p. 645. ISBN 978-1-4160-6257-8. OCLC 706780870.{{cite book}}: CS1 maint: others (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Saleem, MO; Hamawy, K (January 2020). "Hematuria". PMID 30480952. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Blood in urine". nhs.uk (in ଇଂରାଜୀ). 8 December 2017. Retrieved 18 October 2020.