ପାରମିତା ଷଡ଼ଙ୍ଗୀ
ପାରମିତା ଷଡ଼ଙ୍ଗୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୪ ଅପ୍ରେଲ ୧୯୭୨ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପାରମିତା ଷଡ଼ଙ୍ଗୀ ( ଜନ୍ମ : ୧୪ ଅପ୍ରେଲ ୧୯୭୨ ) ଜଣେ କବି ଓ ଅନୁବାଦିକା ।[୧][୨] ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଲେଖନ୍ତି । ତାଙ୍କର ୧୨ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପାରମିତା, ୧୯୭୨ ମସିହାରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଂଶୀଧର ଷଡ଼ଙ୍ଗୀ ଓ ମାତାଙ୍କ ନାମ କବିତା ଷଡ଼ଙ୍ଗୀ । ପାରମିତା ନିମାପଡ଼ାର ଜନତା ସ୍କୁଲ, ଓ.ଜେ.ବି.ଆର୍. ବାଳିକା ବିଦ୍ୟାଳୟ, ନିମାପଡ଼ା କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ତାଙ୍କ ପିତା ଜଣେ ସାହିତ୍ୟିକ ଓ ବୃତ୍ତିରେ ଶିକ୍ଷାବିତ ଥିଲେ । ପିଲାଦିନରୁ ପାରମିତା ସାହିତ୍ୟାନୁରାଗୀ ଥିଲେ । ୭ମ/୮ମରେ ପଢ଼ିଲାବେଳେ ପାରମିତା ଲେଖିଥିବା ଗୋଟିଏ ଗପ ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା । କଲେଜ ସମୟରେ ଅନେକ କବିତା ଲେଖିଥିଲେ ମଧ୍ୟ ସେସବୁ ପ୍ରକାଶିତ କରିନଥିଲେ । ୧୯୯୬ ମସିହାରେ ବିବାହ ପରେ ତାଙ୍କୁ ମୁମ୍ବାଇ ଯିବାକୁ ପଡ଼ିଥିଲା ଓ ସାହିତ୍ୟ ସର୍ଜନାରେ କିଛି ବର୍ଷର ବିରତି ପଡ଼ିଥିଲା ।
ସାନ ଭଉଣୀ, ସାହିତ୍ୟିକା ଇପ୍ସିତା ଷଡ଼ଙ୍ଗୀ ତାଙ୍କୁ ପୁଣି ଲେଖିବା ପାଇଁ ପ୍ରବର୍ତ୍ତାଇ ଥିଲେ । ୨୦୧୫ ମସିହାରୁ ପାରମିତା ପୁଣି ଲେଖିବା ଆରମ୍ଭ କରିଥିଲେ ଓ ଅନବରତ ମୌଳିକ ରଚନା ଏବଂ ଅନୁବାଦ ଲେଖିଥିଲେ ।
ରଚନାବଳୀ
[ସମ୍ପାଦନା]ଇଜ୍ୟା ନାମରେ ତାଙ୍କର ଏକ ଲୋକପ୍ରିୟ କବିତା ସଂକଳନ ଅଛି । ଏଥିପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ଏହି ସଂକଳନଟି ଗୁଜରାଟି ଓ ମରାଠି ଭାଷାକୁ ଅନୁବାଦିତ ହୋଇଛି ।
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ଇଜ୍ୟା - ୨୦୧୧
- ସମ୍ପର୍କର ପାହଚରୁ ଓହ୍ଲାଇଲା ପରେ
- ମୁଁ ନ ଥିଲା ବେଳେ
- ଅନ୍ତରାଳେ
- ବିରୋଧାଭାସ
- ଅଭିଧା
କବିତା
[ସମ୍ପାଦନା]- ଚାଲ କିଛି ଆଙ୍କିବା
- ଏବେ ତୁମେ ନାହଁ
- ଇଜ୍ୟା (ହିନ୍ଦୀ କବିତା ସଙ୍କଳନ)
ଅନୁବାଦ
[ସମ୍ପାଦନା]- ଜବାହର ଟନେଲ
- ସୂତ୍ରଧାର
- କବିତାର ଋତୁ[୩]
ଆଧାର
[ସମ୍ପାଦନା]- ↑ Bureau, Sambad (23 May 2023). "ପ୍ରବାସୀଙ୍କୁ ଯୋଡ଼ିଲେ ଭାଷା ଓ ସାହିତ୍ୟ ବିସ୍ତାରିତ ହେବ: ସୌମ୍ୟ". Sambad. Retrieved 13 March 2024.
- ↑ "'ଭାରତୀୟ ସଂସ୍କୃତିର ମୃତ୍ୟୁ ନାହିଁ'". Samaja Live. 23 June 2022. Retrieved 13 March 2024.
- ↑ Pattnaik, Sagarika (10 March 2024). "ଇଜ୍ୟା ପାଇଁ ପରିଚିତା ପାରମିତା". Dharitri Odia News. Retrieved 13 March 2024.