ନୀଳାମ୍ବର ଦାସ

ଉଇକିପିଡ଼ିଆ‌ରୁ
(Nilambar Dasରୁ ଲେଉଟି ଆସିଛି)
ନୀଳାମ୍ବର ଦାସ
ବିଧାୟକ: ୧ମ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ
ନିର୍ବାଚନ ମଣ୍ଡଳୀନୀଳଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1903-02-13)୧୩ ଫେବୃଆରୀ ୧୯୦୩
ମୃତ୍ୟୁ୨୬ ଅଗଷ୍ଟ ୧୯୮୭(1987-08-26) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୃଷ୍ଣପ୍ରିୟା ଦେବୀ
ସନ୍ତାନ୪ ପୁଅ
ବାପା/ବୋଉରାମ ପ୍ରସାଦ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ନୀଳାମ୍ବର ଦାସ (୧୩ ଫେବୃଆରୀ ୧୯୦୩ - ୨୬ ଅଗଷ୍ଟ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାର ପ୍ରଥମ ବିଧାନ ସଭା ନିର୍ବାଚନରେ ଏବଂ ୧୯୫୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୨ୟକୁ ନିର୍ବାଚିତ ହୋଇଥିଲେ ।[୧]


ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ନୀଳାମ୍ବର ଦାସ ୧୯୦୩ ମସିହାର ଫେବୃଆରୀ ମାସ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମ ପ୍ରସାଦ ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ୍ ଥିଲା । ସେ କୃଷ୍ଣପ୍ରିୟା ଦେବୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୪ଜଣ ପୁଅ ଅଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ନୀଳାମ୍ବର ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ପାଠପଢ଼ା ଛାଡ଼ି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗଦାନ କରିଥିଲେ । ୧୯୧୯ ସତ୍ୟାଗ୍ରହରେ ସେ ଧରାପଡ଼ିଥିଲେ ଏବଂ ୬ ବର୍ଷରୁ ଅଧିକ ସମୟ ବନ୍ଦୀ ହୋଇ ରହିଥିଲେ । ଏହାପରେ ସେ ଗୋଟେ ବର୍ଷ ନିରୁଦ୍ଦିଷ୍ଟ ଭାବରେ ଜୀବନ ଯାପନ କରି ସତ୍ୟାଗ୍ରହ ଜାରି ରଖିଥିଲେ, ଫଳରେ ଇଂରେଜ ସରକାର ତାଙ୍କର ଜୀବିତ ଶରୀର ଉପରେ ୧୦,୦୦୦ ଟଙ୍କାର ଇନାମ୍ ରଖିଥିଲେ ।

ମାତ୍ର ପରବର୍ତ୍ତୀ ସମୟରେ ସେ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କର ପଥକୁ ଅନୁସରଣ କରି ଓଡ଼ିଶାରେ ଲବଣ ସତ୍ୟାଗ୍ରହରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଭାରତ ସ୍ୱାଧୀନ ହୋଇ ନୂତନ ସମ୍ବିଧାନ ପ୍ରଣୟନ ହେବାପରେ ନୀଳାମ୍ବର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷହେବାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୫୭ ସେ ପୁଣିଥରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ[ସମ୍ପାଦନା]

ନୀଳାମ୍ବର ୧୯୮୭ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Late Nilambar Das". odishaassembly.nic.in. Odisha Assembly. Retrieved 29 May 2019.