ଏନ୍. ୱ।ଇ. ହନୁମନ୍ଥାପା
Justice ଏନ୍. ୱ।ଇ. ହନୁମନ୍ଥାପା | |
---|---|
Member of parliament of ୧୪ଶ ଲୋକ ସଭା | |
କାର୍ଯ୍ୟକାଳ 2004-2009 | |
ପୂର୍ବ ଅଧିକାରୀ | Shashi Kumar |
ପର ଅଧିକାରୀ | Janardhana Swamy |
ନିର୍ବାଚନ ମଣ୍ଡଳୀ | Chitradurga |
18th Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 17 February 2001 – 24 September 2001 | |
ପୂର୍ବ ଅଧିକାରୀ | ବିଶ୍ୱନାଥ ଅଗ୍ରୱାଲା |
ପର ଅଧିକାରୀ | ପି. କେ. ବାଲାସୁବ୍ରମଣ୍ୟନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Chitradurga, କର୍ଣ୍ଣାଟକ, ଭାରତ | ୨୫ ସେପ୍ଟେମ୍ବର ୧୯୩୯
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | N.Y. Adilakshmi |
ସନ୍ତାନ | 3 sons |
ସମ୍ପର୍କୀୟ | N. Y. Gopalakrishna (brother)[୧] |
ଘର | ବେଙ୍ଗାଳୁରୁ |
25 September, 2006 ସୁଦ୍ଧା ଆଧାର: [୧] |
ଏନ୍. ୱ।ଇ. ହନୁମନ୍ଥାପା (ଜନ୍ମ ୨୫ ସେପ୍ଟେମ୍ବର ୧୯୩୯) ଭାରତର ୧୪ମ ଲୋକସଭାର ସଦସ୍ୟ ଥିଲେ ।[୨] ସେ କର୍ଣ୍ଣାଟକର ଚିତ୍ରଦୁର୍ଗ ନିର୍ବାଚନ ମଣ୍ଡଳର ପ୍ରତିନିଧିତ୍ୱ କରିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ (ଆଇ.ଏନ୍.ସି) ରାଜନୈତିକ ଦଳର ସଦସ୍ୟ ଥିଲେ ।
ଲୋକସଭାକୁ ନିର୍ବାଚିତ ହେବା ପୂର୍ବରୁ, ହନୁମନ୍ଥାପ୍ପା ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟକରିଥିଲେ । ସେ ତା’ପୂର୍ବରୁ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟରେ ବି ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୩]
ଶିକ୍ଷା ଓ ବୃତ୍ତି
ହନୁମାନ୍ଥପ୍ପା ୨୫.୦୯.୧୯୩୯ ରେ କର୍ଣ୍ଣାଟକ ରାଜ୍ୟର ରାମପୁରାରେ ଜନ୍ମ ଗ୍ରହଣ କରିଥିଲେ । ବେଲ୍ଲାରୀରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ମହୀଶୁର ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ୍.ଏ. ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ୧୯୬୫ରେ ସ୍ନାତକ ଆଇନ ଡିଗ୍ରୀ ଓ ୧୯୬୭ରେ ସ୍ନାତକୋତ୍ତର ଆଇନ(ଏଲ୍ଏଲ୍.ଏମ୍.) ଡିଗ୍ରୀ ହାସଲ କରିଥିଲେ । ୨୭.୧୦.୧୯୬୭ରେ ଏକ ଆଇନଜୀବୀ ଭାବେ ବେଶା ଆରମ୍ଭ କରିଥିଲେ ।
୨୯.୦୩.୧୯୯୦ରେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିୟୁକ୍ତ ହୋଇଥିଲେ ।[୪] ୨୦.୦୪.୧୯୯୪ରେ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିଯୁକ୍ତି ପାଇଥିଲେ । ସେ ମଧ୍ୟ ୧୧.୧୧.୨୦୦୦ ରୁ ୧୧.୧୨.୨୦୦୦ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ ।[୫]
ପରେ ସେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ଉନ୍ନିତ ହୋଇଥିଲେ ।[୫]
୨୦୦୯ ଏବଂ ୨୦୧୪ ମସିହାରେ ବେଳ୍ଲାରୀ ନିର୍ବାଚନ ମଣ୍ଡଳରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ କିନ୍ତୁ ସେଥିରେ ଅସଫଳ ହୋଇଥିଲେ।[୬]
ଆଧାର
[ସମ୍ପାଦନା]- ↑ "Two Karnataka MLAs resign, tipped to join Congress". The Indian Express (in ଇଂରାଜୀ). 2023-03-31. Retrieved 2024-02-04.
- ↑ "n y hanumanthappa". The Times of India. 2018-03-13. ISSN 0971-8257. Retrieved 2024-12-16.
- ↑ AK, Aditya (2016-07-30). "In Conversation with ex-Chief Justice of Orissa, Justice NY Hanumanthappa". Bar and Bench - Indian Legal news (in ଇଂରାଜୀ). Retrieved 2024-12-16.
- ↑ "High Court for the State of Telangana". tshc.gov.in. Retrieved 2024-12-16.
- ↑ ୫.୦ ୫.୧ "High Court for the State of Telangana". tshc.gov.in. Retrieved 2024-12-16.
- ↑ "Congress's first list for LS polls: Rahul, Sonia, Nilekani among 194 candidates named". The Times of India. 2014-03-08. ISSN 0971-8257. Retrieved 2024-12-16.